ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କାର୍ଯ୍ୟରତ ସାମ୍ବାଦିକଙ୍କୁ ବାଲିଗୁଡା ଏସଡ଼ିପିଓଙ୍କ ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣା : ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କଲା ପ୍ରେସ କାଉନ ସିଲ ଅଫ ଇଣ୍ଡିଆ

ଫିରିଙ୍ଗିଆ,୧୭/୫ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଦୁଇ ଜଣ କାର୍ଯ୍ୟରତ ସାମ୍ବାଦିକ ତଥା ଫିରିଙ୍ଗିଆ ପ୍ରେସ କ୍ଲବ ସଭାପତି ଉତ୍ତମ ଖମାରି ଓ ସାମ୍ବାଦିକ ସୁବ୍ରତ କୁମାର ମହାନ୍ତିଙ୍କୁ ବାଲିଗୁଡା ଏସଡିପିଓ ରାଉଲ ଗୋୟେଲ ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣାରେ ଗୁରୁବାର ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି  ପ୍ରେସ କାଉନଶିଲ ଅଫ ଇଣ୍ଡିଆ I ତେବେ ଜାତୀୟ ଗଣମାଧ୍ୟମ କାଉନଶିଲର ସଦସ୍ୟ ତଥା ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ଅନୁରୋଧକ୍ରମେ କାଉନସିଲର ଅଧ୍ୟକ୍ଷା ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇ ନିଜଆଡୁ ରାଜ୍ୟ ସରକାରଙ୍କୁ ଏହି ରିପୋର୍ଟ ତଲବ କରିଥିବା ଜଣାପଡିଛି I ଗତ ୧୩ ତାରିଖରେ ଘଟିଥିବା ସାମ୍ବାଦିକଙ୍କୁ ବାଲିଗୁଡା ଏସଡିପିଓଙ୍କ ଦୁର୍ବ୍ୟବହାର ଓ ମାଡ଼ ଘଟଣା ପରେ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କ ଚେଷ୍ଟାରେ ନିଜ ପକ୍ଷରୁ ପ୍ରେସ କାଉନସିଲ ଅଫ ଇଣ୍ଡିଆ କେଶ କରିବା ସହ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିବାକୁ ନିର୍ଦେଶ ଦେଇଛନ୍ତି l ଯାହାକୁ ନେଇ କନ୍ଧମାଳ ଜିଲ୍ଲାର ସମସ୍ତ କାର୍ଯ୍ୟରତ ସାମ୍ବାଦିକମାନେ ଧନ୍ୟବାଦ ଦେଇଛନ୍ତି I 

ସୂଚନା ଅନୁସାରେ ଗତ ୧୩ତାରିଖ ଅପରାହ୍ନ ୪ ଟା ସମୟରେ ଫିରିଙ୍ଗିଆ ଥାନାରୁ ଫିରିଙ୍ଗିଆ ଥାନା ଅଧୀନରେ ଥିବା ରତଙ୍ଗ ପଞ୍ଚାୟତର ବେଙ୍ଗେସି ଗାଁରେ କିଛି ଲୋକ ସାଧାପୋଷାକରେ ଆସି ଅସ୍ତ୍ରଶସ୍ତ୍ର ଧରି ନିଜକୁ ପୋଲିସର ପରିଚୟ ଦେଇ ଗଞ୍ଜେଇ ରେଡ଼ କରିବା ନାଁରେ ଘରେଘରେ ପଶୁଛନ୍ତି I ଖବରପାଇ ଏହି ଦୁଇ ସାମ୍ବାଦିକ ତତକ୍ଷଣାତ ଘଟଣା ସ୍ଥଳରେ ପହଞ୍ଚିବା ପରେ କେଳାପଡାଠାରୁ ବାଲକିଡାଡି ଯିବା ମୁଖ୍ୟରାସ୍ତାର ପିପଲପଦା ଗାଁ ନିକଟରେ କିଛି ଲୋକ ଗୋଟିଏ ନମ୍ବର ବିହୀନ ବୋଲେରୋ ପିକଅପରେ କିଛି ଗଞ୍ଜେଇ ଭର୍ତ୍ତି ବ୍ୟାଗ ବୋଝେଇ ହୋଇଥିବାବେଳେ ଅନ୍ୟ ଏକ ବୋଲେରୋରେ କିଛି ଲୋକ ବସିଥିବା ଦେଖିବାକୁ ପାଇଥିଲେ I ତୁରନ୍ତ ସାମ୍ବାଦିକ ଉତ୍ତମ ଖମାରି ନିଜ ମୋବାଇଲ ବାହାର କରି ଫୋଟୋ ଓ ଭିଡ଼ିଓ ଉତ୍ତୋଳନ କରିବା ସମୟରେ ଉକ୍ତ ବୋଲେରୋ ଗାଡ଼ିରୁ ଜଣେ ବ୍ୟକ୍ତି ବାହାରକୁ ଆସି କାହା ପରମିସନରେ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରୁଛ କହି ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ I 

