ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: କାନାଡାକୁ ଭେଟିବ ପାକିସ୍ତାନ, ‘କର ବା ମର’ ସ୍ଥିତିରେ ବାବର ବାହିନୀ

ନ୍ୟୁୟର୍କ,୧୧/୦୬: ଟି-ଟ୍ୱେଣ୍ଟି  ବିଶ୍ୱକପ୍‌ର ୨୨ତମ ମୁକାବିଲାରେ ମଙ୍ଗଳବାର ପାକିସ୍ତାନ ଓ କାନାଡ଼ା ସାମ୍ନାସାମ୍ନି ହେବେ।  କ୍ରମାନ୍ୱୟରେ ୨ଟି ମ୍ୟାଚ୍‌ ପରାଜିତ ହେବା  ପରେ ପାକିସ୍ତାନ ବିଦାୟ ଦ୍ୱାରରେ ରହିଛି । ମଙ୍ଗଳବାରର ମ୍ୟାଚ୍‌ ଦଳ ପାଇଁ ‘କର ବା  ମର’ ପରିସ୍ଥିତି ସୃଷ୍ଟି କରିଛି । ସୁପର-୮  ଦୌଡ଼ରେ ରହିବାକୁ ହେଲେ କାନାଡ଼ାକୁ ହରାଇବା ଜରୁରୀ । ଅନ୍ୟ ପଟରେ ଅନଭିଜ୍ଞ କାନାଡ଼ା ଅଲରାଉଣ୍ଡ୍‌  ପ୍ରଦର୍ଶନ ବଳରେ ଦ୍ୱିତୀୟ ବିଜୟ  ପାଇଁ ରଣନୀତି ପ୍ରସ୍ତୁତ କରିଛି । 

ପାକିସ୍ତାନ ଗ୍ରୁପ୍‌-ଏ’ର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ୟୁଏସ୍‌ଏଠୁ ସୁପର ଓଭରରେ  ପରାଜିତ ହୋଇଥିଲା । ସେହିପରି ଗତ ରବିବାର ଭାରତ ୬ ରନ୍‌ରେ ହରାଇଥିଲା । ଏହି ମ୍ୟାଚ୍‌ରେ ଦଳ ୧୨୦ରନ୍‌ର ବିଜୟ ଲକ୍ଷ୍ୟ ହାସଲ  କରିପାରିନଥିଲା । ସୁପର-୮ଦୌଡ଼ରେ ରହିବାକୁ  ହେଲେ ପାକିସ୍ତାନକୁ ଶେଷ ୨ଟି ଯାକ ମ୍ୟାଚ୍‌ (କାନାଡ଼ା, ଆୟର୍ଲାଣ୍ଡ୍‌)ରେ ବଡ଼ ବ୍ୟବଧାନରେ ଜିତିବା ସହ ନେଟ୍‌ ରନ୍‌ ରେଟ୍‌ରେ ଉନ୍ନତି  ଆଣିବାକୁ ପଡ଼ିବ । ଏହା ସତ୍ତେ୍ୱ ବି ଅନ୍ୟ ମ୍ୟାଚ୍‌ ଫଳାଫଳ ଉପରେ ଦଳର ଭାଗ୍ୟ ନିର୍ଭର କରିବ । 

ପାକିସ୍ତାନ ଓ କାନାଡ଼ା ପୂର୍ବରୁ ଥରେ ଟି-ଟ୍ୱେଣ୍ଟିରେ ପରସ୍ପରକୁ ଭେଟିଛନ୍ତି । ୨୦୦୮ରେ  ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ୩୫ରନ୍‌ରେ ବିଜୟ ହାସଲ କରିଥିଲା । ମଙ୍ଗଳବାର ଦଳ ନାସାଉ କାଉଣ୍ଟି ଅନ୍ତର୍ଜାତୀୟ  ଷ୍ଟାଡିୟମରେ ଦ୍ୱିତୀୟ ମ୍ୟାଚ୍‌ ଖେଳିବାକୁ ଯାଉଛି । ଭାରତ ବିପକ୍ଷ ମ୍ୟାଚ୍‌ ପ୍ରଦର୍ଶନକୁ  ଭୁଲି ବାବର ବାହିନୀ କାନାଡ଼ା ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଲକ୍ଷ୍ୟ ରଖିଛି । ପଏଣ୍ଟ ଖାତା ଖୋଲିବାକୁ ହେଲେ ବ୍ୟାଟିଂ ବିଭାଗକୁ ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ । କାନାଡ଼ା ପ୍ରଥମ ମ୍ୟାଚ୍‌ରେ ୟୁଏସ୍‌ଏ  ନିକଟରୁ ପରାଜିତ ହେବା ପରେ ଦ୍ୱିତୀୟ  ମ୍ୟାଚ୍‌ରେ ଆୟର୍ଲାଣ୍ଡ୍‌କୁ ୧୨ରନ୍‌ରେ ହରାଇଥିଲା । ଏହି ବିଜୟ ପରେ ଦଳର ମନୋବଳ ଶିଖର  ଛୁଇଁଛି । ମଧ୍ୟକ୍ରମ ବ୍ୟାଟର ନିକୋଲାସ  କିର୍ଟନ ଫର୍ମରେ ଅଛନ୍ତି । ବୋଲିଂ ବିଭାଗ  ମଧ୍ୟ ଶୃଙ୍ଖଳିତ ପ୍ରଦର୍ଶନ କରୁଛି । ମୋଟ  ଉପରେ କହିବାକୁ ଗଲେ ଦଳ ନିକଟରେ ପାକିସ୍ତାନକୁ ହରାଇବାର କ୍ଷମତା ରହିଛି । 

ନାସାଉ କାଉଣ୍ଟି ପିଚ୍‌ରେ ୫ଟି ମ୍ୟାଚ୍‌  ଖେଳାଯାଇଛି । ୩ଟି ମ୍ୟାଚ୍‌ରେ ଦ୍ୱିତୀୟରେ  ବ୍ୟାଟିଂ କରିଥିବା ଦଳ ବିଜୟ ହାସଲ  କରିଛନ୍ତି । ଫଳରେ ଟସ୍‌ ବିଜୟୀ ଦଳ  ଫିଲ୍ଡିଂ ନିଷ୍ପତ୍ତି ନେବା ଫଳପ୍ରଦ ହେବ । 

ସମ୍ଭାବ୍ୟ ଏକାଦଶ 

କାନାଡ଼ା: ଆରୋନ ଜନସନ୍‌, ନବନୀତ  ଧଲିୱାଲ୍‌, ପରଗତ ସିଂହ, ଦିଲପ୍ରୀତ ବାଜୱା,  ନିକୋଲାସ କିର୍ଟନ, ଶ୍ରେୟାସ ମୋଭା, ଡିଲୋନ ହେଲିଗର, ସାଦ ବିନ ଜାଫର (ଅଧିନାୟକ),  କଲିମ ସାନା, ଜୁନେଦ ସିଦ୍ଦିକି, ଜେରେମି ଗର୍ଡନ । 

ପାକିସ୍ତାନ: ମହମ୍ମଦ ରିଜୱାନ, ବାବର  ଆଜମ (ଅଧିନାୟକ), ଉସମାନ ଖାନ,  ଫଖାର ଜମାନ, ଇମାଦ ୱାସିମ, ଶଦାବ ଖାନ, ଇଫ୍‌ତିଖର ଅହମ୍ମଦ, ସାହିନ ଆଫ୍ରିଦି, ନସୀମ  ଶାହ, ମହମ୍ମଦ ଅମୀର, ହ୍ୟାରିସ୍‌ ରୌଫ୍‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.