ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କିଡ୍‌ନୀ ନଷ୍ଟ କରିପାରେ ହେୟାର୍‌ ଷ୍ଟ୍ରେଟ୍‌ନିଂ, ସଦ୍ୟତମ ଅଧ୍ୟୟନରେ ଖୁଲାସା କଲେ ଡାକ୍ତର

ନୂଆଦିଲ୍ଲୀ ୩୧/୦୩: ନ୍ୟୁ ଇଂଲଣ୍ଡ ଜର୍ନାଲ ଅଫ୍‌ ମେଡିସିନ୍‌ରେ ପ୍ରକାଶିତ ସଦ୍ୟତମ ଅଧ୍ୟୟନରେ ଡାକ୍ତରମାନେ ଏକ ଚିନ୍ତାଜନକ ମାମଲାର ଖୁଲାସା କରିଛନ୍ତି । ଜଣେ ମହିଳାଙ୍କ ବିଷୟରେ ସେମାନେ କହିଛନ୍ତି, ଯିଏକି ହେୟାର ଷ୍ଟ୍ରେଟ୍‌ନିଂ କରାଇ ସେଲୁନ୍‌ରୁ ଫେରିବା ପରେ କିଡ୍‌ନୀ ସମସ୍ୟାର ସମ୍ମୁଖୀନ ହେଲେ । ବୈଜ୍ଞାନିକମାନେ ମହିଳାଙ୍କ ପରିଚୟକୁ ସାର୍ବଜନୀନ କରିନାହାନ୍ତି । 

ଅଧ୍ୟୟନ ଅନୁସାରେ, ୨୬ ବର୍ଷୀୟ ମହିଳା ଜଣକ ସେଲୁନ୍‌ରେ ଜୁନ୍‌ ୨୦୨୦, ଏପ୍ରିଲ ୨୦୨୧ ଓ ଜୁଲାଇ ୨୦୨୨ ମସିହାରେ ହେୟାର ଷ୍ଟ୍ରେଟ୍‌(କେଶକୁ ସିଧା କରିବା) କରାଇଥିଲେ । ପୂର୍ବରୁ ତାଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ନ ଥିଲା । କିନ୍ତୁ ପ୍ରତି ଥର ସେଲୁନ୍‌ରୁ ହେୟାର ଷ୍ଟ୍ରେଟ୍‌ କରାଇବା ପରେ ସେ ସ୍ୱାସ୍ଥ୍ୟରେ ପ୍ରତିକୂଳ ଲକ୍ଷଣ ଅନୁଭବ କରିବାକୁ ଲାଗିଲେ । ବାନ୍ତି, ଡାଇରିଆ, ଜ୍ୱର, ପିଠି ଯନ୍ତ୍ରଣାର ସମ୍ମୁଖୀନ ହେଲେ । ହେୟାର ଷ୍ଟ୍ରେଟ୍‌ନିଂ ସମୟରେ ତାଙ୍କ ଖପୁରିରେ ଜଳାପୋଡ଼ା ହେଉଥିଲା । ମୁଣ୍ଡରେ ଅଲ୍‌ସର ମଧ୍ୟ ହେଲା । 

