ଦାରିଙ୍ଗବାଡି,୧୦/୫ : ନିର୍ବାଚନ ଯେତେ ପାଖେଇ ଆସୁଛି ଦଳ ଡିଆଁ ପ୍ରତିଯୋଗିତା ସେତେ ଅଧିକ ଦେଖିବାକୁ ମିଳୁଛି । ଭୋଟରମାନେ ନିଜର ନିଷ୍ପତ୍ତିକୁ ବଦଳେଇ ଦଳ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳିଛି । କଂଗ୍ରେସକୁ ମଜବୁତ୍ କରିବା ପାଇଁ କଂଗ୍ରେସରେ ଯୋଗ ଦେଇଛନ୍ତି କର୍ମୀ ଓ ନେତା ।
ହାତୀମୁଣ୍ଡା ପଞ୍ଚାୟତସ୍ଥିତ ପୀଡ଼ଡମାହା ଗ୍ରାମର ଶତାଧିକ କର୍ମୀ ଓ ସିମନବାଡ଼ି ପଞ୍ଚାୟତରୁ ୩୦ଜଣ କର୍ମୀ, ତେରାବାଡ଼ି ଗ୍ରାମରୁ ୨୦ଜଣ ବିଭିନ୍ନ ଦଳ ଛାଡି କଂଗ୍ରେସ ଦଳର ସାମିଲ ହୋଇଛନ୍ତି । ଦାରିଙ୍ଗବାଡିସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଓ ସିମନବାଡି ସଭାରେ ଏହି ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଥିଲା । ବର୍ତ୍ତମାନ ଭୋଟର ପରିବର୍ତ୍ତନ ଚାହୁଁଥିବାବେଳେ କଂଗ୍ରେସର କନ୍ଧମାଳ ସାଂସଦ ପ୍ରାର୍ଥୀ ଅମିର ଚାନ୍ଦ ନାୟକ ଓ ଜି.ଉଦୟଗିରି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କୁ ବିଜୟ କରାଇବା ପାଇଁ କଂଗ୍ରେସ ତାର ରଣନୀତି ପ୍ରସ୍ତୁତ କରିଦେଇଚି । ଦାରିଙ୍ଗବାଡି ବ୍ଲକ କଂଗ୍ରେସ ଗଡ଼ ହୋଇଥିବା ବେଳେ କଂଗ୍ରେସ ଗଡ଼ କୁ ଅଧିକ ସୁଦୃଢ କରିବା ପାଇଁ ପ୍ରଚାର ପ୍ରସାର ସହ ଘନ ଘନ ବୈଠକ ଆୟୋଜନ କରାଯାଉଛି ।