ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମଙ୍ଗଳା ବସ୍ତି ବୁଲିଲେ ୧୭ ଆଇଏଏସ୍‌, ଦେଖିଲେ ବିଏମ୍‌ସିର ରୂପାନ୍ତରୀକରଣ କାମ

ଭୁବନେଶ୍ୱର,୦୪/୦୩: ବିଭିନ୍ନ ରାଜ୍ୟ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏବେ ରୋଲ ମଡେଲ ହୋଇଛି । ଭୁବନେଶ୍ୱରରେ ମଶୁରୀସ୍ଥିତ ଭାରତ ସରକାରଙ୍କ ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍‌ ଆଡମିନିଷ୍ଟ୍ରେସନର ୧୭ ଜଣ ଆଇଏଏସ ଅଫିସର ବିଏମ୍‌ସି ମଡେଲ ବୁଲି ଦେଖିଛନ୍ତି । ଷ୍ଟଡି ଟୁର୍‌ରେ ଆସିଥିବା ବିଭିନ୍ନ ବିଭାଗର ଏହି ଅଧିକାରୀମାନେ ବିଏମ୍‌ସିରେ ହୋଇଥିବା ରୂପାନ୍ତରୀକରଣ କାମ ବୁଲି ଦେଖିଛନ୍ତି । 

ମୁଖ୍ୟତଃ ଓଡିଶାରେ ଜାଗା ମିଶନ,  ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ବୁଲି ଦେଖିଥିଲେ । ଏହି ଅଧିକାରୀମାନେ  ଆଜି ବିଏମ୍‌ସିରେ ହୋଇଥିବା ବିଭିନ୍ନ ପାର୍କ, ଖେଳପଡିଆ, କଂଜରଭେନ୍‌ସି  ଲେନ୍‌, ଚଲାପଥ, ଟଏଲେଟ୍‌, ମୁକ୍ତାକାଶ ଜିମ୍‌ ଆଦି ବିଭିନ୍ନ ଉନ୍ନୟନମୂଳକ  କାମ ଦେଖିବା ସହ ମା ମଙ୍ଗଳା ବିଜୁ ଆଦର୍ଶ କଲୋନୀ ଯାଇ ସେଠାରେ  ରୂପାନ୍ତରୀକରଣରେ ହୋଇଥିବା ବିଭିନ୍ନ କାମ ଦେଖିଥିଲେ । ବିଏମ୍‌ସି ପକ୍ଷରୁ ଯୋଗାଇ ଦିଆଯାଇଥିବା ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ  ଲୋକମାନଙ୍କଠାରୁ ପଚାରି ବୁଝିଥିଲେ । ଆଜି ସେମାନେ ପୁରୀ ଯାଇ ୫ଟି ଅଧିନରେ ହୋଇଥିବା ଶ୍ରୀକ୍ଷେତ୍ର ପରିକ୍ରମା ପକଳ୍ପ ଦେଖିବା ସହ ଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.