ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

ୱେବ ସିରିଜ ‘IC814'କୁ ନେଇ ବିବାଦ, ନେଟଫ୍ଲିକ୍ସର କଣ୍ଟେଣ୍ଟ ହେଡ୍‌ଙ୍କୁ ସମନ

ମୁମ୍ବାଇ,୦୩/୦୯:ନେଟଫ୍ଲିକ୍ସର ନୂଆ ୱେବ ସିରିଜ ‘IC814'କୁ ନେଇ  ବିବାଦ । ଏହି ମଲ୍ଟି ଷ୍ଟାରର ସିରିଜକୁ ଲୋକଙ୍କୁ ଭଲ ପାଇବା ମିଳୁଥିବା ସତ୍ତ୍ୱେ ଏହା ବିବାଦ ଘେରକୁ ଟାଣି ହୋଇ ଯାଇଛି। ଏହି ସିରିଜରେ ଆତଙ୍କବାଦୀଙ୍କ ପ୍ରକୃତ ନାମକୁ ଲୁଚାଇବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ବିବାଦ ଜୋର ଧରିବାରୁ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନେଟଫ୍ଲିକ୍ସର କଣ୍ଟେଣ୍ଟ ହେଡ୍‌ଙ୍କୁ ସମନ କରିଛନ୍ତି। ଏଥିସହ ମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ସ୍ପଷ୍ଟିକରଣ ମଗାଯାଇଛି।

୧୯୯୯ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସର ଏକ ବିମାନକୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ। ପ୍ରାୟ ୨୫ ବର୍ଷ ପରେ ଏହି ଘଟଣାକୁ ପରଦା ଉପରକୁ ଆଣିଛନ୍ତି ନିର୍ଦ୍ଦେଶକ ଅନୁଭବ ସିହ୍ନା। ନେଟଫ୍ଲିକ୍ସରେ ୱେବ ସିରିଜ ‘IC814' ନାମରେ ଏହା ଖୁବ୍‌ ଶୀଘ୍ର ପରଦା ଉପରକୁ ଆସୁଥିବା ବେଳେ ଏହାକୁ ନେଇ ଆରମ୍ଭ ହେଲାଣି ବିବାଦ । ତେବେ ୧୯୯୯ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସର ଏକ ବିମାନକୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ। ସେମାନେ ବିମାନଟିକୁ ଆଫଗାନିସ୍ତାନର କାନ୍ଧାର ନେଇ ଯାଇଥିଲେ। ଏହି ଘଟଣା ସମଗ୍ର ଦେଶରେ ଚହଳ ପକାଇଥିଲା। ଆଉ ନିଜ ନାଗରିକଙ୍କ ଜୀବନ ବଞ୍ଚାଇବା ନିମନ୍ତେ ଭାରତ ସରକାରଙ୍କୁ ଅପହରଣକାରୀଙ୍କ ସର୍ତ୍ତ ମାନିବାକୁ ପଡ଼ିଥିଲା। ଅପହରଣକାରୀଙ୍କ ଦାବି ମଧ୍ୟରେ ଭାରତ ଜେଲ୍‌ରେ ବନ୍ଦ ଥିବା ୩ କୁଖ୍ୟାତ ଆତଙ୍କବାଦୀଙ୍କୁ ମୁକ୍ତ କରିବାକୁ କୁହାଯାଇଥିଲା। ଭାରତ ସରକାର ସେମାନଙ୍କୁ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲେ। ମାତ୍ର ସେବେଠୁ ଆଜି ପର୍ଯ୍ୟନ୍ତ ଭାରତରେ ହେଉଥିବା ବଡ଼ ବଡ଼ ଆତଙ୍କୀ କାର୍ଯ୍ୟକଳାପ ପଛରେ ଏହି ଆତଙ୍କବାଦୀଙ୍କ ହାତ ଥିବା ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ, ‘IC814' ଫ୍ଲାଇଟ୍‌କୁ ଅପହରଣ କରିଥିବା ପ୍ରକୃତ ଆତଙ୍କବାଦୀଙ୍କ ପରିଚୟ ଲୁଚାଇବାକୁ ୱେବ ସିରିଜରେ ଚେଷ୍ଟା କରାଯାଇଛି। ଏଥିନିମନ୍ତେ ସେମାନଙ୍କ ଛଦ୍ମ ନାମ ବ୍ୟବହାର କରାଯାଇଛି। ଯେପରିକି ଶୋ’ରେ ସେମାନଙ୍କ ନାମ ରହିଛି,ବର୍ଗର, ଚିଫ୍‌, ଶଙ୍କର ଓ ଭୋଳା। ଏହାକୁ ନେଇ ଲୋକେ ଶୋ’କୁ ବିରୋଧ କରୁଥିବା ବେଳେ #BoycottNetflix ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଏନେଇ ବିଜେପି ଆଇଟି ସେଲ୍‌ ଚିଫ୍‌ ଅମିତ ମାଲବୀୟ କହିଛନ୍ତି, 'IC 814' କୁ ଅପହରଣ କରିଥିବା ଆତଙ୍କବାଦୀ ଖୁବ୍‌ ଦୁର୍ଦ୍ଦାନ୍ତ ଥିଲେ। ନିଜ ପରିଚୟ ଲୁଚାଇବାକୁ ସେମାନେ ଛଦ୍ମ ନାମ ବ୍ୟବହାର କରିଥିଲେ। ମାତ୍ର ଏବେ ନିର୍ଦ୍ଦେଶକ ଅନୁଭବ ସିହ୍ନା ଏବେ ସେହି ଛଦ୍ମ ନାମଗୁଡ଼ିକୁ ପରଦା ଉପରକୁ ଆଣି ତାହାକୁ ବୈଧ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.