ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଟିମ୍ ଇଣ୍ଡିଆ ସହ ଫୋନ୍‌ରେ କଥା ହେଲେ ମୋଦୀ, ଜଣାଇଲେ ଶୁଭେଚ୍ଛା


ନୂଆଦିଲ୍ଲୀ,୩୦/୬:ଭାରତୀୟ କ୍ରିକେଟ୍ ଦଳ ସହ ଫୋନ୍‌ରେ କଥା ହୋଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ସେ ରୋହିତ ଶର୍ମାଙ୍କୁ ଉତ୍କୃଷ୍ଟ ଅଧିନାୟକତ୍ୱ ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଟି-୨୦ କ୍ୟାରିୟରକୁ ପ୍ରଶଂସା କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଫାଇନାଲରେ ବିରାଟ କୋହଲିଙ୍କ ଇନିଂସ ଏବଂ ଭାରତୀୟ କ୍ରିକେଟରେ ତାଙ୍କର ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି। ଅନ୍ୟପଟେ ମୋଦୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶେଷ ଓଭର ପାଇଁ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ତାଙ୍କର କ୍ୟାଚ୍ ପାଇଁ ପ୍ରଶଂସା କରିଛନ୍ତି। ଏଥିସହ ଭାରତୀୟ କ୍ରିକେଟରେ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। 

ତେବେ ଶନିବାର ରାତିରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ସାତ ରନ୍‌ରେ ପରାସ୍ତ କରି ଟି-୨୦ ବିଶ୍ୱକପ୍ ଟାଇଟଲ୍ ହାସଲ କରିଛି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇ ସେମାନଙ୍କୁ ଚାମ୍ପିଅନ୍ ଘୋଷଣା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ,  “ଚାମ୍ପିଅନ୍ସ! ଆମ ଦଳ ଟି-୨୦ ବିଶ୍ୱକପକୁ ବହୁତ ଭଲ ଶୈଳୀରେ ଆଣିଛି। ଆମେ ଭାରତୀୟ କ୍ରିକେଟ୍ ଦଳ ପାଇଁ ଗର୍ବିତ।  ୧୪୦ କୋଟିରୁ ଅଧିକ ଭାରତୀୟ ଆମର ସମସ୍ତ କ୍ରିକେଟରଙ୍କ ପ୍ରଦର୍ଶନ ପାଇଁ ଗର୍ବିତ ଅନୁଭବ କରୁଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.