ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଟି-ଟ୍ୱେଣ୍ଟି କ୍ରିକେଟ୍‌ ବିଶ୍ୱକପ୍‌ ୨୦୨୪ : ନେଦରଲ୍ୟାଣ୍ଡସକୁ ୨୫ ରନ୍‌ରେ ହରାଇଲା ବାଂଲାଦେଶ

କିଙ୍ଗସଟନ : ଟି-ଟ୍ୱେଣ୍ଟି କ୍ରିକେଟ୍‌ ବିଶ୍ୱକପ୍‌ ୨୦୨୪ର ଗ୍ରୁପ୍‌-ଡି ରେ ନେଦରଲ୍ୟାଣ୍ଡସକୁ ୨୫ ରନ୍‌ରେ ହରାଇଲା ବାଂଲାଦେଶ। ଆଜି (ଗୁରୁବାର)ର ମ୍ୟାଚଟି ଆର୍ନୋସ ଭାଲେ ଗ୍ରାଉଣ୍ଡରେ ଖେଳାଯାଇ ଥିଲା। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୯ ରନ୍‌ କରିଥିଲା । ଏହାର ଜବାବରେ ବିଜୟ ଲକ୍ଷ୍ୟର ପିଛା କରି ନେଦରଲ୍ୟାଣ୍ଡସ ୨୦ ଓଭରରେ ୮ ୱିକେଟ୍ ୧୩୪ ରନ୍‌ରେ ଅଟକି ଥିଲା। 

ପୂର୍ବରୁ ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ୍‌ ଖେଳି ଗୋଟିଏରେ ବିଜୟ ହାସଲ କରିଥିଲେ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜିତ ହୋଇଥିଲେ । ଗତ ୧୦ ତାରିଖରେ ବାଂଲାଦେଶ  ୪ରନ୍‌ରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୋଇଥିଲା। ପୂର୍ବ ମ୍ୟାଚ୍‌ ଫଳାଫଳକୁ ଭୁଲି ଦଳ ବିଜୟକୁ ଫେରିଛି। ପ୍ରଥମ ୨ଟି ମ୍ୟାଚ୍‌ରେ ଲିଟନ ଦାସଙ୍କ ଛାଡ଼ି ଅନ୍ୟ ସମସ୍ତ ବ୍ୟାଟର ନିରାଶ କରିଥିଲେ। ମାତ୍ର ବୋଲରମାନେ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲେ । 

ବାଂଲାଦେଶ: ତଞ୍ଜିଦ ହାସନ, ନଜମୁଲ ହୋସେନ  ଶାନ୍ତୋ (ଅଧିନାୟକ), ଲିଟନ ଦାସ, ସାକିବ ଅଲ୍‌ ହାସନ,  ତୌହିଦ ହୃଦୟ, ମହମୁଦୁଲ୍ଲା, ଜାକର ଅଲି, ରିଷଦ ହୋସେନ,  ତଞ୍ଜିମ ହାସନ, ଟସ୍କିନ ଅହମ୍ମଦ, ମୁସ୍ତାଫିଜୁର ରେହମାନ । 

ନେଦରଲାଣ୍ଡ୍‌ସ: ମାଇକେଲ ଲେଭିଟ୍‌, ମ୍ୟାକ୍ସ  ଓ ଦାଉଦ, ବିକ୍ରମଜିତ ସିଂହ, ସାଇବ୍ରାଣ୍ଡ୍‌ ଏଙ୍ଗେଲବ୍ରେଚ୍‌, ବାସ୍‌  ଡି’ ଲିଡ୍‌, ସ୍କଟ୍‌ ଏଡୱାର୍ଡ୍ସ, ତେଜା ନିଦାମାନୁରୁ, ଲୋଗାନ ଭାନ୍‌  ବିକ, ଟିମ୍‌ ପ୍ରିଙ୍ଗଲ, ପଲ୍‌ ଭାନ ମିକେରନ, ଭିଭିଆନ୍‌ କିଙ୍ଗ୍‌ମା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.