ପ୍ରମୂଖ ଖବର
  • ଗୁଳି ମାଡ଼ରେ ଏନସିପି ନେତା ବାବା ସିଦ୍ଦିକି ମୃତ
  • ||
  • ସମ୍ମାନ ବଞ୍ଚାଇ ପାରିଲା ନାହିଁ ବାଂଲାଦେଶ, ୧୩୩ ରନ୍‌ରେ ହରାଇଲା ଭାରତ
  • ||
  • ସୁଭଦ୍ରାରେ ତ୍ରୁଟି ଥିଲେ ଯିବ ଫୋନ୍‌ କଲ୍‌, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା
  • ||
  • ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା, ମହାସ୍ନାନ କରିଲେ ମହାପ୍ରଭୁ
  • ||
  • ଦରମଗାଡ ନଦୀରେ ଭାସି ନିଖୋଜ ହୋଇଥିଲେ ମହିଳା, ଉଦ୍ଧାର ହେଲା ମୃତଦେହ
  • ||
  • ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବ୍‌ ଶୀଘ୍ର କମିବ ଦର
  • ||
  • ଭୁବନେଶ୍ୱର : ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’
  • ||
  • ବଣାଇ : ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌, ବ୍ୟକ୍ତି ମୃତ
  • ||
  • କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା
  • ||
  • ସମ୍ୱଲପୁର : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ଯାଜପୁର : ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
  • ||

ହିମାଚଳ ପ୍ରଦେଶରେ ଗଞ୍ଜେଇ ଚାଷକୁ ଅନୁମତି, ବିଧାନସଭାରେ ଗୃହୀତ ହେଲା ବିଲ୍

ସିିମ୍‌ଲା,୦୭/୦୯: ହିମାଚଳ ପ୍ରଦେଶରେ ଗଞ୍ଜେଇ ଚାଷକୁ ଆଇନଗତ ଅନୁମତି ମିଳିବାକୁ ଯାଉଛି । ଏ ସଂକ୍ରାନ୍ତ ଏକ ବିଲ୍‌ ଶୁକ୍ରବାର ବିଧାନସଭାରେ ଗୃହୀତ ହୋଇଛି । ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟ ଆଧାରରେ ସରକାର ଏଭଳି ପଦକ୍ଷେପ  ନେଇଛନ୍ତି । ଔଷଧ ଓ ବ୍ୟବସାୟିକ ଉଦ୍ଦେଶ୍ୟରେ ଗଞ୍ଜେଇ ଚାଷ କରାଯିବା ଲାଗି କମିଟି ପ୍ରସ୍ତାବ ଦେଇଥିଲା । ତା’ଛଡା  ଗଞ୍ଜେଇ ଚାଷରୁ ଅର୍ଥନୀତି ସୁଧୁରିବ । 

କମିଟିର ଅଧ୍ୟକ୍ଷ ତଥା  ରାଜସ୍ୱ ମନ୍ତ୍ରୀ ଜଗତ ସିଂହ ନେଗି କହିଛନ୍ତି ଗଞ୍ଜେଇ ଚାଷକୁ  ଅନୁମତି ଦେବା ଲାଗି ବିଧାନସଭାରେ ଏକ ପ୍ରସ୍ତାବ ଆସିଥିଲା ।  ତାକୁ ସବୁ ସଦସ୍ୟ ସମର୍ଥନ କରିଥିଲେ । ତା’ଉପରେ  ଅନୁଧ୍ୟାନ କରିବା ଲାଗି କମିଟି ଗଠନ କରାଯାଇଥିଲା । କମିଟି  ସବୁ ଜିଲ୍ଲା ଗସ୍ତ କରି ସ୍ଥାନୀୟ ଲୋକଙ୍କ ସହ ଗଞ୍ଜେଇ  ଚାଷ ଉପରେ ଆଲୋଚନା କରିଥିଲା । 

ଏହି କ୍ଷେତ୍ରରେ  ଜମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶ କିଭଳି ସଫଳ  ହୋଇଛନ୍ତି ତାହାର ଅନୁଧ୍ୟାନ କରାଯିବା ପରେ କମିଟି ତାର  ରିପୋର୍ଟ ଦେଇଥିଲା । ସେ କହିଛନ୍ତି ଗଞ୍ଜେଇ ଚାଷ ପାଇଁ  ଅଧିକ ପାଣି ଦରକାର ପଡିବ ନାହିଁ, ଏହାକୁ ବନ୍ୟପ୍ରାଣୀ ଖାଇ  ନଷ୍ଟ କରିପାରିବେ ନାହିଁ ଏବଂ ଏଥିରେ ରୋଗପୋକ ଲାଗିବେ  ନାହିଁ । ତେଣୁ ବ୍ୟବସାୟିକ ଓ ଔଷଧୀୟ ଉଦ୍ଦେଶ୍ୟରେ ଏହି  ଚାଷ ବେଶ୍‌ ଲାଭଦାୟକ ହୋଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.