ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ବିବାହର ୧୨ ବର୍ଷ ପରେ ପତ୍ନୀଙ୍କୁ ଛାଡପତ୍ର ଦେଲେ ବଲିଉଡ୍ ଗାୟକ ହନି ସିଂ, ପରସ୍ପରକୁ ଅଲଗା ହେବା ପାଇଁ ଅନୁମତି ଦେଲେ ଦିଲ୍ଲୀ କୋର୍ଟ...

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଗାୟକ ତଥା ରାପର ହନି ସିଂ ତାଙ୍କ ଛାଡପତ୍ରକୁ ନେଇ ବେସ୍ କିଛି ଦିନ ହେବ ଖବରରେ ରହିଥିଲେ । ବର୍ତ୍ତମାନ ଏଥିରେ ଏକ ନୂଆ ଅପଡେଟ୍ ଆସିଛି । ଗାୟକ ଏବଂ ତାଙ୍କ ପତ୍ନୀ ଶାଲିନୀ ତଲୱାରଙ୍କ ଛାଡପତ୍ରକୁ ଆଜି (ମଙ୍ଗଳବାର) ଦିଲ୍ଲୀର ଏକ କୋର୍ଟ ଅନୁମୋଦନ କରିଛନ୍ତି । 

 ସୂଚନାନୁସାରେ, ଫାମିଲି କୋର୍ଟ ବିଚାରପତି ପରମଜିତ୍ ସିଂ, ହନି ସିଂ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଚାଲିଥିବା ଅଢେଇ ବର୍ଷର ମାମଲାକୁ ସମାପ୍ତ କରି ଉଭୟ ପକ୍ଷଙ୍କୁ ଛାଡପତ୍ର ଡିଗ୍ରୀ ଦେଇଛନ୍ତି । ହନି ସିଂଙ୍କ ଉପରେ ପତ୍ନୀ ଘରୋଇ ହିଂସା ଅଭିଯୋଗ କରିଥିଲେ। ଶାଲିନୀ କହିଛନ୍ତି ଯେ ଗାୟକ ଏବଂ ତାଙ୍କ ପରିବାର ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଛନ୍ତି। ବର୍ତ୍ତମାନ ଉଭୟ ପକ୍ଷ ଚୁକ୍ତି କରିବା ପରେ ଅଭିଯୋଗ ପ୍ରତ୍ୟାହାର କରାଯାଇଥିଲା । ଗତ ବର୍ଷ ସେପ୍ଟେମ୍ବରରେ ହନି ସିଂ ମଧ୍ୟ ଶାଲିନୀଙ୍କୁ ୧ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦେଇଥିଲେ । 

ସୂଚନାଥାଉକି ଯେ, ହନି ସିଂ ଏବଂ ଶାଲିନି ବିବାହ ପୂର୍ବରୁ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିଥିଲେ । ତା’ପରେ ୨୦୧୧ ରେ, ଦିଲ୍ଲୀର ଏକ ଗୁରୁଦ୍ୱାରରେ ଏହି ଦମ୍ପତି ଶିଖ ରୀତିନୀତି ଅନୁଯାୟୀ ଧୁମଧାମରେ ବିବାହ କରିଥିଲେ । ଉଭୟଙ୍କ ବିବାହ ଅତ୍ୟନ୍ତ ଗୁପ୍ତ ଥିଲା । ଯେଉଁଥିରେ କେବଳ ତାଙ୍କ ପରିବାର ସଦସ୍ୟ ଅଂଶଗ୍ରହଣ କରିଥିଲେ । ବିବାହର ତିନି ବର୍ଷ ପରେ ସେମାନଙ୍କ ସମ୍ପର୍କର ଖବର ସାମ୍ନାକୁ ଆସିଲା । ଏହା ପରେ ହନି ସିଂ ଏକ ରିଆଲିଟି ସୋରେ ପ୍ରକାଶ କରିଥିଲେ ଯେ ସେ ଶାଲିନୀଙ୍କୁ ବିବାହ କରିଛନ୍ତି ।

 


 

Copyright © 2022 - Summa Real Media Private Limited. All Rights Reserved.