ସମ୍ବଲପୁର, ୦୯/୦୮ : ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୬ ଗେଟ୍। ମୋଟ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବାମ ପାର୍ଶ୍ଵରେ ୯ଟି ଏବଂ ଦକ୍ଷିଣ ପାର୍ଶ୍ଵରେ ୫ଟି ଗେଟ୍ ଖୋଲା ରହିଛି। ସକାଳ ୬ଟା ସୁଦ୍ଧା ଜଳଭଣ୍ଡାର ମଧ୍ୟକୁ ୨ ଲକ୍ଷ ୮୬ ହଜାର ୧୩୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୫୭ ହଜାର ୭୪୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି।
ଏଥିରୁ ସ୍ପିଲୱେ ଦେଇ ୧ ଲକ୍ଷ ୨୦ ହଜାର ୨୯୬ କ୍ୟୁସେକ ଜଳ ମହାନଦୀକୁ ଛଡ଼ା ଯାଉଥିବା ବେଳେ ପାୱାର ଚ୍ୟାନେଲ ଦେଇ ୩୫୦୭୮, ବିଭିନ୍ନ କେନାଲ ଦେଇ ୨୦୯୨ କ୍ୟୁସେକ୍, ଶିଳ୍ପ ଜଳଯୋଗାଣ ପାଇଁ ୨୭୭ କ୍ୟୁସେକ ଯୋଗାଣ ହୋଇ ମୋଟ ୧ ଲକ୍ଷ ୫୭ ହଜାର ୭୪୩ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।