ମୁମ୍ବାଇ,୧୯।୧୧: 'ଧୁମ୍' ଏବଂ 'ଧୁମ୍ ୨' ପରି ସୁପରହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସଞ୍ଜୟ ଗଢଭୀଙ୍କ ରବିବାର ଦେହାନ୍ତ ହୋଇଛି। ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା। ରବିବାର ସକାଳ ପ୍ରାୟ ୮ଟା୪୫ ମିନିଟରେ ସମୟରେ ଘରେ ଚା ପିଉଥିବା ବେଳେ ହଠାତ୍ ତଳେ ପଡ଼ିଯାଇ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା।
ସଞ୍ଜୟ ଅନ୍ଧେରୀ ଅଞ୍ଚଳରେ 'ଗ୍ରୀନ୍ ଏକର୍ସ' ବିଲ୍ଡିଂରେ ରହୁଥିଲେ। ଘରେ ଚେତାଶୂନ୍ୟ ହେବା ପରେ ସଞ୍ଜୟଙ୍କ ତୁରନ୍ତ ଆନ୍ଧେରୀର କୋକିଲାବେନ ଧୀରୁବାଇ ଅମ୍ବାନୀ ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ବର୍ତ୍ତମାନ ସଞ୍ଜୟଙ୍କ ମୃତଦେହ ଡାକ୍ତରଖାନାରେ ଅଛି।
The magic he created on screen will be cherished forever. May his soul rest in peace. #SanjayGadhvi pic.twitter.com/1wstfQZpFO
— Yash Raj Films (@yrf) November 19, 2023
ସଞ୍ଜୟଙ୍କ କାମ ଉପରେ ଯଦି ନଜର ପକାଇବା ତେବେ ସେ ୨୦୦୦ ମସିହାରେ ରେ ଫିଲ୍ମ 'ତେରେ ଲିୟେ'ରୁ ଡାଇରେକ୍ଟରିଆଲ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ନୋଟିସରେ ଆସିନଥିଲା। ଏହାପୂର୍ବରୁ ଏହି ଚଳଚ୍ଚିତ୍ରର ନାମ ଥିଲା 'ତୁ ହିଁ ବତା ', ଯେଉଁଥିରେ ଅର୍ଜୁନ ରାମପାଲ ଏବଂ ରବିନା ଟଣ୍ଡନ୍ ମୁଖ୍ୟ ଭୂମିକାରେ ଥିଲେ। ତେବେ ସ୍ୱଳ୍ପ ବଜେଟ୍ ଯୋଗୁଁ ଫିଲ୍ମ ଅଟକି ଯାଇଥିଲା। ୨୦୦୪ ରେ ସଞ୍ଜୟ ପ୍ରଥମ ଥର ପାଇଁ ସୁନାମ ଅର୍ଜନ କରିଥିଲେ। ସେ ଆକ୍ସନ୍ ଥ୍ରୀଲର ଫିଲ୍ମ ‘ଧୁମ୍’ ନିର୍ଦ୍ଦେଶନା ଦେଇଥିଲେ।
‘ଧୁମ୍’ ଫିଲ୍ମରେ ଅଭିଷେକ ବଚ୍ଚନ, ଉଦୟ ଚୋପ୍ରା, ଜନ୍ ଆବ୍ରାହମ୍, ଇଶା ଦେଓଲ୍ ଏବଂ ରିମି ସେନ୍ଙ୍କ ଭଳି ଷ୍ଟାରମାନେ ଅଭିନୟ କରିଥିଲେ। ଫିଲ୍ମଟି ସୁପରହିଟ୍ ହୋଇଥିଲା। ଏହାପରେ ଧୁମ୍-୨, ମେରେ ୟାର କି ଶାଦି ହୈ, ଓ ଇମ୍ରାନ୍ ଖାନ୍ଙ୍କ ଅଭିନୀତ ଫିଲ୍ମ ‘କିଡନାପ୍’କୁ ମଧ୍ୟ ନିର୍ଦେଶନା ଦେଇଥିଲେ। ଏହାଛଡା ୨୦୧୨ ରେ ସେ ‘ଅଜବ ଗଜବ ଲଭ୍’ ନିର୍ଦେଶନା ଦେଇଥିଲେ। ଫିଲ୍ମ ‘ଅପରେସନ୍ ପରିନ୍ଦେ’କୁ ମଧ୍ୟ ସେ ନିର୍ଦେଶନା ଦେଇଥିଲେ। ଏହି ଫିଲ୍ମ ୨୦୨୦ ରେ ରିଲିଜ୍ ହୋଇଥିଲା।