ପ୍ରମୂଖ ଖବର

ଭାରତ ଠାରୁ ଦୁଇଟି ମ୍ୟାଚ୍ ହାରିବା ପରେ ଆଶଙ୍କାରେ ଅଷ୍ଟ୍ରେଲିଆ; ସିରିଜ୍‌ ମଧ୍ୟରୁ ବଦଳାଇଲା ନିଜ ଟି-୨୦ ସ୍କ୍ବାଡ୍‌

Image source: ABP live

ନୂଆଦିଲ୍ଲୀ,୨୮/୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଚାଲିଛି। ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଭାରତ ଜିତିଥିବା ବେଳେ ମଙ୍ଗଳବାର ଅର୍ଥାତ୍‌ ଆଜି ତୃତୀୟ ଟି -୨୦ ମ୍ୟାଚ୍ ଗୌହାଟୀରେ ଖେଳାଯିବ। କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ନିଜ ଦଳରେ ପରିବର୍ତ୍ତନ ଆଣିଛି। ଗୌହାଟୀରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଟି -୨୦ ମ୍ୟାଚ୍ ପରେ ବର୍ତ୍ତମାନ ଅଷ୍ଟ୍ରେଲୀୟ ଦଳର ୬ ଜଣ ଖେଳାଳି ଅଷ୍ଟ୍ରେଲିଆ ଫେରିଯିବେ। ନୂଆ ଦଳରେ କେଉଁ ଖେଳାଳିଙ୍କୁ ସାମିଲ କରାଯାଇଛି ଆସନ୍ତୁ ଜାଣିବା।

ପଢ଼ନ୍ତୁ: ବ୍ରିଟେନରେ ବଢ଼ିଲାଣି ଚିନ୍ତା; ପ୍ରଥମ ‌ଥର ମଣିଷ ଦେହରୁ ମିଳିଲା ଘୁଷୁରୀ ଠାରେ ଦେଖାଦେଉଥିବା ଭୁତାଣୁ

ଅଷ୍ଟ୍ରେଲିଆର ନୂଆ ଟି-୨୦ ସ୍କ୍ବାଡ୍‌: 

ମାଥ୍ୟୁ ବେଡ (ଅଧିନାୟକ ଓ ଓ୍ବିକେଟ କିପର), ଜେସନ ବେହେରେନଡର୍ଫ, ଟିମ ଡେଭିଡ, ବେନ ଡ୍ବାର୍‌ଶୁଇସ୍‌, ନାଥନ୍ ଏଲିସ୍, କ୍ରିସ୍ ଗ୍ରୀନ୍, ଆରୋନ ହାର୍ଡି, ଟ୍ରେଭିସ୍ ହେଡ୍, ବେନ୍ ମ୍ୟାକଡରମଟ, ଜୋଶ ଫିଲିପ, ତନଭିର ସାଙ୍ଘା, ମ୍ୟାଟ ସର୍ଟ, କେନ ରିଚାର୍ଡସନ

ଅଷ୍ଟ୍ରେଲିଆର ପୂରୁଣା ଟି-୨୦ ସ୍କ୍ବାଡ୍‌:

ମାଥ୍ୟୁ ସର୍ଟ, ଷ୍ଟିଭେନ୍ ସ୍ମିଥ୍, ଜୋସ୍ ଇଂଲିସ୍, ଆରୋନ୍ ହାର୍ଡି, ମାର୍କସ୍ ଷ୍ଟୋଇନିସ୍, ଟିମ୍ ଡେଭିଡ୍, ମାଥ୍ୟୁ ୱେଡ୍ (ଅଧିନାୟକ ଓ ଓ୍ବିକେଟ କିପର), ସିନ୍ ଏବାଣ୍ଟ, ନାଥନ୍ ଏଲିସ୍, ଜେସନ୍ ବେହେରନଡର୍ଫ, ତନଭୀର ସାଙ୍ଘା, ଟ୍ରେଭିସ୍ ହେଡ୍, ଗ୍ଲେନ୍ ମ୍ୟାକ୍ସୱେଲ, ଆଡାମ ଜାମ୍ପା, କେନ ରିଚାର୍ଡସନ

ପଢ଼ନ୍ତୁ: ଶେଷ ପର୍ଯ୍ୟାୟରେ ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ: ଖୁବ୍ ଶୀଘ୍ର ଆସିପାରେ ଖୁସି ଖବର, ଆଉ ମାତ୍ର ୩ ମିଟର ଦୂରତା