ଏହାସହ ସାମ୍ବାଦିକ ସୁବ୍ରତ ମହାନ୍ତି ଧରିଥିବା ବୁମକୁ ଭାଙ୍ଗି ଦେବାପାଇଁ ଧମକ ଦେଇଥିଲେ I ପରେ ଘଟଣାସ୍ଥଳରେ ଫିରିଙ୍ଗିଆ ପୋଲିସ ପହଞ୍ଚିବା ପରେ  ସମ୍ପୃକ୍ତ ବ୍ୟକ୍ତି ଜଣକ ବାଲିଗୁଡାରେ କାର୍ଯ୍ୟରତ ଏସଡିପିଓ ରାହୁଲ ଗୋୟେଲ ବୋଲି ଜଣାପଡିଥିଲା I ଘଟଣାକୁ ନେଇ ଏସଡିପିଓ ରାହୁଲ ଗୋୟେଲଙ୍କ ନିର୍ଦେଶକ୍ରମେ କେ. ନୂଆଗାଁ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ସାମ୍ବାଦିକମାନେ ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ ଏସଡିପିଓଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ୍ୟ ପୋଲିସ ସାମ୍ବାଦିକଙ୍କ ଏତଲାକୁ ଗ୍ରହଣ କରିନଥିଲା I ଏହି ଘଟଣାକୁ ନେଇ ଜିଲ୍ଲାର ଶତାଧିକ ସାମ୍ବାଦିକ କନ୍ଧମାଳ ଏସପିଙ୍କ ସହ ଆଲୋଚନା କରିବା ପାଇଁ ଯାଇଥିବାବେଳେ ଏସପି କାର୍ଯ୍ୟାଳୟରେ ଅନୁପସ୍ଥିତି ଥିବାରୁ ଅତିରିକ୍ତ ଏସପି ଲଳିତ ମୋହନ ପଟ୍ଟନାୟକଙ୍କୁ ଦେଖାକରିବା ସହ ଲିଖିତ ଭାବରେ ମଧ୍ୟ୍ୟ ଜଣାଇଥିଲେ I ଘଟଣାକୁ ୩ ଦିନ ବିତିଯାଇଥିବାବେଳେ ସମ୍ପୃକ୍ତ ଏସଡିପିଓଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଓ ଏହି ଘଟଣାର କୌଣସି ନିଷ୍କର୍ଷ ନ ବାହାରିବାରୁ ବାଧ୍ୟ ହୋଇ କନ୍ଧମାଳ ଓୟୁଜେର ସଭାପତି ଅଶୋକ ମହାନ୍ତି ଓ ଅନ୍ୟସଦସ୍ୟମାନେ ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କୁ ଲିଖିତ ଭାବେ ଜଣାଇଥିଲେ I

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.