ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କେଶ ଝଡ଼ିବାକୁ ନେଇ ଆପଣ ଚିନ୍ତିତ କି , ଜାଣନ୍ତୁ ଡାକ୍ତରଙ୍କ କଣ ରହିଛି ପରାମର୍ଶ

ମୁମ୍ୱାଇ : କେଶ ଝଡ଼ିବାର ଅନେକ କାରଣ ହୋଇପାରେ। ଯେମିତି କୌଣସି ରୋଗ ବା ସଂକ୍ରମଣ । ପିଲାର ଜନ୍ମ ,ଅବସାଦ, ଖାଦ୍ୟ ପାନୀୟରେ ଅବହେଳା , ପୋଷକ  ତତ୍ତ୍ୱର ଅଭାବ ଇତ୍ୟାଦି । କାରଣ ଯାହା ବି ହେଉ କିନ୍ତୁ ଅନେକ ଲୋକଙ୍କ ଠାରେ ଝଡ଼ୁ ଥିବା କେଶ ଚିନ୍ତାର କାରଣ ହୋଇପାରେ। ନ୍ୟୁରୋ ଓ ସ୍ପାଇନ୍‌ ସର୍ଜନ ଡାକ୍ତର ବିକାଶ କୁମାର ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ସୂଚନା ଦେଇଛନ୍ତି କି କେଶ ଝଡିବା ଓ ଡାଣ୍ଡ୍ରଫରୁ କେମିତି ସୁରକ୍ଷା ମିଳି ପାରିବ। 

୧- ଲାଇଫଷ୍ଟାଇଲ୍‌ରେ ପରିବର୍ତ୍ତନ – 

ଆହାର ଏବଂ ପୋଷଣ  : ଆଇରନ୍‌ ଓ ଜିଙ୍କ ଭଳି ଭିଟାମିନ୍‌ ଓ ଖଣିଜରେ ଭରପୂର ସନ୍ତୁଳିତ ଆହାର ସୁସ୍ଥ କେଶ ପାଇଁ ମହତ୍ତ୍ୱପୂର୍ଣ୍ଣ। ମାଛ , ମାଂସ , ସବୁଜ ପନିପରିବା ଓ ନଟ୍ସ ଭଳି ଖାଦ୍ୟ ପଦାର୍ଥ କେଶର ବିକାଶରେ ସହାୟତା କରି ପାରେ। 

ଚିନ୍ତାକୁ କମ୍‌ କରନ୍ତୁ  :  ଯୋଗ , ଧ୍ୟାନ ବା ମାଇଣ୍ଡଫୁଲନେସ୍‌ ଭଳି ଚିନ୍ତା ପ୍ରବନ୍ଧନ ଟେକନିକ୍‌ର ଅଭ୍ୟାସ ଏହି କାରକକୁ କମ୍‌ କରିବାରେ ସାହାଯ୍ୟ କରିପାରେ। 

ନିୟମିତ ବ୍ୟାୟାମ : ନିୟମିତ ଶାରୀରିକ କାର୍ଯ୍ୟକଳାପରେ ସାମିଲ ହେବାରୁ ରକ୍ତ ସଞ୍ଚାଳନ ବଢିଥାଏ। ଯେଉଁଥିରେ ଆପଣଙ୍କ କେଶ ଲୋମର ସ୍ୱାସ୍ଥ୍ୟ ପାଇଁ ଲାଭ ମିଳିଥାଏ। 

କେଶର ଯତ୍ନ ନେବାର ତରିକା : ଟାଇଟ୍‌ ହେୟାରଷ୍ଟାଇଲ , ଅଧିକ ହିଟ୍‌ ଷ୍ଟାଇଲିଂ ଓ ଖୁବ୍ ଜୋରରେ ବ୍ରଶିଂ ଭଳି କଠୋର ଟ୍ରିଟମେଣ୍ଟରୁ ନିବୃତ୍ତ ରୁହନ୍ତୁ , କାରଣ ଏହା ଆପଣଙ୍କ କେଶକୁ କ୍ଷତି କରିପାରେ। 

ଡାଣ୍ଡ୍ରଫର ଚିକିତ୍ସା ପାଇଁ ହର୍ବାଲ ସାମ୍ପୁକୁ ଏକ ଲୋକପ୍ରିୟ ଓ ପ୍ରଭାବ ବିକଳ୍ପ ଭାବେ ମନେକରାଯାଏ। ଏମିତି ସାମ୍ପୁର ବ୍ୟବହାର କରନ୍ତୁ,ଯେମିତି ସକ୍ରିୟ ତତ୍ତ୍ୱ ସାମିଲ ହୋଇଥିବ , ଯେମିତି କି ...

ସାଲିସିଲିକ୍‌ ଏସିଡ୍‌ : ଏହି ଏକ୍ସଫୋଲିଏଟିଂ ଏଜେଣ୍ଟ ଖପୁରୀରୁ ହେଡ୍‌ ସ୍କିନ୍‌ ସେଲ୍ସକୁ ହଟେଇବାରେ ସାହାଯ୍ୟ କରିଥାଏ।

କେଟୋକୋନାଜୋଲ : ଏହି ଫଙ୍ଗଲ ସଂକ୍ରମଣର କାରଣ ହୋଇ ଥିବାରୁ ଡାଣ୍ଡ୍ରଫର ଚିକିତ୍ସାରେ ପ୍ରଭାବଶାଳୀ ହୋଇଥାଏ।  

ଜିଙ୍କ ପାଇରିଥିୟୋନ : ମୁଣ୍ଡର ତ୍ୱଚାରେ ଇଷ୍ଟର ବୃଦ୍ଧିକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ। 

୨- ଓଭର –ଦ –କାଉଣ୍ଟର ପ୍ରଡକ୍ଟସ – 

ମିନୋକ୍ସିଡିଲ : ମିନୋକ୍ସିଡିଲ କେଶ ଝଡ଼ିବା ପାଇଁ ବ୍ୟାପକ ଭାବେ ବ୍ୟବହାର କରାଯାଉ ଥିବା ଓଭର –ଦ କାଉଣ୍ଟର ଟ୍ରି ଟମେଣ୍ଟ।

କେଫିନ୍ ସ୍ତରୀୟ ସାମ୍ପୁ – କିଛି ସାମ୍ପୁରେ କେଫିନ ଥାଏ, ଯାହା କେଶର ଲୋମକୁ ଉତ୍ତେଜିତ କରିପାରେ ଏବଂ କେଶର ମୋଟେଇ ଓ ଘନତ୍ୱରେ ସୁଧାର ଆଣି ପାରେ। 

ପୋଷକ ତତ୍ତ୍ୱର ଡୋଜ୍‌ – ବାୟୋଟିନ୍‌, ଭିଟାମିନ (ବିଶେଷ ରୂପେ ବି-କମ୍ପ୍ଲେକ୍ସ ଭିଟାମିନ) ଓ ଖଣିଜ ସୁସ୍ଥ କେଶର ବିକାଶରେ ସାହାଯ୍ୟ କରିପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.