ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଅଷ୍ଟ୍ରେଲିଆକୁ ଭେଟିବ ଇଂଲଣ୍ଡ , ପୁରୁଣା ପ୍ରତିଦ୍ୱନ୍ଦ୍ୱୀ, ନୂଆ ଉତ୍ସାହ

ବ୍ରୀଜଟାଉନ୍‌,୦୮/୦୬: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଶେଷ ୨ଟି ସଂସ୍କରଣରେ ଚାମ୍ପିଅନ୍‌ ହୋଇଥିବା ଅଷ୍ଟ୍ରେଲିଆ ଓ  ଇଂଲଣ୍ଡ  ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ୨୦୨୧ରେ ଅଷ୍ଟ୍ରେଲିଆ ଓ ୨୦୨୨ରେ ଇଂଲଣ୍ଡ ବିଶ୍ୱକପ୍‌  ଜିତିଥିଲେ । ଏଥର ଉଭୟ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି । ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍‌ରେ ଓମାନକୁ ହରାଇଥିଲା । ମାତ୍ର ଇଂଲଣ୍ଡ ଓ ସ୍କଟଲାଣ୍ଡ ମଧ୍ୟରେ  ଖେଳାଯାଇଥିବା ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇ ଯାଇଥିଲା ।  

ଗ୍ରୁପ୍‌-ବି’ରୁ ସୁପର-୮ ରାଉଣ୍ଡକୁ ଉନ୍ନୀତ ହେବା କଷ୍ଟକର ହେବ ନାହିଁ । ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବ୍ୟତୀତ ଏହି  ଗ୍ରୁପ୍‌ରେ ସ୍କଟଲାଣ୍ଡ, ଓମାନ ଓ ନାମିବିୟା ରହିଛନ୍ତି । ତଥାପି  ଇଂଲଣ୍ଡ ଯଥା ସମ୍ଭବ ବିଜୟ ଖାତା ଖୋଲିବାକୁ ବ୍ୟାକୁଳ । ଏହି  ଗ୍ରୁପ୍‌ରେ ସ୍କଟଲାଣ୍ଡ, ନାମିବିୟା ଓ ଅଷ୍ଟ୍ରେଲିଆ ଗୋଟିଏ ଲେଖାଏଁ  ମ୍ୟାଚ୍‌ ଜିତି ସାରିଛନ୍ତି । ତେଣୁ ଡିଫେଣ୍ଡିଂ ଚାମ୍ପିଅନ୍‌ ଇଂଲଣ୍ଡ ପାଇଁ  ପଏଣ୍ଟ ବଢାଇବା ଜରୁରି ହୋଇ ଯାଇଛି ।  

ଅବଶ୍ୟ ଅଷ୍ଟ୍ରେଲିଆକୁ ହରାଇବା ସହଜ ହେବ ନାହିଁ । ଅଷ୍ଟ୍ରେଲିଆ ସବୁ ବିଭାଗରେ ଶକ୍ତିଶାଳୀ । ସମସ୍ତ ଖେଳାଳି ଅଭିଜ୍ଞ ଓ ଫର୍ମରେ ରହିଛନ୍ତି। ଡେଭିଡ୍‌ ୱାର୍ଣ୍ଣର ଓ ମାର୍କସ ଷ୍ଟଇନିସ୍‌ ଓମାନ  ବିପକ୍ଷରେ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ସେହିପରି ମିଚେଲ  ଷ୍ଟାର୍କ ଓ ଜୋସ୍‌ ହାଜେଲଉଡ୍‌ ଶୃଙ୍ଖଳିତ ବୋଲିଂ କରିଥିଲେ । ଶନିବାର ପ୍ୟାଟ୍‌ କମିନ୍ସ ମଧ୍ୟ ଏକାଦଶକୁ ଫେରିବେ ।  

