ଭୁବନେଶ୍ୱର, ୮।୧୧: ଉତ୍ତର ପ୍ରଦେଶରୁ ଆରମ୍ଭ କରି ରାଜସ୍ଥାନୀ, ବନାରସୀ, ଆସାମ ଓ ଗୁଜୁରାଟୀ ଆଦି ଅନେକ ଅଞ୍ଚଳର ଆକର୍ଷଣୀୟ ହ୍ୟାଣ୍ଡ୍ଲୁମ୍ ବେଡ୍ସିଟ୍ ଓ କଟନ କୁର୍ତ୍ତି । ଯେମିତି ଡିଜାଇନ୍ ସେମିତି ଦାମ୍ । ତା’ସହିତ ଭୁବନେଶ୍ୱର ସପିଙ୍ଗ ମଲ୍ରେ ମିଳୁନଥିବା ଶାଢ଼ୀ ମିଳୁଛି ଗୋଟିଏ ସ୍ଥାନରେ । ସେଥିମଧ୍ୟରେ ରାଜସ୍ଥାନୀ ଓ ହରିୟାନା ହ୍ୟାଣ୍ଡଲୁମ୍ ବେଡ୍ସିଟ୍ର ଚାହିଦା ବେଶି । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ହ୍ୟାଣ୍ଡ୍ଲୁମ୍ ଓ ହ୍ୟାଣ୍ଡିକ୍ରାଫ୍ଟ ଏକ୍ସପୋ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି । ୧୪ ଅକ୍ଟୋରବରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ନଭେମ୍ବର ୧୧ଯାଏ ଚାଲିବ । ସକାଳ ୧୧ରୁ ରାତି ୯ଟା ଯାଏ ଏହା ଖୋଲା ରହୁଛି । କାମଧେନୁ ଖଦୀ ଉଲ୍, ପାନିପତ୍ ପକ୍ଷରୁ ଏହା ଆୟୋଜନ କରାଯାଇଛି ।

ନେତା ଦୌଡ଼ରେ ଅଫିସର୍: ବହୁ ଆଇଏଏସ୍, ଓଏଏସ୍ ଓ ପୁଲିସ...