ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏଣିକି ସ୍କିନ୍ ଟଚ୍ ନୁହେଁ, ଫୋନ୍‌କୁ ଆଖି ଇସାରାରେ ଚଳାଇପାରିବେ...

ନୂଆଦିଲ୍ଲୀ, ୨୮।୩: ଆଇଫୋନ୍ ଆସିବା ପରେ ସ୍ମାର୍ଟଫୋନ୍‌ରୁ କିପ୍ୟାଡ୍ ଗାଏବ ହୋଇଗଲା । ଏବେ ଏହି କ୍ଷେତ୍ରରେ ଆଉ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାକୁ ଯାଉଛି ଚୀନ୍‌ର ଟେକ୍ କମ୍ପାନୀ ଅନର୍ । ଏଣିକି ଫୋନ୍ ହାତରେ ନୁହେଁ ବରଂ ଆଖି ଇସାରାରେ ଚାଲିବ । ଏଆଇ ଆଧାରରେ ଏହା ଫୋନ୍‌କୁ ଆଖି ଇସାରାରେ ଚାଲିବାର ବିକଳ୍ପ ପ୍ରଦାନ କରିବ । ବାର୍ସିଲୋନାରେ ଆୟୋଜିତ ମୋବାଇଲ ୱାଲ୍ଡ କଂଗ୍ରେସ ୨୦୨୪ରେ ଅନର୍ ତାର ମ୍ୟାଜିକ୍ ୬ ପ୍ରୋରେ ମ୍ୟାଜିକାଲ କ୍ୟାପସୁଲ୍‌ରେ ନାଁରେ ଏହାକୁ ପରିଚିତ କରାଇଛି । ଏଆଇ ଦ୍ୱାରା ଆଧାରିତ ଆଇ ଟ୍ରାକିଂ ଟେକ୍ନୋଲୋଜି ମାଧ୍ୟମରେ ଜାଣିପାରିବ ସ୍କ୍ରିନ୍‌ରେ ଜଣେ କେଉଁଠିକୁ ଚାହୁଁଛି । 

ତେବେ କୌଣସି ଆପଲିକେସନ୍‌କୁ ଓପନ୍ କରିବା ପାଇଁ ବାସ୍ କିଛି ସମୟ ତାହା ଉପରେ ଦୃଷ୍ଟି ଦେବାକୁ ହେବ । ତେବେ ଏହା ସେଲଫି କ୍ୟାମେରାକୁ ବ୍ୟବହାର କରି ବ୍ୟବହାରକାରୀଙ୍କ ଆଖି ଗତିକୁ ଟ୍ରାକ୍ କରିବ । ଏହାବାଦ୍ ୨୦ରୁ ୫୦ ସେଣ୍ଟିମିଟର ଦୂରରୁ ବ୍ୟବହାରକାରୀ କେଉଁଠିକୁ ଦେଖୁଛି, ତାହାକୁ ମ୍ୟାଜିକାଲ୍ କ୍ୟାପସୁଲ୍ ସହଜରେ ଜାଣିବାକୁ ସକ୍ଷମ । ତେବେ କୌଣସି ଆପ୍‌କୁ ଓପନ କରିବା ପାଇଁ ୧.୮ ସେକେଣ୍ଡ ପର୍ଯ୍ୟନ୍ତ ଫୋନ୍‌କୁ ଦେଖିବାକୁ ହେବ । ଏହି ଟେକ୍‌କୁ ଉପଯୋଗ କରି ବ୍ୟବହାରକାରୀଙ୍କୁ କଲ୍ ରିସିଭ୍ କରିବାଠୁ ଆରମ୍ଭ କରି ଟେକ୍ସଟ ମ୍ୟାସେଜ୍ ଓପନ୍ କରିବା ଓ ଟାଇମର ବନ୍ଦ କରିବାର ବିକଳ୍ପ ସୁବିଧା ମିଳିବ । ଅବଶ୍ୟ ଏହି ପ୍ରକ୍ରିୟା ପାଇଁ ବ୍ୟବହାରକାରୀଙ୍କୁ ଫୋନ୍‌ରେ ଆଇ ମୁଭ୍‌ମେଣ୍ଟ ସେଟ୍ କରିବାକୁ ପଡ଼ିବ । ଅନ୍ୟପଟେ ଯେତେବେଳେ କୌଣସି କାରଣ ପାଇଁ ଫୋନ୍‌କୁ ହାତରେ ବ୍ୟବହାର କରିବା ସମ୍ଭବ ହେବା ନାହିଁ, ସେତେବେଳେ ଆଖିରେ ଫୋନ୍‌କୁ ବ୍ୟବହାର କରିହେବ ।      

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.