ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା

ଫ୍ଲୋରିଡା,୧୪/୦୬: ଶୁକ୍ରବାର ରାତି ମ୍ୟାଚ୍‌ରେ ୟୁଏସ୍‌ଏ ଓ ଆୟର୍ଲାଣ୍ଡ ସାମ୍ନାସାମ୍ନି ହେବେ । ଲାଉଡରହିଲ୍‌ ସ୍ଥିତ ସେଣ୍ଟ୍ରାଲ  ବ୍ରୋୱାର୍ଡ ରିଜିଓନାଲ ପାର୍କ ଷ୍ଟାଡିୟମ ଟର୍ଫ ଗ୍ରାଉଣ୍ଡ୍‌ରେ ଏହି ମ୍ୟାଚ୍‌ ଖେଳାଯିବ । ଏବେ ଫ୍ଲୋରିଡାରେ ପ୍ରବଳ ବର୍ଷା ଯୋଗୁ  ବନ୍ୟା ପରସ୍ଥିତି ସୃଷ୍ଟି ହୋଇଛି । ଫଳରେ ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ  ହେବା ଆଶଙ୍କା ଉପୁଜିଛି । 

ସଦର୍ଣ୍ଣ ଫ୍ଲୋରିଡାରେ କିଛି ଦିନ ହେବ ବର୍ଷା ଲାଗି ରହିଛି ।ଚାରିଆଡ଼େ  ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ  ବୋଲି ସ୍ଥାନୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଫ୍ଲୋରିଡାରେ ଗତ  ୧୨ ତାରିଖରେ ଏଠାରେ ଖେଳାଯିବାକୁ ଥିବା ନେପାଳ-ଶ୍ରୀଲଙ୍କା ମ୍ୟାଚ୍‌କୁ ବର୍ଷା  ଧୋଇ ନେଇଥିଲା । ଶୁକ୍ରବାର ମଧ୍ୟ  ୟୁଏସ୍‌ଏ-ଆୟର୍ଲାଣ୍ଡ ମ୍ୟାଚ୍‌ ବାତିଲ  ହେବା ଏକ ପ୍ରକାର ନିଶ୍ଚିତ । ଯଦି ମ୍ୟାଚ୍‌  ବାତିଲ ହୁଏ ତା’ହେଲେ ଉଭୟ ଦଳ  ପଏଣ୍ଟ ଭାଗ କରିବେ ଏବଂ ୟୁଏସ୍‌ଏ  ସୁପର-୮ରେ ପ୍ରବେଶ କରିବ । ୟୁଏସ୍‌ଏ ୩ଟି ମ୍ୟାଚ୍‌ ଖେଳି ୪ପଏଣ୍ଟ ହାସଲ  କରିଛି । ଫଳରେ ଦଳର ପଏଣ୍ଟ ସଂଖ୍ୟା  ୫ରେ ପହଞ୍ଚିବ । ପାକିସ୍ତାନ ଶେଷ  ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ହରାଇଲେ ମଧ୍ୟ  ବାଦ୍‌ ପଡ଼ିବ । 

ଫ୍ଲୋରିଡାରେ ୟୁଏସ୍‌ଏ-ଆୟର୍ଲାଣ୍ଡ୍‌  ମ୍ୟାଚ୍‌ ବ୍ୟତୀତ ଆଉ ୨ଟି ମ୍ୟାଚ୍‌  ଖେଳାଯିବାର ସୂଚୀ ରହିଛି । ଆସନ୍ତା  ୧୫ ତାରିଖରେ ଭାରତ-କାନାଡ଼ା ଏବଂ ୧୬ତାରିଖରେ ଆୟର୍ଲାଣ୍ଡ୍‌-ପାକିସ୍ତାନ  ମ୍ୟାଚ୍‌ ଖେଳାଯିବ । ଉଭୟ ମ୍ୟାଚ୍‌  ମଧ୍ୟ ବାତିଲ ହେବା ସମ୍ଭାବନା ରହିଛି । ଆୟୋଜକ ୟୁଏସ୍‌ଏ ଏଥର ବିଶ୍ୱକପ୍‌ରେ  ଚମତ୍କାର ପ୍ରଦର୍ଶନ କରି ଅଗଣିତ  ପ୍ରଶଂସକ ସୃଷ୍ଟି କରିଛି । ଦଳ ପ୍ରଥମ  ମ୍ୟାଚ୍‌ରେ କାନାଡ଼ାକୁ ୭ ୱିକେଟ୍‌ ହରାଇ  ଅଭିଯାନ ଆରମ୍ଭ କରିଥିଲା । ଏହାପରେ  ପାକିସ୍ତାନକୁ ସୁପର ଓଭରରେ ପରାଜିତ  କରି ବଡ଼ ବିପର୍ଯ୍ୟୟ ଘଟାଇଥିଲା । ଗତ  ୧୨ ତାରିଖରେ ଦଳ ଭାରତ ନିକଟରୁ ୭  ୱିକେଟ୍‌ରେ ପରାଜିତ ହୋଇଥିଲା । ଅନ୍ୟ  ପଟରେ ଆୟର୍ଲାଣ୍ଡ୍‌ ୨ଟି ମ୍ୟାଚ୍‌ ଖେଳି  ଯଥାକ୍ରମେ ଭାରତ ଓ କାନାଡ଼ା ନିକଟରୁ  ପରାଜିତ ହୋଇଛି।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.