ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରାଜ୍ୟରେ ୩ ଦିନ ହିଟ୍‌ୱେଭ୍ ଆଲର୍ଟ, ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖରାରେ କାମ କରିବା ମନା

ଭୁବନେଶ୍ଵର, ୩୧/୦୫ : ରାଜ୍ୟରେ ୩ ଦିନ ହିଟ୍‌ୱେଭ୍ ଆଲର୍ଟ। ହିଟ୍‌ୱେଭ୍ ନେଇ ସତର୍କ କଲେ ଏସ୍‌ଆର୍‌ସି ସତ୍ୟବ୍ରତ ସାହୁ। ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୩ ଦିନ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ୩ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓ କେନ୍ଦ୍ରାଞ୍ଚଳରେ ହିଟ୍‌ୱେଭ୍ ରହିବ। 

ଏସ୍‌ଆର୍‌ସି କହିଛନ୍ତି ଯେ, ହିଟ୍‌ୱେଭ୍ ପାଇଁ ପିକ୍ ଆୱାରରେ ବାହାରକୁ ବାହାରନ୍ତୁ ନାହିଁ। ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖରାରେ କାମ କରାଇବାକୁ ମନା କରାଯାଇଛି। ସେହିପରି ଖରାରେ କାମ କରାଇଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆସନ୍ତାକାଲି ସୁନ୍ଦରଗଡ଼ ଜିଲ୍ଲାରୁ ୧୨, ଝାରସୁଗୁଡ଼ାରୁ ୬ଟି ମୃତ୍ୟୁ ଅଭିଯୋଗ ଆସିଛି। ତାହା ଅଂଶୁଘାତ ଜନିତ ମୃତ୍ୟୁ କି ନୁହେଁ ତଦନ୍ତ ପରେ ସ୍ପଷ୍ଟ ହେବ। ଜିଲ୍ଲାପାଳ ଏବଂ ସ୍ୱାସ୍ଥ୍ୟ ବିଭାଗର ଟିମ୍ କାହିଁକି ଏତେ ସଂଖ୍ୟକ ମୃତ୍ୟୁ ହେଲା ତାହାର ତଦନ୍ତ କରିବେ।

ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ, ଅଂଶୁଘାତଜନିତ ମୃତ୍ୟୁ ଅଧିକାଂଶ ଟ୍ରକ୍ ଡ୍ରାଇଭର ଓ ଶ୍ରମିକ ଥିବା ଜଣାପଡିଛି। ଆସନ୍ତା ତିନି ଦିନ ଗୁରୁତ୍ବପୂର୍ଣ୍ଣ। ଜିଲ୍ଲାପାଳ, ସ୍ବାସ୍ଥ୍ୟ ସଚିବ, ଶ୍ରମ କମିଶନ ସହ ଆଲୋଚନା କରିଛୁ। ସେଣ୍ଟ୍ରାଲ ଓ ପଶ୍ଚିମ ଓଡ଼ିଶାକୁ ସତର୍କ କରାଯାଇଛି। ଉପକୂଳ ଜିଲ୍ଲାରେ ତାପମାତ୍ରା ସ୍ଥିର ରହିବ, କିନ୍ତୁ ପ୍ରବଳ ଗୁଳୁଗୁଳି ହେବ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.