ପ୍ରମୂଖ ଖବର
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେକ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୫ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଚଳିତ ବର୍ଷର ପ୍ରଥମ ବାତ୍ୟା 'ରେମାଲ'; ପ୍ରଭାବିତ ହେବ ପଶ୍ଚିବମଙ୍ଗ...ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷିବ

Image source: NDTV

ନୂଆଦିଲ୍ଲୀ,୨୫/୦୫: ଗୋଟିଏ ପଟେ ଉତ୍ତର ଭାରତରେ ପ୍ରବଳ ହିଟ୍‌ ଓ୍ବେଭ ପରିସ୍ଥିତି ଦେଖାଯାଉଥିବା ବେଳେ ଅନ୍ୟପଟେ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଉଥିବା ବାତ୍ୟାକୁ ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି। ପାଣିପାଗ ବିଭାଗ ଶୁକ୍ରବାର ଦିନ କହିଛି ଯେ ବଙ୍ଗୋପସାଗରରେ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହେଉଛି, ଯାହାକି ପରେ ସାଇକ୍ଲୋନିକ୍ ଝଡ଼ର ରୂପ ନେବ। 'ରେମାଲ' ନାମକ ଏହି ଘୂର୍ଣ୍ଣିବାତ୍ୟା ରବିବାର ଦିନ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଲାଣ୍ଡଫଲ କରିବ ବୋଲି କୁହାଯାଇଛି। 

ଏହାରି ଭିତରେ ଘଣ୍ଟା ପ୍ରତି ୧୦୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବାର ସମ୍ଭାବନା ଅଛି। ଏହା ବ୍ୟତୀତ ୨୬-୨୭ ତାରିଖରେ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ମିଜୋରାମ, ତ୍ରିପୁରା ଏବଂ ଦକ୍ଷିଣ ମଣିପୁରର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ମଧ୍ୟ ପ୍ରବଳ ବର୍ଷା ହେବାର ଚେତାବନୀ ଦିଆଯାଇଛି। ମୌସୁମୀ ପୂର୍ବରୁ ଏହାର ଆଗମନ ହେତୁ ଏହାକୁ ବଙ୍ଗୋପସାଗରରେ ପ୍ରଥମ ଘୂର୍ଣ୍ଣିବାତ୍ୟା ବୋଲି କୁହାଯାଉଛି। ପାଣିପାଗ ବିଭାଗ କହିଛି ଯେ ଏହି ବାତ୍ୟା କ୍ରମାଗତ ଭାବରେ ଉତ୍ତର ଦିଗକୁ ଗତି କରୁଛି ଯାହା ପଶ୍ଚିମବଙ୍ଗର ସାଗର ଦ୍ୱୀପ ଏବଂ ବାଂଲାଦେଶର କେପୁପାରା ରବିବାର ମଧ୍ୟରାତ୍ରିରେ ପହଞ୍ଚିବ। 

ଶୁକ୍ରବାର ସନ୍ଧ୍ୟାରେ ଏହା ୧୬ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୯.୨ ଡିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ ଥିଲା। ବାତ୍ୟା ଉପକୂଳ ଛୁଇଁଲେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ୧.୫ ମିଟର ଉଚ୍ଚରେ ଜୁଆର ସୃଷ୍ଟି ହୋଇପାରେ। ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ପ୍ରବେଶ ନକରିବାକୁ ପରାମର୍ଶ ଦିଆଯାଇଛି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.