ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଜି ରାତିରୁ ଏହି ସବୁ ରାଜ୍ୟରେ ବଦଳିବ ପାଣିପାଗର ସ୍ଥିତି , ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ ୨୫ ମାର୍ଚ୍ଚ ରାତିରୁ ବିହାର , ଝାଡ଼ଖଣ୍ଡ ଓ ଆସାମ ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷାର ଚେତାବନୀ ଜାରି କରିଛି। ଆଇଏମଡି ଅନୁସାରେ, ଆଗାମୀ ଦିନରେ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ହାଲକା ବର୍ଷା ଓ ବରଫପାତର ମଧ୍ୟ ସମ୍ଭାବନା ରହିଛି। ଏହି ସମୟରେ ହିମାଳୟୀ ରାଜ୍ୟରେ କୁଆପଥର ବୃଷ୍ଟି ମଧ୍ୟ ହୋଇପାରେ। ପଞ୍ଜାବ ଓ ହରିଆଣାରେ ବଜ୍ରପାତ ସହ ବର୍ଷା ହୋଇ ପାରେ।

ପାଣିପାଗ ବିଭାଗ ନିଜର ଇଭିନିଂ ବିଲେଟିନ୍‌ରେ ସୂଚନା ଦେଇଛି କି, ଏକ ସାଇକ୍ଲୋନିକ ସଞ୍ଚାରଣ ଉତ୍ତର ପୂର୍ବ ଆସାମ ଓ ଏହାର ଆଖାପାଖରେ ରହିଛି ଏବଂ ଏକ ଟ୍ରଫ୍‌ ରେଖା ଉତ୍ତର ପୂର୍ବ ମଧ୍ୟ ପ୍ରଦେଶରୁ ନେଇ ନିମ୍ନ ଟ୍ରଫୋସ୍ପିୟର ସ୍ତରରେ ଦକ୍ଷିଣ ପୂର୍ବ ଆସାମ ଯାଏ ଜାରି ରହିଛି। ଏହା କାରଣରୁ ଅରୁଣାଚଳ, ଆସାମ ,ମେଘାଳୟ ,ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରା ଓ ଉପ ହିମାଳୟୀ ପଶ୍ଚିମ ବଙ୍ଗ ଓ ସିକ୍କିମ୍‌ରେ ୨୫ରୁ ୨୬ ମାର୍ଚ୍ଚ ଯାଏ ଘଡ଼ଘଡ଼ି ସହ ହାଲକ ବର୍ଷାର ସମ୍ଭାବନା ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.