ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଜଳଖିଆ ଦୋକାନ ଉପରେ ଓଲଟିଲା ବାଲି ବୋଝେଇ ହାଇୱା, ଗାଡ଼ି ଛାଡ଼ି ଚମ୍ପଟ୍ ମାରିଲା ଡ୍ରାଇଭର

ଆନନ୍ଦପୁର ୦୪/୦୨: ଭାରସାମ୍ୟ ହରାଇ ଜଳଖିଆ ଦୋକାନ ଉପରେ ଓଲଟିଲା ହାଇୱା। ନନ୍ଦିପଦା ଥାନା ଚଣ୍ଡୀବିରଞ୍ଚିପୁର ଛକ ନିକଟ ଘଟଛି ଦୁର୍ଘଟଣା। ବାଲି ବୋଝେଇ ହାଇୱାଟି କିଶୋର ଭୋଳଙ୍କ ଜଳଖିଆ ଦୋକାନ ଉପରେ ଓଲଟିିବାରୁ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଦୁର୍ଘଟଣା ଘଟାଇବା ପରେ ହାଇୱା ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ୍ ମାରିଛି। ଭାଗ୍ୟକୁ ଦୁର୍ଘଟଣା ସମୟରେ ଦୋକାନ ଭିତରେ କେହି ନ ଥିବାରୁ କୌଣସି ମୃତାହତ ହୋଇ ନଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। 

ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ୫୩ ନମ୍ବର ରାଜ୍ୟ ରାଜପଥ ନନ୍ଦିପଦା ଥାନା ଅନ୍ତର୍ଗତ ଚଣ୍ଡୀବିରଞ୍ଚିପୁର ଛକ ଦୁର୍ଘଟଣା। ହାଇୱାଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା କିଶୋର ଭୋଳଙ୍କ ଜଳଖିଆ ମାଡ଼ି ଯାଇଥିଲା। ଫଳରେ ଦୋକାନ ଉପରେ ଓଲଟିପଡିଥିଲା। ବାଲି ବୋଝେଇ ହାଇୱା ତଳେ ଚାପି ହୋଇ ଦୋକାନର ଆସବାବପତ୍ର ଓ ବିଭିନ୍ନ ଜିନିଷ ଭାଙ୍ଗି  ଚୁରମାର ହୋଇଯାଇଛି। ହେଲେ ଭାଗ୍ୟକୁ ସେହି ସମୟରେ ଦୋକାନ ଭିତରେ କେହିନଥିବା ଜଣାପଡିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.