ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍ୱାସ୍ଥ୍ୟ ପାଇଁ ରସୁଣ ପାଲଟିଛି ଗେମ୍‌ଚେଞ୍ଜର, ସବୁଦିନ ଖାଇଲେ ମିଳିବ ଏହି ଫାଇଦା

ରସୁଣ ଘରର ରୋଷେଇ ଘରେ ରହିଥିବା ଏକ ସାଧାରଣ ଉପାଦାନ । ଏହା କେବଳ ସ୍ଵାଦ ପାଇଁ ନୁହେଁ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଉପଯୋଗୀ ଅଟେ।  ପ୍ରତ୍ୟେକଦିନ ରସୁଣର ଏକ ପାଖୁଡ଼ା ଗେମ୍‌ଚେଞ୍ଜର ହୋଇପାରେ। ତେବେ ଆସନ୍ତୁ ଜାଣିବା ଖରାଦିନେ ରସୁଣ ଖାଇବାର ଲାଭ। ରସୁଣରେ ଏପରି ପୋଷଣତତ୍ତ୍ଵ ରହିଛି ଯାହା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଏଥିରେ ଭିଟାମିନ ସି ଏବଂ ବି୬ , ମାଙ୍ଗାନିଜ ଏବଂ ସେଲେନିୟମ ଭରପୁର ମାତ୍ରାରେ ରହିଥାଏ। ଯାହା ସ୍ୱାସ୍ଥ୍ୟକୁ ଅନେକ ଗୁଡ଼ିଏ ରୋଗରୁ ବଞ୍ଚାଇଥାଏ। ପ୍ରତ୍ୟେକ ଦିନ ରସୁଣ ଖାଇବା ଦ୍ୱାରା ଥଣ୍ଡା ବା ଫ୍ଲୁ ର ବିପଦ କମିଥାଏ।  

୧୪୬ ଜଣଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନ ରୁ ଜଣା ପଡ଼ିଛି ଯେ, ପ୍ରତ୍ୟେକ ଦିନ ରସୁଣ ଖାଉଥିବା ବ୍ୟକ୍ତିଙ୍କ ଠାରେ ଥଣ୍ଡା ହେବାର ଆଶଙ୍କା ୬୩ ରୁ ୭୦ ପ୍ରତିଶତ କମ ଅଛି ବୋଲି ୟୁଏସ୍ ନେସନାଲ ଲାଇବ୍ରେରୀ ଅଫ ମେଡିସିନ ପ୍ରକାଶ କରିଛନ୍ତି।

ଉଚ୍ଚ ରକ୍ତଚାପ ବା ହାଇପରଟେନସନ ଏକ ସାଧାରଣ ରୋଗ ଅଟେ। ଯଦି ଏହାକୁ ନିୟନ୍ତ୍ରଣ କରାନଯାଏ, ତେବେ ଏହା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ। ରସୁଣ ଉଚ୍ଚରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ସେଥିରେ ଥିବା ଏଲିସିନ କମ୍ପୋନେଣ୍ଟ ରସୁଣ କଞ୍ଚା ଥିବା ସମୟରେ ଅଧିକ ଶକ୍ତିଶାଳୀ ହେଇଥାଏ। ଏହା ରକ୍ତ କଣିକା ଗୁଡ଼ିକୁ ଆରାମ ଦେଇ ରକ୍ତ ପ୍ରବାହକୁ ଉନ୍ନତ କରିଥାଏ। କଞ୍ଚା ରସୁଣ କୋଲେଷ୍ଟ୍ରୋଲର ସ୍ତରକୁ ମଧ୍ୟ କମ୍ କରିଥାଏ। ଏହା ଏଲଡିଏଲ କୋଲେଷ୍ଟ୍ରୋଲ୍ କୁ କମ୍ କରିଥାଏ। 

ରସୁଣରେ ଏଣ୍ଟିବାୟୋଟିକ ଭରପୁର ରହିଥାଏ,ଯାହା ଋତୁ ଅନୁଯାୟୀ ହେଉଥିବା ରୋଗରୁ ବଞ୍ଚାଇଥାଏ। ଏହି କାରଣରୁ ଥଣ୍ଡା, ଜ୍ଵର ଏବଂ ତଣ୍ଟିଦରଜ ହେବା ସମୟରେ କଞ୍ଚା ରସୁଣ ଖାଇବାକୁ ଉପଦେଶ ଦିଆଯାଇଥାଏ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.