ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବସ୍‌ ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଧରା ପଡ଼ିଲେ ଚେନ୍‌ ଲୁଟେରା , ଭିଡ଼ିଓ ଭାଇରାଲ

ହରିଆଣା : ହରିଆଣାର ଏକ ଭିଡ଼ିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭାଇରାଲ ଫୁଟେଜ୍‌ରେ ଦେଖିବାକୁ ମିଳୁଛି ଦୁଇ ଜଣ ଚୋର ଜଣେ ମହିଳାଙ୍କ ଠାରୁ ଚେନ୍‌ ଲୁଟି ଫେରାର ହୋଇ ଯାଉଛନ୍ତି। ଭିଡ଼ିଓ କ୍ଲିପ୍‌ଟି ଆରମ୍ଭ ହେଉଛି -  ଜଣେ ବ୍ୟକ୍ତି ବାଇକ୍‌ରେ ବସି ତାର ସାଥି ଲୁଟେରାକୁ ଅପେକ୍ଷା କରିଛି। ଅନ୍ୟ ଜଣଙ୍କ ମହିଳାଙ୍କୁ ଚେନ୍‌ ଛଡ଼େଇ ତୁରନ୍ତ ବାଇକ୍‌ ବସି ଯାଉଛି। ଦୁହେଁ ବାଇକ୍‌ରେ ଫେରାର ହେବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ହରିଆଣା ରୋଡୱେଜ୍‌ର ଜଣେ ବସ୍‌ ଚାଳକ ନିଜ ବସ୍‌ରେ ଲୁଟେରାଙ୍କ ବାଇକକୁ ସାଇଡ୍‌ରେ ଧକ୍କା ଦେଉଛନ୍ତି। ଦୁହେଁ ବାଇକ୍‌ରୁ ପଡ଼ି ଯାଇଛନ୍ତି। ଆଉ ଧରାପଡ଼ି ଯିବା ଭୟରେ ଉଠି ଦୌଡ଼ୁଛନ୍ତି। 

ଲୁଟେରା ଦୁହେଁ ଦୌଡ଼ି ପଳାଉ ଥିବା ବେଳେ ସେଠାରେ ଆଖପାଖରେ ଥିବା ଲୋକେ ତାଙ୍କର ପିଛା କରି ଧରି ପକାଇ ଥିଲେ। ଏହି ଘଟଣାକୁ ହରିଆଣା ରୋଡ୍‌ୱେଜ୍‌ର ଅଫିସିଆଲି ପେଜ୍‌ ଇନଷ୍ଟାଗ୍ରାମ୍‌ରେ ସେୟାର କରାଯାଇଛି। ସୋସିଆଲ ମିଡ଼ିଆରେ ଏହା ଖୁବ୍‌ ଭାଇରାଲ ହେଉଛି ଏବଂ ଏହା ଉପରେ ଏବେସୁଦ୍ଧା ୪୬ ମିଲିୟନ ଭ୍ୟୁଜ୍‌ ହୋଇ ସାରିଛି। ଭିଡ଼ିଓର କ୍ୟାପସନରେ ଦିଆ ଯାଇଛି , ସାଲ୍ୟୁଟ୍‌ । ହରିଆଣା ରୋଡୱେଜ୍‌ ଡ୍ରାଇଭର ।  


ଲୋକେ ବସ୍‌ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଓ ସାହସକୁ ଖୁବ୍‌ ପ୍ରଶଂସା କରୁଛନ୍ତି। ଉକ୍ତ ପୋଷ୍ଟରେ ଅନେକ ପ୍ରକାରର କମେଣ୍ଟ ମଧ୍ୟ ଦେଉଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.