ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଫାଇନାଲ ମ୍ୟାଚ୍‌ରେ ବର୍ଷା ହେଲେ କିଏ ହେବ ବିଜେତା ? ଜାଣନ୍ତୁ କ’ଣ ରହିଛି ସମୀକରଣ

Published By : Tapas Panda | May 23, 2024 11:13 PM

Image Courtesy: business-standard

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍) ସିଜନ୍‌ର ଫାଇନାଲ ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର । କ୍ବାଲିଫାଏର-୧ ଜିତି ଫାଇନାଲରେ କେକେଆର ପ୍ରବେଶ କରିସାରିଛି। ସେହିଭଳି ପରାସ୍ତ ହୋଇଥିବା ହାଇଦ୍ରବାଦ ଟିମ୍‌ କ୍ବାଲିଫାଏର-୨ ଖେଳିବ । ଏଥିରେ ଏଲିମିନେଟର ବିଜେତା ରାଜସ୍ଥାନ ରୟାଲ୍ସ ସହ ଲଢ଼ିବ ହାଇଦ୍ରାବାଦ । କ୍ବାଲିଫାଏ-୨ ଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍‌ରେ ବିଜୟୀ ଟିମ୍‌ ମେ’ ୨୬ରେ କେକେଆରକୁ ଟକ୍କର ଦେବ ।

 ଏବେ ପ୍ରଶ୍ନ ଯେ, ଯଦି କ୍ବାଲିଫାଏର-୨ କିମ୍ବା ଫାଇନାଲ ମ୍ୟାଚ୍‌ରେ ବର୍ଷା ହେଲେ କ’ଣ ହେବ ?  ଏଭଳି ପ୍ରଶ୍ନର ପ୍ରାସଙ୍ଗିକତା ରହିଛି । କାରଣ ଗ୍ରୁପ୍‌ ଷ୍ଟେଜ୍‌ରେ ଦୁଇଟି ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଥିଲା । କ୍ବାଲିଫାଏର-୨ ଏବଂ ଫାଇନାଲ ମ୍ୟାଚ୍‌ ଉଭୟ ଚେପକ ଷ୍ଟାଡିୟମ୍‌ରେ ହେବାକୁ ଥିବା ବେଳେ ବର୍ଷା ହେଲେ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ମ୍ୟାଚ୍‌ ବାତିଲ କରିବାକୁ ନେଇ ନିର୍ଣ୍ଣୟ ହେଲେ ତେବେ କ’ଣ ହେବ ? ଆସନ୍ତୁ ଜାଣିବା ପୁରା ସମୀକରଣ । 

 ଆଇପିଏଲର ପ୍ଲେଇଂ କଣ୍ଡିସନ ଅନୁସାରେ, ଯଦି ବର୍ଷା ହୁଏ ତେବେ ୫-୫ ଓଭର ମ୍ୟାଚ୍‌ କରାଇବାକୁ ଅମ୍ପାୟାର ଚେଷ୍ଟା କରିବେ। ଏଭଳି ହୋଇନପାରିଲେ ଓଭର ସାହାଯ୍ୟରେ ଫଳାଫଳ ବାହାର କରିବାକୁ ଚେଷ୍ଟା କରାଯିବ । ଯଦି ସୁପର ଓଭର ହୋଇନପାରିଲା ତେବେ ମ୍ୟାଚ୍‌ ରଦ୍ଦ ହୋଇଯିବ । ଏଭଳି ସ୍ଥିତିରେ ପଏଣ୍ଟ ଟେବୁଲ ଆଧାରରେ ବିଜେତା ଘୋଷଣା କରାଯିବ ।ଏହାର ଅର୍ଥ କ୍ବାଲିଫାଏର-୨ ମ୍ୟାଚ୍‌ରେ ଏଭଳି ସ୍ଥିତି ଉପୁଜିଲେ ହାଇଦ୍ରାବାଦ ବିଜୟୀ ହେବ ।

 ସେପଟେ ଫାଇନାଲ ପାଇଁ ନିୟମ ଭିନ୍ନ ରହିବ । ଫାଇନାଲ ମ୍ୟାଚ୍‌ ଲାଗି ରଜର୍ଭ ଡେ’ ଅଛି କି ନାହିଁ ସେନେଇ ସ୍ପଷ୍ଟ ହୋଇନାହିଁ ।ଗତବର୍ଷ ଆଇପିଏଲ ଫାଇନାଲରେ ରିଜର୍ଭ ଡେ ଥିଲା ।ଏଥର ମଧ୍ୟ ରିଜର୍ଭ ଡେ’ ଉପରେ କୌଣସି ନିଷ୍ପତ୍ତି ହୋଇପାରେ। ଆଇପିଏଲ ୨୦୨୪ର ଫାଇନାଲ ମ୍ୟାଚ୍‌ ମେ’ ୨୬ରେ ଖେଳାଯିବ । ଯଦି ସେଦିନ ମ୍ୟାଚ୍‌ ହୋଇନାପରେ ତେବେ ଫାଇନାଲ ରେଜଲ୍ଟ ମେ’ ୨ ୭ରେ ଆସିବ ।ସମସ୍ତ ବାଟ ଯଦି ବନ୍ଦ ହୋଇଯାଏ ତେବେ ପଏଣ୍ଟ ଟେବୁଲ ଆଧାରରେ ବିଜେତା ଘୋଷଣା ହେବ ।                                          

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.