ଅଷ୍ଟ୍ରେଲିଆ ଫେରିବେ ୬ ବିଶ୍ବକପ୍‌ ବିଜେତା: 

ଭାରତ ବିପକ୍ଷରେ ଟି-୨୦ ସିରିଜ ଖେଳିବାକୁ ଆସିଥିବା ପୁରୁଣା ଅଷ୍ଟ୍ରେଲିୟ ଦଳରୁ ଷ୍ଟିଭ ସ୍ମିଥ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ଜୋଶ ଇଂଲିସ, ସଚିନ ଏବାଟ ଏବଂ ଆଡାମ ଜାମ୍ପା ତୃତୀୟ ଟି -୨୦ ମ୍ୟାଚ ଖେଳିବା ପରେ ବୁଧବାର ଅଷ୍ଟ୍ରେଲିଆ ଫେରିଯିବେ। ସେମାନଙ୍କ ସ୍ଥାନରେ ଜୋଶ ଫିଲିପ, ବେନ ମ୍ୟାକଡରମାଟ, ବେନ ଡ୍ବାରସୁଇସ୍, କ୍ରିସ ଗ୍ରୀନଙ୍କୁ ବର୍ତ୍ତମାନ ଅଷ୍ଟ୍ରେଲିଆ ଦଳରେ ସାମିଲ କରାଯିବ। ଆଜି ଗୌହାଟୀରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଟି -୨୦ ମ୍ୟାଚ୍ ପରେ ଆଗାମୀ ଦୁଇଟି ଟି -୨୦ ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ ଦଳ ନୂତନ ଦଳରୁ ଚୁଡ଼ାନ୍ତ ଏକାଦଶ ଚୟନ କରିବ।

ତେବେ, ଯଦି ଆମେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଏହି ଟି -୨୦ ସିରିଜ୍ ବିଷୟରେ ଆଲୋଚନା କରିବା, ତେବେ ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଏପର୍ଯ୍ୟନ୍ତ ୨ ଟି ମ୍ୟାଚ୍ ଖେଳାଯାଇଛି ଏବଂ ଭାରତ ଉଭୟ ମୁକାବିଲାରେ ଅଗ୍ରଣୀ ରହିଛି। ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦେଇଥିବା ୨୦୯ ରନ୍‌ର ଟାର୍ଗେଟକୁ ପଛରେ ପକାଇ ଭାରତ ୨ ୱିକେଟ୍‌ରେ ଏହାକୁ ଜିତିଥିଲା। ଏଥି ସହିତ, ଦ୍ୱିତୀୟ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୨୩୬ ରନ୍‌ର ଏକ ବୃହତ୍ ଲକ୍ଷ୍ୟ ଦେଇଥିଲା, ଯାହା ପଛରେ ଅଷ୍ଟ୍ରେଲିଆ ମାତ୍ର ୧୯୧ ରନ୍ ସ୍କୋର କରି ଦ୍ୱିତୀୟ ମ୍ୟାଚ୍‌କୁ ୪୪ ରନ୍‌ରେ ହାରିଥିଲା। 

ଏହି ସିରିଜର ତୃତୀୟ ମ୍ୟାଚ୍ ଆଜି ଗୌହାଟୀରେ ଖେଳାଯିବ, ଯାହାକି ଏହି ସିରିଜ୍ ଦୃଷ୍ଟିରୁ ଅଷ୍ଟ୍ରେଲିଆ ପାଇଁ ଏକ କର ବା ମର ପରିସ୍ଥିତି ଅଟେ। କିନ୍ତୁ ବର୍ତ୍ତମାନ ଏହି ମ୍ୟାଚ୍ ପୂର୍ବରୁ ସେମାନଙ୍କର ୬ ଜଣ ଅଭିଜ୍ଞ ଖେଳାଳି ଦଳରୁ ବାଦ୍‌ ପଡ଼ିଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅବଶିଷ୍ଟ ଦୁଇଟି ଟି -୨୦ ମ୍ୟାଚ୍ ରାୟପୁର ଏବଂ ବାଙ୍ଗାଲୋରରେ ଖେଳାଯିବ। 

You can also read: ସେହି ବିପଜ୍ଜନକ ଡଙ୍କି ରୁଟ୍‌, ଯେଉଁଥିରେ ଯାଇଛି ଅନେକ ଲୋକଙ୍କ ଜୀବନ; ଏହି ରାସ୍ତାକୁ ଅତିକ୍ରମ କେତେ କଷ୍ଟକର?


 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.