ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଫୋନ୍‌ ନ ଉଠାଇବାରୁ ପତ୍ନୀଙ୍କୁ ହତ୍ୟା, ବିଷ ଖାଇ ଚିକିତ୍ସିତ ହେଉଛନ୍ତି ଅଭିଯୁକ୍ତ ସ୍ୱାମୀ

ବେଙ୍ଗାଲୁରୁ,୦୯/୧୦: କର୍ଣ୍ଣାଟକରେ ଜଣେ ପୁଲିସ କନଷ୍ଟେବଲ କିଶୋର(୩୪) ଫୋନ୍‌ ନ ଉଠାଇବାରୁ ପତ୍ନୀ ପ୍ରତିଭା(୨୪)ଙ୍କୁ ହତ୍ୟା କରିଛନ୍ତି ।  ଅଘଟଣଟି ଗତ ୬ ତାରିଖରେ ଘଟିଥିଲା । ୧୧ ଦିନ ପୂର୍ବରୁ ଦମ୍ପତିଙ୍କର ଏକ ପୁଅ ହୋଇଥିଲା । ପ୍ରସବ ପରେ ପ୍ରତିଭା ନିଜ ବାପଘରେ ଥିଲେ ।  

ପୁଲିସ ଅନୁସାରେ, ପ୍ରତିଭା କମ୍ପ୍ୟୁଟର ସାଇନ୍ସରେ  ଇଞ୍ଜିନିୟରିଂ କରିଥିଲେ । ତାଙ୍କର ବାପା ସୁବ୍ରମଣି  ବେଟ୍ଟାହଲସୁର ଗ୍ରାମ ପଞ୍ଚାୟତର ସେକ୍ରେଟେରୀ ।  ଗତବର୍ଷ ନଭେମ୍ବର ୧୩ରେ କୋଲାର ଜିଲ୍ଲା  ବୀରାପୁରାର ବାସିନ୍ଦା କିଶୋରଙ୍କ ସହ ତାଙ୍କର  ବିବାହ ହୋଇଥିଲା । କିଶୋର ଚାମରାଜନଗରରେ  ମୁତୟନ ଅଛନ୍ତି । ତେବେ ସବୁବେଳେ ପତ୍ନୀଙ୍କର  ଚରିତ୍ରକୁ ନେଇ ସନ୍ଦେହ କରୁଥିଲେ ସେ । ତାଙ୍କର  କଲ୍‌ ଡିଟେଲସ୍‌ ଏବଂ ମେସେଜ୍‌ ଯାଞ୍ଚ କରୁଥିଲେ । ଘଟଣାର ଦିନକ ପୂର୍ବରୁ ଅର୍ଥାତ୍‌ ନଭେମ୍ବର ୫ରେ  ଉଭୟଙ୍କ ମଧ୍ୟରେ ଫୋନ୍‌ରେ ଯୁକ୍ତିତର୍କ ହୋଇଥିଲା ।  ଏହି ସମୟରେ ପ୍ରତିଭାଙ୍କ ମା’ ରାଗି ଯାଇ ଫୋନ୍‌  କାଟି ଦେଇଥିଲେ । ରାତି ସାରା କିଶୋର ପତ୍ନୀଙ୍କୁ  ପ୍ରାୟ ୧୫୦ ଥର ଫୋନ୍‌ କରିଥିଲେ । ପରଦିନ  ଚାମରାଜନଗରଠାରୁ ପ୍ରାୟ ୨୩୦ କିମି ଦୂର ଶ୍ୱଶୁର  ଘରକୁ ଯାଇଥିଲେ କିଶୋର । ସେତେବେଳକୁ ପ୍ରତିଭା ପୁଅ ସହ ପ୍ରଥମ ମହଲାରେ ଥିଲେ । ତାଙ୍କର ମା’  ଛାତ ଉପରକୁ ଯାଇଥିଲେ । 

ଏହି ସୁଯୋଗରେ  କିଶୋର କୋଠରୀ ମଧ୍ୟକୁ ପଶି ଭିତରୁ କବାଟ  ଦେଇଥିଲେ । ନିଜେ ବିଷ ଖାଇବା ପରେ ଓଢ଼ଣୀରେ  ଶ୍ୱାସରୁଦ୍ଧ କରି ପତ୍ନୀଙ୍କୁ ହତ୍ୟା କରିଥିଲେ । ୧୫ ମିନିଟ୍‌  ପରେ ବାହାରକୁ ଆସି ‘ମୁଁ ତାକୁ ମାରି ଦେଲି’ ବୋଲି  ପାଟି କରିବା ସହ ଫେରାର ହୋଇଯାଇଥିଲେ ।  କିଶୋରଙ୍କ ବିରୋଧରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି । ସେ ଏବେ ଏକ ହସ୍ପିଟାଲରେ ଚିକିତ୍ସିତ  ହେଉଥିବାବେଳେ ଡିସ୍‌ଚାର୍ଜ ହେବାପରେ ତାଙ୍କୁ  ଗିରଫ କରାଯିବ ବୋଲି ପୁଲିସ କହିଛି ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.