ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ଇସ୍ରାଏଲକୁ ଖୋଲା ଚ୍ୟାଲେଞ୍ଜ ଦେଲେ ହିଜବୁଲ୍ଲାହ ମୁଖ୍ୟ ହସନ ନସରୁଲ୍ଲାହ ! ଲେବାନନ ସରକାର ମଧ୍ୟ ଖୁବ୍ ଭୟଭୀତ

ବେରୁତ୍ : ହମାସକୁ ଖୋଲା ସମର୍ଥନ ଓ ଇସ୍ରାଏଲକୁ ଧମକ ଦେଇଥିବା ହିଜବୁଲ୍ଲାହର ମୁଖ୍ୟ ହସନ ନସରୁଲ୍ଲାହ, ଆରବ ଦେଶ ଉପରେ ନିଜର ପତିଆରା ଜାରି ରଖିଛନ୍ତି। ନସରୁଲ୍ଲାହଙ୍କର ଇରାନର ଅଲିଖାମନେଇଙ୍କ ସହ ଖୁବ୍‌ ନିବିଡ଼ ସଂପର୍କ ରହିଛି। ନସରୁଲ୍ଲାହଙ୍କର ଶକ୍ତିର ଅନ୍ଦାଜା ଏଥିରୁ ଅନୁମାନ କରାଯାଇ ପାରେ କି ,ସେ ଇସ୍ରାଏଲକୁ ଖୋଲା ଧମକ ଦେଉଛନ୍ତି। ହସନ ନସରୁଲ୍ଲାହଙ୍କର ଲେବାନନରେ ରାଜନୀତି ଉପରେ ମଧ୍ୟ ପୂରା ପ୍ରଭାବ ରହିଛି। ତାଙ୍କର ସମର୍ଥକ ପୂରା ଦୁନିଆରେ ଅଛନ୍ତି। ତାଙ୍କୁ ଇସ୍ରାଏଲ ଓ ଆମେରିକା ବିରୋଧରେ କଡ଼ା ଭାଷଣ ଦେବାରେ ମଧ୍ୟ ଜଣାଯା'ନ୍ତି। ହେଲେ ସେ ଶୀଘ୍ର ସାମ୍ନାକୁ ଆସନ୍ତି ନାହିଁ। ଲେବାନନରେ ମଧ୍ୟ ହିଜବୁଲ୍ଲାହ ବହୁତ ଲୋକଙ୍କୁ ବିବାଦରେ ପକାଇବାର ସଙ୍ଗଠନ ରୂପେ ଜଣାଯାଏ । 

ଆମେରିକାର ଚାପ ଆଗେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ ଇସ୍ରାଏଲ , ହମାସ କବଳରୁ ବନ୍ଧକଙ୍କ ମୁକ୍ତି ପାଇଁ ରଖିଲା ସର୍ତ୍ତ

ନସରୁଲ୍ଲାହ କିଏ ? 

ହସନ ନସରୁଲ୍ଲାହ ଲେବାନନର କଟ୍ଟରପନ୍ତି ସିୟା ସମୂହ ହିଜବୁଲ୍ଲାହଙ୍କ ମୁଖିଆ। ୧୯୬୦ରେ ଜନ୍ମିତ ନସରୁଲ୍ଲାହ ୧୫ ବର୍ଷ ବୟସରେ ହିଁ ରାଜନୀତିକୁ ଆସିଥିଲେ। ଲେବାନନରେ ୧୯୭୫ରେ ଗୃହ ଯୁଦ୍ଧ ଚାଲିଥିଲା। ସେ ଅମଲ ମୁଭମେଣ୍ଟ ପାର୍ଟିରେ ଯୋଗ ଦେଇଥିଲେ। ଏହି ସଙ୍ଗଠନର ମୂଳଦୁଆ ଇରାନୀ ମୂସା ସଦର ରଖିଥିଲେ। ଏହି ସମୟରେ ନସରୁଲ୍ଲାହଙ୍କର ଧାର୍ମିକ ଶିକ୍ଷା ମଧ୍ୟ ଆରମ୍ଭ ହୋଇ ଯାଇଥିଲା। ୧୬ ବର୍ଷ ବୟସରେ ସେ ଇରାକ୍‌ ଚାଲିଗଲେ। ଇରାକରେ ମଧ୍ୟ ରକ୍ତାକ୍ତ ଖେଳରେ ଲୁପ୍ତ ଥିଲେ। ରାଜନୀତିକ ଅସ୍ଥିରତା ଥିଲା। ସଦ୍ଦାମ ହୁସୈନ ଆଦେଶ ଦେଇଥିଲେ କି, ଲେବାନନୀ ଶିୟା ଛାତ୍ରଙ୍କୁ ମଦରସାରୁ ବାହାର କରିଦିଆ ଯାଉ। ଏହାପରେ ନସରୁଲ୍ଲାହ ଲେବାନନ ଫେରି ଆସିଲେ। ଲେବାନନ ଆସିବା ପରେ ସେ ନସରୁଲ୍ଲାହ ପୁଣି ଅମଲ ମୁଭମେଣ୍ଟରେ ସକ୍ରିୟ ହୋଇଗଲେ। 

ହସନ ନସରୁଲ୍ଲାହ ଇରାନ ନେତାଙ୍କ ସହ ସଂପର୍କରେ ଥିଲେ। ଇରାନ ଲେବାନନର ଶିୟା ସଂପ୍ରଦାୟ ସହ ସମ୍ୱନ୍ଧକୁ ପସନ୍ଦ କରିବା ପରେ ମଧ୍ୟସ୍ଥତାର କାମ ନସରୁଲ୍ଲାହଙ୍କୁ ମିଳିଗଲା। ଲେବାନନରେ ବହୁ ସଂଖ୍ୟାରେ ଫିଲିସ୍ତିନୀୟ ଯୁବକ ରହୁଥିଲେ । ଏହି ମଧ୍ୟରେ ଇସ୍ରାଏଲ ଲେବାନନ ଉପରେ ହମଲା କରିଥିଲା। ଏହାପରେ ଇରାନର ଫୌଜି କମାଣ୍ଡର ଲେବାନନରେ ଏକ ଗ୍ରୁପ ଗଠନ କଲେ । ଏହାର ନାମ ହିଜବୁଲ୍ଲାହ ରଖାଗଲା । ଏଥିରେ ହସନ ନସରୁଲ୍ଲାହ ମଧ୍ୟ ସାମିଲ ଥିଲେ । ଏହି ସମୟରେ ନସରୁଲ୍ଲାହଙ୍କର ବୟସ ୨୨ ବର୍ଷ ଥିଲା । 

Copyright © 2022 - Summa Real Media Private Limited. All Rights Reserved.