ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ହୁତୁହୁତୁ ହୋଇ ଜଳିଗଲା ବାଲି ବୋଝେଇ-ହାଇୱା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍

ଟାଙ୍ଗୀ, ୧୩/୦୬ : ହୁତୁହୁତୁ ହୋଇ ଜଳିଗଲା ବାଲି ବୋଝେଇ-ହାଇୱା। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବସଷ୍ଟାଣ୍ଡ ନିକଟରେ ଥିବା ଟାଙ୍ଗୀ-ମଙ୍ଗଳାଯୋଡ଼ି ଛକରେ ଏହି ଅଘଟଣ ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। 

ସୂଚନାନୁଯାୟୀ, ଏକ ବାଲି ବୋଝେଇ-ହାଇୱା ଯାଉଥିବା ବେଳେ ଟାଙ୍ଗୀ-ମଙ୍ଗଳାଯୋଡ଼ି ଛକରେ ହଠାତ୍ ଜଳି ଯାଇଥିଲା। ଗାଡିରେ ନିଆଁ ଲାଗିଥିବା ଦେଖି ଡ୍ରାଇଭର୍ ବାହାରକୁ ବାହାରି ଆସିଥିଲେ। ଫଳରେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗାଡିରେ କେଉଁ କାରଣରୁ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି। ଖବର ପାଇ ଟାଙ୍ଗୀ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.