ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯକ୍ଷ୍ମା ହୋଇଛି କି? ଜାଣନ୍ତୁ ଏହାର ଲକ୍ଷଣ ଓ ଉପଚାର

ଭୁବନେଶ୍ୱର ୦୧/୦୪: ଯକ୍ଷ୍ମା ଅର୍ଥାତ୍‌ ଟ୍ୟୁବର୍‌କ୍ୟୁଲୋସିସ୍‌ (ଟିବି) ବିଶ୍ୱର ସବୁଠାରୁ ଘାତକ  ରୋଗ ଭାବେ ପରିଗଣିତ ଏବଂ କିଛି ବର୍ଷ ହେବ ଏହା ଉଭୟ  ଔଷଧ ସମ୍ବେଦନଶୀଳତା (ଡ୍ରଗ୍ସ ସେନ୍‌ସିଟିଭ୍‌) ଓ ଔଷଧ  ପ୍ରତିରୋଧକ (ଡ୍ରଗ୍‌ ରେଜିଷ୍ଟାନ୍ସ) କ୍ଷେତ୍ରରେ ଚିନ୍ତାର କାରଣ ପାଲଟିଛି । 

କିଭଳି ଜାଣିବେ ଯକ୍ଷ୍ମା ହୋଇଛି? 

୧. ଦୁଇ ସପ୍ତାହରୁ ଅଧିକ ସମୟ କାଶ ଲାଗି ରହିବା

୨. ନିମ୍ନ ଶ୍ରେଣୀର (ଲୋ ଗ୍ରେଡ) ଅନିୟମିତ ଜ୍ୱର ଲାଗି ରହିବା 

୩. ଭୋକ ନ ଲାଗିବା

୪. ଓଜନ କମିବା 

୫. ସହଜରେ ଥକି ପଡ଼ିବା 

ଏହି ସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯାଇ ମାଗଣାରେ ନିଜ କଫର ପରୀକ୍ଷା  କରାଇନେବା ସହ ଟିବିର ଚିକିତ୍ସା ଆରମ୍ଭ କରିଦିଅନ୍ତୁ ।  ନିକଟସ୍ଥ ଯେକୌଣସି  ହସ୍ପିଟାଲ୍‌ରେ ଟିବିର  ମାଗଣା ଚିକିତ୍ସା  ଉପଲବ୍ଧ ।   ଟିବି ହେଉଛି ଏକ ଗୁରୁତର ସଂକ୍ରମକ ରୋଗ ଯାହାର ଚିକିତ୍ସା କରା ନ  ଗଲେ ତାହା ଘାତକ ସାବ୍ୟସ୍ତ ହୋଇପାରେ । ଟିବି ମୁଖ୍ୟତଃ ଫୁସଫୁସ୍‌କୁ ଆକ୍ରାନ୍ତ କରିଥାଏ ଯାହାକୁ କି ପଲମୋନାରୀ ଟିବି କୁହାଯାଏ ।

ଟିବି ଶରୀରରେ ରକ୍ତ ସଂଚାଳନ ହେଉଥିବା ଯେକୌଣସି ଅଙ୍ଗକୁ ଆକ୍ରାନ୍ତ କରିଥାଏ । କେବଳ ନଖ ଓ କେଶକୁ ଟିବି ଆକ୍ରାନ୍ତ କରିପାରି ନଥାଏ । ତେବେ  ଉପଯୁକ୍ତ ସମୟରେ ରୋଗ ଚିହ୍ନଟ  ହୋଇପାରିଲେ ଟିବିର ଚିକିତ୍ସା ସମ୍ଭବ ।  ଟିବି ଏକ ସଂକ୍ରମକ ରୋଗ ।  ପ୍ରତ୍ୟେକ ବର୍ଷ ଏହି ମାରାତ୍ମକ  ରୋଗରେ ୧୩ ଲକ୍ଷ ମୃତ୍ୟୁ  ବରଣ କରିଥାନ୍ତି । ଟିବି ରୋଗର  ଚିକିତ୍ସା ୬ ମାସ ପର୍ଯ୍ୟନ୍ତ ହୋଇଥାଏ । ତେବେ ନ୍ୟୁରୋ  ଟ୍ୟୁବରକ୍ୟୁଲୋସିସ୍‌ /ସ୍କେଲିଟାଲ୍‌ ଟ୍ୟୁବରକ୍ୟୁଲୋସିସ୍‌  କିମ୍ବା ଡ୍ରଗ୍ସ ରେଜିଷ୍ଟାନ୍ସ କ୍ଷେତ୍ରରେ ଏହି ଚିକିତ୍ସାର  ସମୟସୀମାକୁ ବୃଦ୍ଧି କରାଯାଇଥାଏ ।

ତେଣୁ ଟିବି ଚିକିତ୍ସାକୁ ଅଧାରୁ ନ ଛାଡି ସବୁବେଳେ  ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା ସମ୍ପୂର୍ଣ୍ଣ କରାଇ  ନେବା ଉଚିତ୍‌ । ଯଦି ଚିକିତ୍ସା ସମୟରେ କୌଣସି ପାଶ୍ୱର୍  ପ୍ରତିକ୍ରିୟା ଦେଖାଯାଏ ତେବେ ତୁରନ୍ତ ଚିକିତ୍ସା କରୁଥିବା  ଡାକ୍ତରଙ୍କର ପରାମର୍ଶ ନେବା ଉଚିତ୍‌ । କିନ୍ତୁ କେବେ ବି  ଚିକିତ୍ସା ମଧ୍ୟରୁ ଔଷଧ ବନ୍ଦ କରିବା ଉଚିତ୍‌ ନୁହେଁ ।  ଯଦି ଆମେ ଠିକ୍‌ ସମୟରେ ପରୀକ୍ଷା ଓ ଚିକିତ୍ସା ନ କରାଇବା ତେବେ ଟିବିକୁ ଦେଶରୁ ସମ୍ପୂର୍ଣ୍ଣ  ମୂଳୋତ୍ପାଟନ କରିବା ସମ୍ଭବ ହେବନାହିଁ ।  ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୪ ତାରିଖକୁ ବିଶ୍ୱ ଯକ୍ଷ୍ମା  ଦିବସ ଭାବେ ପାଳନ କରାଯାଏ । ୧୯୮୨ ମସିହାରେ  ଜର୍ମାନର ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ରୋବର୍ଟ କୋଚ୍‌  ଟିବି ବ୍ୟାକ୍ଟେରିୟମ୍‌କୁ ଉଦ୍‌ଭାବନ କରିଥିଲେ ଯାହା  କି ଟିବି ରୋଗର ମୂଳ କାରଣ ।  ଏହି ଆବିଷ୍କାର ପରେ ଯକ୍ଷ୍ମାର  ଚିକିତ୍ସା ଓ ପରୀକ୍ଷଣ ବାଟ  ଖୋଲିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.