ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖରା ସାଙ୍ଗକୁ ବଢ଼ିଛି ବିୟର୍ ଡିମାଣ୍ଡ: ଧାର୍ଯ୍ୟ ସୀମା ଦୁଇ ଗୁଣା ଉଠାଇଲେଣି ବେପାରୀ, ବର୍ଷକରେ ପିଇଛନ୍ତି ୧ କୋଟି ଲିଟର

କଟକ, ୧୫/୦୪: ଖରା ବଢ଼ିବା  ପରେ ବିୟର ବେପାର ବଢିଛି । ଲାଇସେନ୍ସପ୍ରାପ୍ତ ମଦ ଦୋକାନ ଯଥା  ଅଫ୍‌ ସପ୍‌ ଏବଂ ଅନ୍‌ ସପ୍‌ (ବାର୍‌)ରେ ବିୟରର ଚାହିଦା ବୃଦ୍ଧି ପାଇଛି । ଜଣେ ଲେଖାଏଁ ବ୍ୟବସାୟୀଙ୍କ ମାସିକ କୋଟା ୭ ଶହରୁ ୮ଶହ ଲିଟର ବିୟର ଉଠାଇବା ପାଇଁ ଧାର୍ଯ୍ୟ ରହିଥିବା ବେଳେ ଏବେ ସେମାନେ ପାଖାପାଖି ଦୁଇ ଗୁଣା ବିୟର ଉଠାଉଥିବା ଜିଲ୍ଲା ଅବକାରୀ  ବିଭାଗ ସୂତ୍ରରୁ ଖବର ମିଳିଛି । ବିଶେଷ କରି ଜାନୁଆରୀ ପରଠାରୁ ବିୟର ଚାହିଦା ବଢ଼ିଛି । କଟକ ଜିଲ୍ଲାରେ ୨୦୨୩  ଏପ୍ରିଲ୍‌ରୁ ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ  ଗୋଟିଏ ଆର୍ଥିକ ବର୍ଷରେ ୮୪ ଲକ୍ଷ  ଲିଟର ବିୟର ଉଠାଇବା ପାଇଁ କୋଟା  ଧାର୍ଯ୍ୟ ରହିଥିଲା । ମାର୍ଚ୍ଚ ଶେଷ ସୁଦ୍ଧା ଏହି  କୋଟା ପୂରଣ ହେବା ସହ ଅଧିକ ୨୦  ଲକ୍ଷ ଲିଟର ବିୟର କଟକରେ କାରବାର  ହୋଇଥିବା ସୂଚନା ମିଳିଛି । 

ତେବେ ଆଗକୁ ତାତି ବଢ଼ିବା ସହ ନିର୍ବାଚନୀ ମାହୋଲ ଥିବାରୁ ବିୟର କାରବାର ବୃଦ୍ଧି ପାଇବ ବୋଲି  ଜଣେ ମଦ ବ୍ୟବସାୟୀ କହିଛନ୍ତି । ଯୁବପିଢିମାନେ ଫୁର୍ତ୍ତି ମନାଇବା ବିୟର  ଅଧିକ ସେବନ କରୁଥିବା ଜଣାଯାଇଛି ।  ତେବେ ଥଣ୍ଡା ଦିନେ ବିୟର ଚାହିଦା  ସାମାନ୍ୟ କମଥିଲେ ମଧ୍ୟ ଖରା ଦିନେ  ଏହାର ବେପାର ବଢ଼ିଯାଇଛି । ଅନ୍ୟ  ବିଦେଶୀ ମଦ ତୁଳନାରେ ବିୟରରେ  ନିଶା ପରିମାଣ କମ୍‌ ଥିବାରୁ ଏହାକୁ  ଅନେକ ସେବନ କରୁଥିବା ଚର୍ଚ୍ଚା  ହେଉଛି । ଜଣେ ମଦ ବ୍ୟବସାୟୀଙ୍କ  କହିବା ଅନୁସାରେ, ଏପ୍ରିଲ୍‌ରୁ  ସେପ୍ଟେମ୍ବର ପର୍ଯ୍ୟନ୍ତ ସାଧାରଣତଃ ବିୟର  ବେପାର ଅଧିକ ହୋଇଥାଏ । ଆର୍ଥିକ  ବର୍ଷର ପ୍ରଥମ ୪ ମାସ ତଥା ଏପ୍ରିଲ୍‌ରୁ  ଜୁନ୍‌ ପର୍ଯ୍ୟନ୍ତ ଏବଂ ଶେଷ ଦୁଇ ମାସ  ଯଥା ଫେବ୍ରୁଆରୀ ଏବଂ ମାର୍ଚ୍ଚରେ ଅଧିକ  ପରିମାଣାରେ ବିୟର ବେପାର ହୋଇଥାଏ ।  ଚଳିତ ଆର୍ଥିକ ବର୍ଷର ପ୍ରଥମ ତଥା ଏପ୍ରିଲ୍‌  ମାସର କୋଟା ୮୦୦ ଲିଟର ରହିଥିବା  ବେଳେ ୧୪ ଦିନରେ ୪ଶହ ଲିଟରରୁ  ଅଧିକ ବିୟର ବିକ୍ରି ହୋଇସାରିଲାଣି  ବୋଲି ସମ୍ପୃକ୍ତ ବ୍ୟବସାୟୀ ଜଣକ  କହିଛନ୍ତି । ଏବେ ଅନ୍ୟ ବିଦେଶୀ  ମଦ କାରବାର କମ୍‌ ଥିଲେ ମଧ୍ୟ  ନିର୍ବାଚନ ସମୟରେ ମାସିକିଆ କୋଟା  ଉଠାଇବାରେ ଅସୁବିଧା ହେବ ନାହିଁ  ବୋଲି ବ୍ୟବସାୟୀମାନେ କହିଛନ୍ତି । 

କଟକ ଜିଲ୍ଲରେ ୧୧୮ଟି ଅଫ୍‌  ସପ୍‌ ଏବଂ ୮୦ଟି ଅନ୍‌ ସପ୍‌ ରହିଛି ।  ତେବେ ବିୟର ବେପାର ବୃଦ୍ଧି ସମ୍ପର୍କରେ  ଜିଲ୍ଲା ଅବକାରୀ ଅଧୀକ୍ଷକ ଦେବାଶିଷ  ପଟେଲଙ୍କ ପ୍ରତିକ୍ରିୟା ନେବାରୁ ସେ  କହିଥିଲେ, ଖରା ଦିନେ ବିୟର ବେପାର  ସାଧାରଣତଃ ବଢ଼ିଥାଏ । ଗତ ଆର୍ଥିକ  ବର୍ଷରେ ଜିଲ୍ଲାରେ ଲକ୍ଷ୍ୟଧାର୍ଯ୍ୟ ଠାରୁ  ଅଧିକ ବିୟର ବେପାର ହୋଇଥିବାରୁ  ଚଳିତ ଆର୍ଥିକ ବର୍ଷରେ ବେପାର ବୃଦ୍ଧି  ହେବ ବୋଲି ଲାଇସେନ୍ସପ୍ରାପ୍ତ ମଦ  ବ୍ୟବସାୟୀମାନେ ଅନୁମାନ କରୁଛନ୍ତି ।  ମଦ ବିକ୍ରି ଉପରେ ଅନେକ ନୀତିନିୟମ ଏବଂ କଟକଣା ରହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.