ଭୁବନେଶ୍ବର, ୨।୬ ଅସହ୍ୟ ଗୁଳୁଗୁଳି ରୁ ଟ୍ବିନ ସିଟି ବାସୀଙ୍କୁ ଆଶ୍ୱସ୍ତି ଦେଲା ବର୍ଷା। କଟକ- ଭୁବନେଶ୍ବରରେ ଲଗାଣ ବର୍ଷା ଜାରି ରହିଛି। ଘଡଘଡି ସହ ବର୍ଷା ହୋଇଛି। ଫଳରେ ରାସ୍ତାରେ ପାଣି ଜମି ରହିଛି। ବର୍ଷା ଯୋଗୁ କଟକ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। କେତେକ ସ୍ଥାନରେ ପାଓ୍ବାର କଟ କରାଯାଇଛି। ପାହାଳ, ନଖରା, ରସୁଲଗଡ, ବରମୁଣ୍ଡ, ଖଣ୍ଡିଗିରିରେ ପାଓ୍ବାର କଟ କରାଯାଇଛି।
ବର୍ଷା ଯୋଗୁ କଟକ ସହରର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ ମନ୍ଦିର ଜଳାର୍ଣ୍ଣବ ହୋଇଛି। ମନ୍ଦିର ପରିସର ରେ ପାଣି ପଶିବା ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି ସେବାୟତମାନଙ୍କୁ। ମନ୍ଦିରର ବେଢ଼ା , ପାର୍ଶ୍ଵ ଦେବଦେବୀଙ୍କର ମନ୍ଦିର ଓ ମୁଖ୍ୟ ମନ୍ଦିରରେ ବର୍ଷା ଜଳ ପ୍ରବେଶ କରିଛି। କଟକର ଶେଖ ବଜାରରେ ଲୋକଙ୍କ ଘରେ ପାଣି ପଶିଛି।