ପ୍ରମୁଖ ଖବର
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ “ପଇତାଲାଗି ନୀତି”, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ସୋମବାରଠୁ OJEE ପ୍ରବେଶିକା: ପରୀକ୍ଷା ଦେବେ ୬୫, ୭୪୨ ଶିକ୍ଷାର୍ଥୀ, ମେ’ ୧୦ ଯାଏ ଏକ୍‌ଜାମ୍
  • ||
  • କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଭବାନୀପାଟଣା ଓ ଖଡିଆଳରେ ଜନସଭାରେ କରିବେ ପ୍ରଚାର
  • ||
  • ଖମ୍ବେଶ୍ୱରୀପାଲି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • ସୋମବାର ପ୍ରକାଶ ପାଇବ ଆଇସିଏସ୍‌ଇ ରେଜଲ୍ଟ, ୧୧ଟାରେ ଉଭୟ ଦଶମ ଓ ଦ୍ୱାଦଶ ଫଳ
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇ- ହାଇଦ୍ରାବାଦ ଲଢ଼େଇ, ଇଣ୍ଡିଆନ୍ସ ପାଇଁ ‘କର ବା ମର’
  • ||
  • ଦକ୍ଷିଣ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ପାୱାର ସୋ’: ଆଜି ବ୍ରହ୍ମପୁର, ନବରଙ୍ଗପୁରରେ କମ୍ପିବ ପ୍ରଚାର ମଇଦାନ୍
  • ||
  • ୨୧ ଦିନ ହେବ ଜଳୁଛି ଓଡ଼ିଶା, ଆଜି ବି କମିବନି ପ୍ରକୋପ; ୭ରୁ ବର୍ଷା ଆଶା, କମିବ ଯନ୍ତ୍ରଣା
  • ||

' ହମଲା କଲେ ହଜେଇ ଦେବୁ ଚିହ୍ନବର୍ଣ୍ଣ ' : ଇସ୍ରାଏଲକୁ ଖୋଲା ଧମକ ଦେଲା ଇରାନ

ଇସଲାମାବାଦ – ବର୍ତ୍ତମାନ ସମୟରେ ଇରାନ-ଇସ୍ରାଏଲ ଇତ୍ତେଜିତ ସ୍ଥିତିରେ। ଏ ଭିତରେ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ। କହିଛି  ଯଦି ଇସ୍ରାଏଲ ଆକ୍ରମଣ କରେ ତ ତାର ଚିହ୍ନବର୍ଣ୍ଣ ହଜିଯିବ। ପାକିସ୍ତାନକୁ ନିଜର ତିନି ଦିବସୀୟ ଗସ୍ତ ବେଳେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାୟସି , ଇସ୍ରାଏଲକୁ ଏମିତି କହି ଟାର୍ଗେଟ କରିଛନ୍ତି।

ଇବ୍ରାହିମ ରାୟସି କହିଛନ୍ତି , ଇରାନୀ କ୍ଷେତ୍ରରେ ହମଲାରେ ବିପଜ୍ଜନକ ପରିବର୍ତ୍ତନ ଆସିବ ଏବଂ ସେ ନିଶ୍ଚିତ ହୋଇ ପାରିବ ନାହିଁ କି ଜାୟୋନିବାଦୀଙ୍କ ପାଖରେ କିଛି ରହିବ ନା ନାହିଁ। ରାୟସି ଜୋର ଦେଇ କହିଛନ୍ତି,  ଯଦି ଇରାନ ଉପରେ ହମଲା ହୁଏ ତ ଇସ୍ରାଏଲର ଚିହ୍ନବର୍ଣ୍ଣ ହଜିଯିବ। ଇରାନ ସ୍ଥିତ ମେହର ନ୍ୟୁଜ୍‌ର ରିପୋର୍ଟ ଅନୁସାରେ , ଇବ୍ରାହିମ୍‌ ରାୟସି , ଯିଏକି ସୋମବାର ନିଜ ଯାତ୍ରା ଆରମ୍ଭ କରିଥିଲେ , ଲାହୋର ବିଶ୍ୱବିଦ୍ୟାଳୟରେ ଏହା କହିଛନ୍ତି। 

ଇବ୍ରାହିମ୍‌ ରାୟସି କହିଛନ୍ତି , ଯଦି ଜାୟୋନି ଶାସନ ପୁଣି ଥରେ ଭୁଲ୍‌ କରେ ଏବଂ ଇରାନର ପବିତ୍ର ଭୂମିରେ ହମଲା କରେ , ତ ସ୍ଥିତି ଅଲଗା ପ୍ରକାରର ହେବ ଏବଂ ଏହା ସ୍ପଷ୍ଟ ନୁହେଁ ଯେ ଏହି ଶାସନର କିଛି ବଳକା ରହିବ ନା ନାହିଁ । ରାୟସି କହିଛନ୍ତି, ୧୩ ଅପ୍ରେଲରେ ଇସ୍ରାଏଲ ଉପରେ ତେହରାନର ଜବାବୀ ହମଲା, ୧ ଅପ୍ରେଲରେ ଇରାନୀ ବାଣିଜ୍ୟ ଦୂତାବାସ ଉପରେ ହମଲାର ଜବାବ ଦେଇ ଦେଶ ଦଣ୍ଡିତ କରିଛି।

ସେ ଆହୁରି କହିଛନ୍ତି , ମହାନ ଇରାନୀ ରାଷ୍ଟ୍ର ଡାମାସ୍କସ ଠାରେ ଇରାନୀ ବାଣିଜ୍ୟ ଦୂତାବାସ ଉପରେ ହମଲା ପାଇଁ , ଜାୟୋନି ଶାସନକୁ ଦଣ୍ଡିତ କରିଛି, ଯାହା ସବୁ ଅନ୍ତରାଷ୍ଟ୍ରୀୟ ଆଇନ ବିରୋଧରେ ଥିଲା। ୧୩ ଅପ୍ରେଲର ହମଲାକୁ , ଇରାନ ୧ ଅପ୍ରେଲରେ ଡାମାସ୍କସରେ ନିଜର ଦୂତାବାସ ପରିସରରେ ଇସ୍ରାଏଲର ଘାତକ ହମଲାର ପ୍ରତିଶୋଧକୁ ଦର୍ଶାଇଛି , ଆଉ  ଇସ୍ରାଏଲକୁ ଟାର୍ଗେଟ୍ କରି ମିସାଇଲ ଓ ଡ୍ରୋନ୍‌ରେ ହମଲା କରିଥିଲା ବୋଲି କହିଛି। ଏଥରେ ଅଧିକାଂଶ ଅସ୍ତ୍ରଶସ୍ତ୍ରକୁ ରୋକି ଦିଆଯିବା ସହ ନିଷ୍କ୍ରିୟ କରି ଦିଆ ଯାଇଥିଲା।

ରୟଟର୍ସର ରିପୋର୍ଟ ମୁତାବିକ , ଶୁକ୍ରବାର ଇରାନୀ ସହର ଇସଫହାନରେ ଇସ୍ରାଏଲ ଦ୍ୱାରା କରାଯାଇ ଥିବା ବିସ୍ଫୋରଣର ଶବ୍ଦ ଶୁଭୁଥିଲା, କିନ୍ତୁ ଇରାନ ହମଲାକୁ କମ୍‌ ମହତ୍ତ୍ୱ ଦେଇ କହିଛି ସେ ଜବାବୀ କାର୍ଯ୍ୟାନୁଷ୍ଠାନ ନେବ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.