ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଣି ଇସ୍ରାଏଲ ଉପରେ ହମାସର ବଡ଼ ହମଲା , ତେଲ୍ ଅଭିଭ୍‌ ଉପରେ କଲା ମିସାଇଲ ମାଡ଼

ତେଲ ଅଭିଭ୍‌- ହମାସ ପୁଣି ଥରେ ତେଲ୍ ଅଭିଭ୍‌ ଉପରେ ବଡ଼ ମିସାଇଲ ହମଲା କରିଛି। ନ୍ୟୁଜ୍‌ ଏଜେନ୍ସି ରଏଟର୍ସ ଅନୁସାରେ ଏହି ସୂଚନା ମିଳିଛି। ଇସ୍ରାଏଲର ରାଜଧାନୀ ତେଲ ଅଭିଭ୍‌ରେ ଏୟାର ସାଇରନ ବାଜିଛି, ଯାହା କୌଣସି ହମଲାର ସଙ୍କେତ ଦେଇଛ, ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ ଆକ୍ରମଣକୁ ଭଣ୍ଡୁର କରିଥିବା ଦାବି କରିଛି।

ନେତନ୍ୟାହୁଙ୍କ ବିରୋଧରେ ବଡ଼ ଧରଣର ପ୍ରତିବାଦ , ରାଜରାସ୍ତାକୁ ପୁଣି ଓହ୍ଲାଇଲେ ଇସ୍ରାଏଲୀୟ ଜନତା

ରବିବାର ନିଜର ଟେଲିଗ୍ରାମ ଚ୍ୟାନେଲରେ ଏକ ବୟାନରେ, ଏଲ-କସମ୍‌ ବ୍ରିଗେଡ୍‌ କହିଛି କି ରକେଟ୍ ନାଗରିକଙ୍କ ବିରୋଧରେ ଜାୟୋନି ନରସଂହାରର ଜବାବରେ ଲଞ୍ଚ କରାଯାଇ ଥିଲା। ହମାସ ଅଲ୍‌-ଅକ୍ସା ଟିଭି କହିଛି କି ରକେଟ୍‌ ଗାଜା ପଟ୍ଟିରୁ ଛଡ଼ା ଯାଇଥିଲା। ଗତ ୪ ମାସରୁ ତେଲ ଅଭିଭ୍‌ରେ ରକେଟ୍‌ ସାଇରନ ଶୁଣା ଯାଇ ନଥିଲା। ଇସ୍ରାଏଲୀୟ ସେନା ତୁରନ୍ତ ସାଇରନର କାରଣ କଥା କହି ନାହିଁ। 

ଇସ୍ରାଏଲୀୟ ଜରୁରିକାଳୀନ ଚିକିତ୍ସା ସେବା ଅନୁସାରେ ,ତାଙ୍କ ପାଖକୁ କାହାର ହତାହତ ହେବାର କୌଣସି ରିପୋର୍ଟ ମିଳି ନାହିଁ। ଏହି ହମଲା ସଙ୍କେତ ଦେଉଛି କି ବିନାଶକାରୀ ଯୁଦ୍ଧ ପରେ ମଧ୍ୟ ଇସଲାମୀ ଦଳ ଏବେ ବି ଲମ୍ୱା ଦୂରଗାମୀ ରକେଟ୍‌ ନିକ୍ଷେପ କରିବରେ ସକ୍ଷମ ହୋଇଛି।

ଇସ୍ରାଏଲର ଅଫିସିଆଲି ତଥ୍ୟ ଅନୁସାରେ , ୭ ଅକ୍ଟୋବରରେ ଦକ୍ଷିଣୀ ଇସ୍ରାଏଲ ଉପରେ ହମାସର ହମଲା ପରେ ଗାଜାରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଯାହାର ପରିଣାମସ୍ୱରୂପ ୧,୧୭୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା, ଯେଉଁଥିରେ ଅଧିକାଂଶ ସାଧାରଣ ନାଗରିକ ଥିଲେ। ହମାସ ୨୫୨ ଲୋକଙ୍କୁ ମଧ୍ୟ ବନ୍ଧକ କରି ରଖିଥିଲା , ଯେଉଁଥିରେ ୧୨୧ ଜଣ ଗାଜାରେ ହିଁ ଥିଲେ।  ସେନା ଅନୁସାରେ ,  ୩୭ଜଣଙ୍କୁ ହତ୍ୟା କରାଯାଇ ଥିଲା। ସେପଟେ ଇସ୍ରାଏଲର ଜବାବୀ ହମଲାରେ ଗାଜାରେ ଅତି କମ୍‌ରେ ୩୫,୯୮୪ ଜଣ ଲୋକଙ୍କୁ ହତ୍ୟା କରାଯାଇ ଥିଲା , ଏଥିରେ ବି ଅଧିକାଂଶ ସାଧାରଣ ନାଗରିକ ଥିଲେ। 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.