ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର ବୋଲିଂ, ୯୬ ରନ୍‌ରେ ଅଟକିଗଲା ଆୟରଲାଣ୍ଡ

Image Courtesy: espncricinfo

ନ୍ୟୁୟର୍କ: ଟି-୨୦ ବିଶ୍ଵକପ୍ ୨୦୨୪ର ନିଜର ପ୍ରଥମ ମୁକାବିଲାରେ ଭାରତୀୟ ବୋଲର କମାଲ କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଆୟରଲାଣ୍ଡ ବ୍ୟାଟର ଭାରତୀୟ ବୋଲରଙ୍କ ଘାତକ ବୋଲିଂର ଶିକାର ହୋଇଛନ୍ତି । ୧୬ ଓଭରରେ ୯୬ ରନରେ ଅଲଆଉଟ୍ ହୋଇଛି ଆୟରଲାଣ୍ଡ । କୌଣସି ବ୍ୟାଟର ଅର୍ଦ୍ଧଶତକ କରି ପାରି ନାହାନ୍ତି। ଦଳ ପକ୍ଷରୁ ଗେରେଥ ଡେଲାନି ଅପରାଜିତ ସର୍ବାଧିକ ୨୬ ରନ କରିଛନ୍ତି।  ଜୋସୁଆ ଲିଟିଲ୍(୧୪) ଦ୍ଵିତୀୟ ସର୍ବାଧିକ ରନ ସ୍କୋର କରିଛନ୍ତି। 

ବୋଲିଂରେ ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨୭ ରନ ଦେଇ ସର୍ବାଧିକ ୩ ଟି ଓ୍ବିକେଟ ନେଇଛନ୍ତି । ଯଶପ୍ରୀତ ବୁମରା ଓ ଅର୍ଶଦୀପ ସିଂ ୨ଟି ଲେଖାଏଁ ଓ୍ଵିକେଟ୍ ଅକ୍ତିଆର କରିଛନ୍ତି।  ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆୟରଲାଣ୍ଡ ଆରମ୍ଭରୁ ନିୟମିତ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳର କୌଣସି ବ୍ୟାଟର ଭାରତୀୟ ବୋଲରଙ୍କ ମୁକାବିଲା କରି ପାରି ନଥିଲେ। 

ଦୁଇ ଓପନର ଆଣ୍ଡ୍ର୍ୟୁ ବଲବର୍ଣ୍ଣିଏ(୫) ଓ ପଲ୍ ଷ୍ଟିୟର୍ଲିଂ(୨) ଆଉଟ୍ ହୋଇଥିଲେ। ମଧ୍ୟକ୍ରମରେ ଲୋରକାନ ଟକର(୧୦), ହାରି ଟେକ୍ଟର(୪), କର୍ଟିସ କ୍ୟାମ୍ପର(୧୨) ବିଫଳ ହୋଇଥିଲେ। ତେବେ ଗେରେଥ ଡେଲାନି ୧୪ ବଲରୁ ଦ୍ରୁତ ବ୍ୟାଟିଂ କରି ଅପରାଜିତ ୨୬ ରନ କରି ଅପରାଜିତ ଅଛନ୍ତି। ତାଙ୍କର ଏହି ବ୍ୟାଟିଂ ଯୋଗୁଁ ଆୟରଲାଣ୍ଡ ୯୬ ରନ କରିପାରିଛି। ଜୋସୁଆ ଲିଟିଲ୍ ୧୪ ରନ କରିଛନ୍ତି। ଭାରତ ଆଗରେ ରହିଛି ୯୭ ରନ୍ ଟାର୍ଗେଟ୍‌ ।

 

 

  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.