ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ହାର୍ଦ୍ଦିକଙ୍କଠାରୁ ଅଲଗା ହେବେ ନାତାଶା, ଛାଡ଼ପତ୍ର ପରେ ନେଇଯିବେ ସମ୍ପତ୍ତିର ୭୦ ଭାଗ

ନୂଆଦିଲ୍ଲୀ, ୨୫/୦୫ : ମୁମ୍ଵାଇ ଇଣ୍ଡିଆନ୍ସର କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଝଟ୍‌କା ପରେ ଝଟ୍‌କା। ପ୍ରଥମେ ଆଇପିଏଲ୍‌ରେ ନିରାଶଜନକ ପ୍ରଦର୍ଶନ ପାଇଁ ତାଙ୍କ ଦଳ ସିଜିନ୍‌ରୁ ଆଉଟ୍ ହେଲା। ଆଉ ଏବେ ତାଙ୍କ ଘର ଭାଙ୍ଗିବାକୁ ଯାଉଛି। ହାର୍ଦ୍ଦିକ ଏବଂ ତାଙ୍କ ପତ୍ନୀ ନତାଶାଙ୍କ ଛାଡ଼ପତ୍ର ଖବର ସାମ୍ନାକୁ ଆସିଛି। ତେବେ ଏନେଇ କୌଣସି ଔପଚାରିକ ସୂଚନା ମିଳିନାହିଁ। ଯଦି ହାର୍ଦ୍ଦିକ ଏବଂ ନତାଶାଙ୍କ ଛାଡ଼ପତ୍ର ହୁଏ ତେବେ ପାଣ୍ଡ୍ୟାଙ୍କ ସମ୍ପତ୍ତିର ୭୦ ପ୍ରତିଶତ ଭାଗ ନେଇଯିବେ ନତାଶା। 

ଦୀର୍ଘ ଦିନ ହେବ ନତାଶା ଏବଂ ହାର୍ଦ୍ଦିକଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳିନାହିଁ। ଦୁହେଁ ଶେଷ ଥର ପାଇଁ ଫେବୃଆରୀ ୨୪ରେ ଇନଷ୍ଟାଗ୍ରାମରେ ସାଙ୍ଗ ହୋଇ ଫଟୋ ସେୟାର କରିଥିଲେ। ଏହା ପରଠାରୁ ଦୁହିଁଙ୍କର ଏକା ସାଙ୍ଗରେ କୌଣସି ପୋଷ୍ଟ ଦେଖିବାକୁ ମିଳିନାହିଁ। ଯାହାଫଳରେ ଦୁହିଁଙ୍କର ବ୍ରେକ୍‌ଅପ୍ ହୋଇଥିବା ଚର୍ଚ୍ଚା ଜୋର୍ ଧରିଛି। 

କୋଟି କୋଟି ସମ୍ପତ୍ତିର ମାଲିକ ହାର୍ଦ୍ଦିକ ପାଣ୍ଡ୍ୟା। ଯଦିଓ ଆମ ପାଖରେ ସେନେଇ ସବିଶେଷ ତଥ୍ୟ ନାହିଁ। ତଥାପି ହାର୍ଦ୍ଦିକ ପ୍ରାୟ ୯୧ କୋଟିର ମାଲିକ ବୋଲି କୁହାଯାଉଛି। ଆଇପିଏଲ୍ ଟିମ୍ ମୁମ୍ଵାଇ ଇଣ୍ଡିଆନ୍ସର କ୍ୟାପ୍ଟେନ ହାର୍ଦ୍ଦିକ। ଏଥିପାଇଁ ତାଙ୍କୁ ୧୫ କୋଟି ଟଙ୍କା ଫିସ୍ ମିଳୁଛି। ଏହାପୂର୍ବରୁ ସେ ଗୁଜୁରାଟ ଟାଇଟନ୍ସରେ ଥିଲେ। ଗୁଜୁରାଟ ଟାଇଟନ୍ସରେ ମଧ୍ୟ ପାଣ୍ଡ୍ୟାଙ୍କୁ ସମାନ ଫିସ୍ ମିଳୁଥିଲା। ଏତଦ୍ ବ୍ୟତୀତ ତାଙ୍କୁ ଭାରତୀୟ କ୍ରିକେଟ ଟିମ୍ ତରଫରୁ ମ୍ୟାଚ୍‌ ପାଇଁ ଫିସ୍ ମିଳୁଛି। ସେ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ। ଏହା ସହ ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟ ଠାରୁ ମଧ୍ୟ ତାଙ୍କୁ ଫିସ୍ ମିଳୁଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ମୁମ୍ଵାଇରେ ଏକ ଆପାର୍ଟମେଣ୍ଟ ରହିଛି। ତାଙ୍କ ଘରର ଦାମ୍ ୩୦ କୋଟି। ଏତଦ୍ ବ୍ୟତୀତ ବଡୋଦରାରେ ତାଙ୍କର କୋଟି କୋଟି ଟଙ୍କାର ଏକ ପେଣ୍ଟ ହାଉସ୍ ରହିଛି। ହେଲେ ଛାଡ଼ପତ୍ର ପରେ ପାଣ୍ଡ୍ୟାଙ୍କ ସ୍ଥିତି ବିଗିଡ଼ିପାରେ। କାରଣ ତାଙ୍କର ସମ୍ପତ୍ତିର ୭୦ ପ୍ରତିଶତ ଭାଗ ନତାଶାଙ୍କୁ ମିଳିବ ବୋଲି ଚର୍ଚ୍ଚା ହେଉଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.