ଇଂଲଣ୍ଡ ଦଳ ମଧ୍ୟ ଏକ ଘରୋଇ ସିରିଜ ଖେଳି  ବିଶ୍ୱକପ୍‌କୁ ଓହ୍ଲାଇଛନ୍ତି । ସମସ୍ତ ଖେଳାଳି ଉପଯୁକ୍ତ ମ୍ୟାଚ୍‌  ଅଭ୍ୟାସର ସୁଯୋଗ ପାଇଛନ୍ତି । ତେଣୁ ଅଷ୍ଟ୍ରେଲିଆକୁ କଡ଼ା  ଟକ୍କର ଦେବାକୁ ଇଂଲଣ୍ଡ ପ୍ରସ୍ତୁତ ରହିଛି । ଜୋଫ୍ରା ଆର୍ଚର  ଫିଟ୍‌ ହୋଇ ଫେରିଥିବାରୁ ଇଂଲଣ୍ଡର ପେସ ବୋଲିଂ ବିଭାଗ  ମଧ୍ୟ ଶକ୍ତିଶାଳୀ ମନେ ହେଉଛି । ଅବଶ୍ୟ ସ୍କଟଲାଣ୍ଡ ବିପକ୍ଷରେ  ଆର୍ଚର ସେଭଳି କମାଲ ଦେଖାଇପାରି ନଥିଲେ । 

ଶନିବାର ଗ୍ଲେନ ମ୍ୟାକ୍ସୱେଲଙ୍କ ଉପରେ ନଜର  ରହିବ । ସେ ଓମାନ ବିପକ୍ଷରେ ଖାତା ଖୋଲିପାରି ନଥିଲେ ।  ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ମ୍ୟାକ୍ସୱେଲଙ୍କ ବ୍ୟାଟ୍‌ କଥା କହିବ ।  ସେହିପରି ଇଂଲଣ୍ଡର ଯୁବ ବ୍ୟାଟର ହ୍ୟାରୀ ବ୍ରୁକଙ୍କ ବ୍ୟାଟ୍‌ରୁ  ଏକ ବିସ୍ଫୋରକ ଇନିଂସ ଦେଖିବାକୁ ଦର୍ଶକ ଆଶା ରଖିବେ । କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡର ପିଚ୍‌ ସାମାନ୍ୟ ମନ୍ଥର ରହିବ । ମାତ୍ର ଦିନ ବେଳା  ମ୍ୟାଚ୍‌ ହେଉଥିବାରୁ ବଡ଼ ସ୍କୋର  ସମ୍ଭବ । ଟସ ବିଜୟୀ ଦଳ  ବ୍ୟାଟିଂ ନିଷ୍ପତ୍ତି ନେବା  ଏକ ପ୍ରକାର ନିଶ୍ଚିତ । 

ସମ୍ଭାବ୍ୟ ଏକାଦଶ

ଅଷ୍ଟ୍ରେଲିଆ :  ଡେଭିଡ୍‌ ୱାର୍ଣ୍ଣର,  ଟ୍ରେଭିସ୍‌ ହେଡ,  ମିଚେଲ ମାର୍ଶ  (ଅଧିନାୟକ),  ଗ୍ଲେନ ମ୍ୟାକ୍ସୱେଲ୍‌,  ମାର୍କସ ଷ୍ଟଇନିସ,  ଟିମ ଡେଭିଡ୍‌, ମାଥ୍ୟୁ  ୱେଡ୍‌, ମିଚେଲ ଷ୍ଟାର୍କ,  ନାଥାନ ଏଲିସ/ପ୍ୟାଟ୍‌ କମିନ୍ସ,  ଆଡାମ ଜାମ୍ପା, ଜୋସ ହାଜେଲଉଡ୍‌ । 

ଇଂଲଣ୍ଡ: ଫିଲ ସଲ୍ଟ, ଜୋସ ବଟଲର(ଅଧିନାୟକ),  ୱିଲ ଜ୍ୟାକ୍ସ, ଜନି ବେୟାରଷ୍ଟୋ, ହ୍ୟାରୀ  ବ୍ରୁକ୍‌, ମୋଇନ ଅଲି, ଲାଏମ ଲିଭିଙ୍ଗଷ୍ଟୋନ, କ୍ରିସ୍‌  ଜୋର୍ଡାନ, ଜୋଫ୍ରା ଆର୍ଚର, ଆଦିଲ ରସିଦ, ମାର୍କ ଉଡ ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.