ନୂଆଦିଲ୍ଲୀ: ଝା଼ଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଯଦିଓ ଚମ୍ପେଇ ସୋରେନ୍ ଶପଥ ନେଇଛନ୍ତି, ତଥାପି ସେଠାରେ ଏବେବି ରାଜନୈତିକ ତାପମାତ୍ରା ଗରମ୍ ରହିଛି । ୩୬ ଜଣ ବିଧାୟକଙ୍କୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଛି । ମହାମେଣ୍ଟ ବିଧାୟକଙ୍କ ବିଚ୍ଛିନ୍ନ ହେବାର ଆଶଙ୍କା ଦେଖାଦେଇଛି । ସେପଟେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ଇଣ୍ଡିଆ ମହାମେଣ୍ଟ ବିଜେପିକୁ ଝାଡଖଣ୍ଡରେ ଲୋକପ୍ରିୟ ଜନାଦେଶ ଚୋରି କରିବାକୁ ଅଟକାଇଛି । ସୂଚନାଥାଉକି, ରାହୁଲ ଝାଡଖଣ୍ଡର ଗୋଡା ସ୍ଥିତ ସର୍କଣ୍ଡା ଛକ ଠାରୁ ଶନିବାର ଦିନ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି ।
ରାହୁଲ ଗାନ୍ଧୀ କହିଛନ୍ତି ଯେ, ବିଜେପି ଧନ ବଳ ଏବଂ ଅନୁସନ୍ଧାନକାରୀ ଏଜେନ୍ସି ବ୍ୟବହାର କରିଛି । ସେ ବିଜେପିକୁ ଭୟ କରନ୍ତି ନାହିଁ ଏବଂ ବିଭେଦବାଦୀ ଚିନ୍ତାଧାରା ବିରୋଧରେ ଲଢେଇ ଜାରି ରଖିବେ । ପୂର୍ବ ଭାରତ ଯୋଡୋ ଆରଏସଏସ ଏବଂ ବିଜେପିର 'ବିଭାଜନକାରୀ ଏଜେଣ୍ଡା' ବିରୁଦ୍ଧରେ ଥିଲା, କିନ୍ତୁ ବର୍ତ୍ତମାନର ଯାତ୍ରା ଦେଶର ଲୋକଙ୍କ ପାଇଁ ନ୍ୟାୟ ଦାବି କରୁଛି । ବିଜେପି ଝାଡଖଣ୍ଡରେ ନିର୍ବାଚିତ ସରକାରକୁ ଅସ୍ଥିର କରିବାକୁ ବିଜେପି ଚେଷ୍ଟା କରିଥିଲା ।
ସେ କହିଛନ୍ତି ଯେ ‘ଇଣ୍ଡିଆ’ ସହଯୋଗୀ ଦଳ ଏହି ଆଦେଶକୁ ଚୋରି କରିବାକୁ ଦେଇ ନାହିଁ । ସମଗ୍ର ଦେଶରେ ଅନ୍ୟାୟ ଦୃଶ୍ୟମାନ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତରେ ଯୁବକମାନଙ୍କ ପାଇଁ ଚାକିରି ପାଇବା ଅସମ୍ଭବ । ରାହୁଲ ଗାନ୍ଧୀ କହିଛନ୍ତି ଯେ ଦେଶରେ ବେକାରୀ ହାର ୪୦ ବର୍ଷ ମଧ୍ୟରେ ସର୍ବାଧିକ।