ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ହରିରାଜପୁର ପଞ୍ଚୁଦୋଳ ମେଳଣରେ ଜମିଲା ଜମାଣ, ଆତସବାଜିରେ ଝଲସିଲା ମେଳଣ ପଡିଆ

ଜଟଣୀ,୩୧/୦୩: ଓଡ଼ିଶା ପ୍ରସିଦ୍ଧ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପଞ୍ଚୁଦୋଳ ମେଳଣ ଆରମ୍ଭ ହୋଇଛି । ଜଟଣୀ ନିକଟବର୍ତ୍ତୀ ହରିରାଜପୁର ଗ୍ରାମରେ ଅନୁଷ୍ଠିତ ଏହି ମେଳଣର ଶନିବାର ଜମାଣ ରାତିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ରାତିରେ ଭଣ୍ଡାର ଘରୁ କୋଠ ଭୋଗ ଆସିବା ପରେ ଥାନପତି ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବ ମନ୍ଦିରରୁ ବାହାରିଥିଲେ । ବାହାରିବା ପରେ ବାଟ ଅଗଣାରେ ରହିଥିଲେ ।  ସେଠାରେ କୋଠ ଭୋଗ ଲାଗି କରାଯିବା ପରେ  ଠାକୁର ଦୋଳ ବିମାନକୁ ବିଜେ କରିଥିଲେ । ପରେ  ପଶ୍ଚିମ ଦ୍ୱାର ଦେଇ ବିରାଟ ପଟୁଆରରେ ମେଳଣ  ପଡ଼ିଆକୁ ଯାତ୍ରା କରିଥିଲେ । ପଟୁଆରରେ ଯିବା ସମୟରେ ବାଟରେ ଥିବା ଶ୍ରୀ ଗୋପାଳଜୀ (ମଠ  ଠାକୁର) ଓ ଶ୍ରୀ ବାଳମୁକୁନ୍ଦ ଦେବ ପାଲିଙ୍କିରେ  ଥାନପତିଙ୍କ ସହିତ ମେଳଣ ପଡ଼ିଆକୁ ଯାଇଥିଲେ । 

ଏହି ଅବସରରେ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ  ସହିତ ରେଙ୍ଗରେବଙ୍ଗ କଳରଙ୍ଗ, ବାଦ୍ୟ ରୋଷଣୀ,  ଘଣ୍ଟଘଣ୍ଟା, ତୁରୀ ମହୁରୀ, ଶଙ୍ଖନାଦ, ଘୋଡାନାଚ,  ନାଗାନାଚ, ପଟ୍ଟାଖେଳ ଆଦି ନୃତ୍ୟରେ ଚତୁଃପାଶ୍ୱର୍  ପ୍ରକମ୍ପିତ ହୋଇଉଠିଥିଲା । ଏଥିସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ମେଳଣ ପଡ଼ିଆରେ  ବିଭିନ୍ନ ଗ୍ରାମର ନିମନ୍ତ୍ରିତ ହୋଇ ଆସିଥିବା  ୮୫ ହରିହର ବିଗ୍ରହ ଦୋଳ ବିମାନରେ ଉପବିଷ୍ଟ ରହିଥିଲେ । ବିଭିନ୍ନ ଅଞ୍ଚଳରୁ  ଆସିଥିବା ବାଣୁଆଙ୍କ ସମେତ ମାନସିକ ପୂରଣ  ହୋଇଥିବା ବହୁ ଭକ୍ତ ଏଠାରେ ରାତି ତମାମ୍‌  ବାଣ ଫୁଟାଇଥିଲେ । ଆତସବାଜି ପ୍ରଦର୍ଶନରେ  ମେଳଣ ପଡ଼ିଆ ଝଲସି ଉଠୁଥିଲା । ୭୪ଏକର  ବିଶିଷ୍ଟ ମେଳଣ ପଡ଼ିଆରେ ୧ହଜାରରୁ  ଅଧିକ ଅସ୍ଥାୟୀ ଦୋକାନ ବଜାର ବସିବା  ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ ଓ ମନୋରଂଜନଧର୍ମୀ କାର୍ଯ୍ୟକ୍ରମ ବିଳମ୍ବିତ  ରାତି ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.