ପରୀକ୍ଷାରୁ ଡାକ୍ତର ଜାଣିବାକୁ ପାଇଲେ, ତାଙ୍କ ରକ୍ତରେ କ୍ରିଏଟିନାଇନ୍‌ ସ୍ତର ଅଧିକ ହେବାରୁ କିଡ୍‌ନୀରେ ସମସ୍ୟା ଉପୁଜିଛି । କିଡ୍‌ନୀରେ ସଂକ୍ରମଣ କିମ୍ବା ବ୍ଲକେଜ୍‌ର ଲକ୍ଷଣ ନ ଥିବା ସିଟି ସ୍କାନ୍‌ରୁ ଜଣାପଡ଼ିଲା । ତଥାପି ଉପରୋକ୍ତ ଲକ୍ଷଣ ରହିଥିଲା । ଗ୍ଲାୟୋସିଲିକ୍‌ ଏସିଡ୍‌ଯୁକ୍ତ ଷ୍ଟ୍ରେଟ୍‌ନିଂ କ୍ରିମ୍‌ କେଶରେ ଲଗାଇଥିବା କଥା ମହିଳା ଡାକ୍ତରଙ୍କୁ କହଲେ । କ୍ରିମ୍‌ରେ ଥିବା ରସାୟନ ତାଙ୍କ ଖପୁରି ଜଳାପୋଡ଼ା ଓ ଅଲ୍‌ସର ପାଇଁ ଦାୟୀ ବୋଲି ଡାକ୍ତର ଅନୁମାନ କଲେ । ପରବର୍ତ୍ତୀ ଯାଞ୍ଚ୍‌ ଲାଗି ଡାକ୍ତରମାନେ ମୂଷା ଉପରେ ପରୀକ୍ଷା କଲେ । ଏଥିରୁ ସେମାନେ ଜାଣିବାକୁ ପାଇଲେ ଯେ ଗ୍ଲାୟୋସିଲିକ୍‌ ଏସିଡ୍‌ ମହିଳାଙ୍କ ତ୍ୱଚା ଜରିଆରେ ଅବଶୋଷିତ ହୋଇ କିଡ୍‌ନୀରେ ପହଞ୍ଚିଛି, ଯାହାର ପରିଣାମସ୍ୱରୂପ ତାଙ୍କ କିଡ୍‌ନୀକୁ ବ୍ୟାପକ କ୍ଷତି ପହଞ୍ଚିଛି ।

ଅକ୍ସାଲେଟ୍‌ ନେଫ୍ରୋପାଥି ଯୋଗୁ ମହିଳାଙ୍କ କିଡ୍‌ନୀକୁ ବାରମ୍ବାର କ୍ଷତି ପହଞ୍ଚୁଛି ବୋଲି ଅଧ୍ୟୟନରୁ ଜଣାପଡ଼ିଲା । ଅକ୍ସଲେଟ୍‌ ନେଫ୍ରୋପାଥି କିଡ୍‌ନୀରେ ହେଉଥିବା ଏକ ବିରଳ ବିକାର, ଯାହା କିଡ୍‌ନୀ ନଳୀରେ କ୍ୟାଲ୍‌ସିୟମ ଅକ୍ସାଲେଟ୍‌ ସ୍ଫଟିକ ଜମା ହେବା ଯୋଗୁ ହୋଇଥାଏ । ଏଥିରୁ ଅଧ୍ୟୟନ ସ୍ପଷ୍ଟ ଦର୍ଶାଇଛି ଯେ ହେୟାର ଷ୍ଟ୍ରେଟ୍‌ନିଂ ପ୍ରକ୍ରିୟାରେ ପ୍ରୟୋଗ ହେଉଥିବା ଗ୍ଲାୟୋସିଲିକ୍‌ ଏସିଡ୍‌ ହାନିକାରକ । ୟୁନିଭର୍ସିଟି ଅଫ୍‌ ମେରିଲ୍ୟାଣ୍ଡ୍‌ର ମେଡିସିନ୍‌ ଓ ଫାର୍ମାସୀର ସହଯୋଗୀ ପ୍ରଫେସର ଡ. ଜୋଶୁଆ ଡେଭିଡ୍‌ କିଙ୍ଗ୍‌ ହେୟାର ଷ୍ଟ୍ରେଟ୍‌ନିଂରେ ବ୍ୟବହୃତ ଉତ୍ପାଦଗୁଡ଼ିକରେ ଗ୍ଲାୟୋସିଲିକ୍‌ ଏସିଡ୍‌ର ବ୍ୟବହାରରେ କଟକଣା କରିବା ଉପରେ ଜୋର ଦେଇଛନ୍ତି । ଏ ପ୍ରକାର ଉତ୍ପାଦର ବିକଳ୍ପ ଖୋଜିବାକୁ ସେ କମ୍ପାନିଗୁଡ଼ିକୁ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.