ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଉଲ୍ଲାସ ମେଳାର ଉଦଘାଟନ ସହ ବିଦ୍ୟାଞ୍ଜଳି ଛାତ୍ରବୃତ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର,୬।୨ : ୧୯୪୭ ମସିହାରେ ଦେଶର ସାକ୍ଷରତା ହାର ମାତ୍ର ୨୦ପ୍ରତିଶତ ଥିବା ବେଳେ ସ୍ବାଧୀନତାର ୭୬ ବର୍ଷ ପରେ ଏହି ହାର ପ୍ରାୟ ୮୦ ପ୍ରତିଶତକୁ ବୃଦ୍ଧି ପାଇଛି। ମଙ୍ଗଳବାର ନୂଆଦିଲ୍ଲୀଠାରେ ଜାତୀୟ ବାଲ ଭବନରେ ଦୁଇ ଦିନିଆ ଉଲ୍ଲାସ ମେଳାକୁ ଉଦଘାଟନ କରିବା ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଶିକ୍ଷା ମନ୍ତ୍ରାଳୟ ଉଲ୍ଳାସ ମାଧ୍ୟମରେ ଆମର ନିରକ୍ଷଣ ଭାଇ ଭଉଣୀମାନଙ୍କୁ ଶବ୍ଦ ଓ ପରିସଂଖ୍ୟାନ ଜ୍ଞାନ ସହିତ ସାଧାରଣ ଆବଶ୍ୟକତା ସମ୍ବନ୍ଧୀୟ ସମସ୍ତ ବିଷୟରେ ଦକ୍ଷ କରି ସେମାନଙ୍କ ଜୀବନରେ ନୂଆ ରଙ୍ଗ ଭରୁଛି। ଆମକୁ ଉଲ୍ଲାସ ଭଳି ପଦକ୍ଷେପକୁ ଏକ ଜନଆନ୍ଦୋଳନରେ ପରିଣତ କରିବାକୁ ହେବ। ଆସନ୍ତା ଜନଗଣନା ପୂର୍ବରୁ ଦେଶରେ ଶତପ୍ରତିଶତ ନାରଗିକ ସାକ୍ଷର ଏବଂ ସକ୍ଷମ ହୁଅନ୍ତୁ ଏହି ଚ୍ୟାଲେଞ୍ଜକୁ ନେଇ ଆଗକୁ ବଢିବା ଦରକାର।  ଦେଶର ବିଦ୍ୟାର୍ଥୀ ମଧ୍ୟ ଏହି ଅଭିଯାନରେ ଭାଗିଦାର ହୋଇପାରିବେ। ନ୍ୟୁ କ୍ରେଡିଟ ଆର୍କିକେଚର ଅଧୀନରେ ଯେଉଁ ବିଦ୍ୟାର୍ଥୀ ଯେତେଜଣ ବ୍ୟକ୍ତିଙ୍କ ସକ୍ଷାର କରିବ ସେମାନଙ୍କୁ ସେହି ତୁଳନାରେ କ୍ରେଡିଟ୍ ପଏଣ୍ଟ ଦିଆଯିବ। ଏହା ସେମାନଙ୍କ କ୍ୟାରିୟର ଅଭିବୃଦ୍ଧିରେ ସହାୟକ ହେବ। 

ଜନଆନ୍ଦୋଳନକୁ ସଫଳ କରିବା ପାଇଁ ହେଲେ ଶିଖିବା-ଶିଖାଇବାର ଶୈଳୀ ସରଳ ଓ ସହଜ କରିବାକୁ ହେବ। ଖେଳ ଓ ଲୋକଭାଷା ଆଧାରିତ ତଥା ନିତିଦିନିଆ କାର୍ଯ୍ୟ ସହ ଜଡିତ ବିଷୟ ଉପରେ ଆଧାରିତ ଜ୍ଞାନ ବାଣ୍ଟିବା ପ୍ରଣାଳୀ ଦ୍ବାରା ହିଁ ସମ୍ପୂର୍ଣ୍ଣ ସାକ୍ଷରତାର ଲକ୍ଷ୍ୟ ପୂରଣ ହୋଇପାରିବ। 

୨୦୩୦ ସୁଦ୍ଧା ଶତ ପ୍ରତିଶତ ସାକ୍ଷରତା ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ଭାରତ ସରକାର ୨୦୨୨ରୁ ୨୦୨୭ ଆର୍ଥିକ ବର୍ଷ ପାଇଁ ନବ ଭାରତ ସାକ୍ଷରତା କାର୍ଯ୍ୟକମ ନାମକ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଅଭିନବ ଯୋଜନା କାର୍ଯ୍ୟକାରୀ କରୁଛନ୍ତି।  ଜାତୀୟ ଶିକ୍ଷା ନୀତି ଅନୁସାରେ ପାଠପଢା ଉପରେ ଅଜ୍ଞ ଥିବା ତଥା ମୌଳିକ ଶିକ୍ଷା ପାଇଁ ସ୍କୁଲ ମାଡି ନ ଥିବା ୧୫ ବର୍ଷରୁ ତଦୁର୍ଦ୍ଧବ ଲୋକଙ୍କୁ ସାକ୍ଷରତାରେ ସାମିଲ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।

ସେହିପରି କେନ୍ଦ୍ରମନ୍ତ୍ରୀ ଅନ୍ୟ ଏକ ପୃଥକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଦ୍ୟାଞ୍ଜଳି ଛାତ୍ରବୃର୍ତ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।  ସେ କହିଛନ୍ତି ଯେ ଶିକ୍ଷା ପାଇଁ ଅର୍ଥ ସମ୍ବଳ ନ ଥିବା ଶିକ୍ଷାଗତ ପ୍ରତିଭାବନ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହଯୋଗ ଓ ପ୍ରୋତ୍ସାହିତ ଦେବା ପାଇଁ ଆମର କର୍ପୋରେଟମାନେ ଆଗେଇ ଆସିବା ଖୁସିର ବିଷୟ। ଜାତୀୟ ଶିକ୍ଷା ନୀତି କଳ୍ପନାନୁସାରେ ବିଦ୍ୟାଞ୍ଜଳି ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ସୁବିଧା ସୁଯୋଗ ମାଧ୍ୟମରେ ସଶକ୍ତୀକରଣ କରିବାର ଏକ ପ୍ରୟାସ ଅଟେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.