ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏମିତି ଏକ ଗାଁ; ଯେଉଁଠି ଗାଁର ଅଧା ଲୋକ ବାମନ, ଏହା ପଛରେ ଥିବା ରହସ୍ୟ ବିଷୟରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୨।୧୧: ରହସ୍ୟମୟ ଦୁନିଆ । ଅନେକ ରହସ୍ୟ ପଛର କାରଣ ଆଜି ବି ସମସ୍ତଙ୍କ ଆଖି ଆଡ଼ୁଆଳରେ । ଯାହାକୁ ଖୋଜି ପାଇବାରେ ବୈଜ୍ଞାନିକମାନେ ବି ବିଫଳ ହୋଇଛନ୍ତି । ଏଭଳି ଏକ ରହସ୍ୟମୟ ଗାଁ ରହିଛି ଚୀନରେ । ଯେଉଁଠାରେ ଗାଁର ଅଧା ଲୋକ ବାମନ । ଏହା ଅବିଶ୍ୱାସ ଲାଗୁଥାଇପାରେ । କିନ୍ତୁ, ଏଠାକାର ଲୋକମାନଙ୍କୁ ଦେଖିଲେ ଏହା ସତ ବୋଲି ବିଶ୍ୱାସ ହୁଏ । ଦକ୍ଷିଣ-ପଶ୍ଚିମ ଚୀନର ସିଚୁଆନ୍ ପ୍ରାନ୍ତରେ ରହିଛି ୟାଙ୍ଗସୀ ନାମକ ଏକ ଗାଁ । ଯେଉଁଠାରେ ୫୦ ପ୍ରତିଶତ ଲୋକ ବାମନ । ତେବେ ଏଠାରେ ବାସ କରୁଥିବା ଲୋକଙ୍କ ଉଚ୍ଚତା ଅନ୍ୟ ଦେଶର ଲୋକଙ୍କ ଉଚ୍ଚତାଠୁ କମ୍ କାହିଁକି ? 

ରିପୋର୍ଟ ମୁତାବକ, ଏଠାରେ ୮୦ ଜଣରେ ୪୦ ଜଣ ବାମନ । ୟାଙ୍ଗସୀ ଗାଁର ଅଧିକାଂଶ ଲୋକ ବାଙ୍ଗରା । ଯେଉଁମାନଙ୍କ ଉଚ୍ଚତା ବୃଦ୍ଧି ପାଏ ନାହିଁ । ଏମାନଙ୍କ ମଧ୍ୟରୁ ସବୁଠାରୁ ଲମ୍ୱା ବ୍ୟକ୍ତିଙ୍କ ଉଚ୍ଚତା ୩ ଫୁଟ୍ ୧୦ ଇଞ୍ଚ । ସେହିପରି ସବୁଠୁ ଛୋଟ ବ୍ୟକ୍ତିଙ୍କ ଉଚ୍ଚତା ୨ ଫୁଟ୍ ୧ ଇଞ୍ଚ । ଏଠାକାର ଲୋକଙ୍କ ଉଚ୍ଚତା କମ୍ ହେବା ପଛର କାରଣ ଜାଣିବାକୁ କିଛି ବୈଜ୍ଞାନିକ ପ୍ରୟାସ କରିଥିଲେ । ଏଥିପାଇଁ ଗାଁର ବିଭିନ୍ନ ଅଞ୍ଚଳରୁ ପାଣି, ଗାଁ ଲୋକ ଖାଉଥିବା ଖାଦ୍ୟ ଓ ଏଠାକାର ମାଟିକୁ ନେଇ ପରୀକ୍ଷା କରିଥିଲେ । କିନ୍ତୁ, ଶେଷରେ ତାଙ୍କର ସମସ୍ତ ଚେଷ୍ଟା ବିଫଳ ହୋଇଥିଲା । 

ଗାଁର ବୟସ୍କ ବ୍ୟକ୍ତିଙ୍କ କହିବାନୁସାରେ, ବହୁ ବର୍ଷ ପୂର୍ବେ ଖରାଦିନେ ଗାଁର ୫ରୁ ୭ ବର୍ଷର ପିଲାଙ୍କଠାରେ ଏକ ରହସ୍ୟମୟ ରୋଗ ବ୍ୟାପିଥିଲା । ପ୍ରଭାବରେ ଗାଁରେ ବାମନ ଛୁଆ ଜନ୍ମ ନେଲେ । ଯାହାର ପ୍ରଭାବ ଆଜି ଯାଏ ରହିଛି । ୧୯୧୧ରେ ଏହି ଗାଁର ଲୋକେ ବାମନ ହେବାର ଖବର ଚାରିଆଡ଼େ ବ୍ୟାପିଯାଇଥିଲା । ୧୯୫୧ରେ ଏହି ରୋଗ ବିଷୟରେ ଗ୍ରାମବାସୀଙ୍କ ଅଭିଯୋଗ ପରେ ପ୍ରଶାସନ ଏନେଇ ଜାଣିବାକୁ ପାଇଥିଲା । ପରେ ୧୯୮୫ ଜନଗଣନାରେ ଗାଁରେ ମୋଟ୍ ୧୧୯ଟି ମାମଲା ସାମନାକୁ ଆସିଲା । ଏହା ବ୍ୟତୀତ ଗାଁର କିଛି ଲୋକ ଶାରୀରିକ ଅକ୍ଷମତାର ଶିକାର ମଧ୍ୟ ହୋଇଥିବା କୁହାଯାଏ । କାହିଁ କେଉଁ କାଳରୁ ଗାଁଟି ଅଭିଶପ୍ତ ବୋଲି କିଛି ଲୋକ କୁହନ୍ତି । ଗାଁରେ ଏଭଳି ଘଟଣା ନକାରତ୍ମକ ଶକ୍ତିର ପ୍ରଭାବ ବୋଲି ଏମାନେ କୁହନ୍ତି । 

ତେବେ ଗାଁରେ ବାହାର ଲୋକଙ୍କ ପାଇଁ ରହିଛି କିଛି ନିୟମ । ଗାଁକୁ ବିଦେଶୀଙ୍କୁ ପ୍ରବେଶ ମନା । ପୁନର୍ବାର କିଛି ବୈଜ୍ଞାନିକ ଦଳ ଗାଁର ମାଟିକୁ ପରୀକ୍ଷା କରିଥିଲେ । ପରୀକ୍ଷାରୁ ଜଣାପଡ଼ିଥିଲା ଯେ, ଗାଁର ମାଟିରେ ବହୁ ମାତ୍ରାରେ ମର୍କ୍ୟୁରୀ ସାମିଲ ଅଛି । ଫଳରେ ଏଠାରେ ଲୋକଙ୍କ ଉଚ୍ଚତା ବୃଦ୍ଧି ପାଉନାହିଁ । କିଛି ଲୋକଙ୍କ ମତରେ ଜାପାନ ଦ୍ୱାରା ଚୀନରେ ଛଡ଼ାଯାଇଥିବା ବିଷାକ୍ତ ଗ୍ୟାସ୍ ପ୍ରଭାବରେ ଗାଁରେ ବାମନ ପିଲା ଜନ୍ମ ହେଉଛନ୍ତି । କିନ୍ତୁ, ଗତ ୬୦ ବର୍ଷ ଧରି ଏହି ରହସ୍ୟର ସଠିକ୍ ତଥ୍ୟ ମିଳିପାରିନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.