ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ପଶ୍ଚିମବଙ୍ଗରେ ଆସନ ଭାଗବଣ୍ଟା, କଂଗ୍ରେସକୁ ୫ ଆସନ ଛାଡ଼ିଲେ ଦିଦି

Published By : Prameya | February 25, 2024 12:22 PM

ନୂଆଦିଲ୍ଲୀ,୨୫/୦୨: ପଶ୍ଚିମବଙ୍ଗରେ ବହୁ ବାଦବିବାଦ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମ୍‌ସି ଓ କଂଗ୍ରେସ ମଧ୍ୟରେ ଇଣ୍ଡିଆ ମେଣ୍ଟ ଅଧୀନରେ ଆସନ ବୁଝାମଣା ଚୂଡାନ୍ତ ହୋଇଛି । ଉଭୟ ଦଳ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ କଂଗ୍ରେସ ପାଇଁ ୫ ଲୋକସଭା ଆସନ ଛାଡିଛନ୍ତି ଦିଦି (ମମତା) । ଏସବୁ ଆସନ ମଧ୍ୟରେ ରହିଛି ଦାର୍ଜିଲିଂ, ରାୟଗଞ୍ଜ, ଦକ୍ଷିଣ ମାଲ୍‌ଦା, ବହରମପୁର ଓ ପୁରୁଲିଆ । ଏଥିସହ ଉଭୟ ଦଳ ମଧ୍ୟରେ ମେଘାଳୟ ଓ ଆସାମ ପାଇଁ ମଧ୍ୟ ଆସନ ବୁଝାମଣା ଚୂଡାନ୍ତ ହୋଇଛି ।

ଟିଏମ୍‌ସିକୁ ମେଘାଳୟରେ ତୁରା ଆସନ ଦେବାକୁ କଂଗ୍ରେସ ରାଜି ହୋଇଛି । ଆସାମରେ ମଧ୍ୟ ଟିଏମ୍‌ସି ପାଇଁ ଗୋଟିଏ ଆସନ ଛାଡିବ କଂଗ୍ରେସ । ଏହା ପୂର୍ବରୁ କଂଗ୍ରେସ ନେତା ଜୟରାମ ରମେଶ କହିଥିଲେ ଟିଏମ୍‌ସି ସହିତ ଆସନ ବୁଝାମଣା ନେଇ ଆଲୋଚନା ଜାରି ରହିଛି । ମମତା କହିଆସୁଛନ୍ତି କି ବିଜେପିକୁ ହରାଇବାର ଆବଶ୍ୟକତା ରହିଛି । କଂଗ୍ରେସ ମଧ୍ୟ ଏହା ଚାହୁଁଛି । ହେଲେ ଏଥିପାଇଁ ଇଣ୍ଡିଆ ମେଣ୍ଟକୁ ମଜଭୁତ କରିବାକୁ ପଡିବ । ତେଣୁ ଖୁବଶୀଘ୍ର ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ ହେବ । 

ମମତା ପ୍ରଥମେ କହିଥିଲେ କଂଗ୍ରେସକୁ ୨ଟି ଆସନ ଦେବାକୁ ତାଙ୍କ ଦଳ ରାଜି । ମାତ୍ର ପରେ ଦୁଇଦଳ ଭିତରେ ଆସନ ବୁଝାମଣାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବାରୁ ମମତା ତାଙ୍କ ଦଳ ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଥିଲେ । ଏପରିକି ନିକଟରେ ଟିଏମ୍‌ସିର ବରିଷ୍ଠ ନେତା ତଥା ସାଂସଦ ଡେରେକ ଓ’ବ୍ରିଏନ କହିଥିଲେ କି ଦଳ ଏକାକି ଲଢ଼ିବା ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିସାରିଛନ୍ତି ମାନେ ଦଳ ଏକା ଲଢ଼ିବ । କୌଣସି ଦଳ ସହିତ ଆଉ ଟିଏମ୍‌ସିର ମେଣ୍ଟ କରାଯିବ ନାହିଁ ବୋଲି ସେ କହିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.