ପ୍ରମୂଖ ଖବର
  • ଗୁଳି ମାଡ଼ରେ ଏନସିପି ନେତା ବାବା ସିଦ୍ଦିକି ମୃତ
  • ||
  • ସମ୍ମାନ ବଞ୍ଚାଇ ପାରିଲା ନାହିଁ ବାଂଲାଦେଶ, ୧୩୩ ରନ୍‌ରେ ହରାଇଲା ଭାରତ
  • ||
  • ସୁଭଦ୍ରାରେ ତ୍ରୁଟି ଥିଲେ ଯିବ ଫୋନ୍‌ କଲ୍‌, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା
  • ||
  • ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା, ମହାସ୍ନାନ କରିଲେ ମହାପ୍ରଭୁ
  • ||
  • ଦରମଗାଡ ନଦୀରେ ଭାସି ନିଖୋଜ ହୋଇଥିଲେ ମହିଳା, ଉଦ୍ଧାର ହେଲା ମୃତଦେହ
  • ||
  • ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବ୍‌ ଶୀଘ୍ର କମିବ ଦର
  • ||
  • ଭୁବନେଶ୍ୱର : ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’
  • ||
  • ବଣାଇ : ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌, ବ୍ୟକ୍ତି ମୃତ
  • ||
  • କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା
  • ||
  • ସମ୍ୱଲପୁର : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ଯାଜପୁର : ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
  • ||

ସ୍ମାର୍ଟଫୋନ୍‌ ଉତ୍ପାଦନରେ ଆମେରିକାକୁ ଟପିଲା ଭାରତ, ହେଲା ବିଶ୍ୱର ଦ୍ୱିତୀୟ ବୃହତ୍‌ ଉତ୍ପାଦନକାରୀ

ନୂଆଦିଲ୍ଲୀ,୦୮/୦୯: ଆଜିକୁ କିଛି  ବର୍ଷ ତଳେ ସ୍ମାର୍ଟଫୋନ୍‌ ନିର୍ମାଣ ଭାରତ  ପାଇଁ ସ୍ୱପ୍ନ ସଦୃଶ ଥିଲା । ଭାରତରେ  ବିକ୍ରି ହେଉଥିବା ବୃହତ୍‌ ଭାଗ ସ୍ମାର୍ଟଫୋନ୍‌  ଆମଦାନି କରାଯାଉଥିଲା । ସବୁଠାରୁ  ଅଧିକ ହ୍ୟାଣ୍ଡ୍‌ସେଟ୍‌ ଚୀନ୍‌ରୁ ଆସୁଥିଲା ।  ଭାରତ ବଜାରରେ ମାଳ ମାଳ ଶସ୍ତା  ଚାଇନା ସ୍ମାର୍ଟଫୋନ ବିକ୍ରି ହେଉଥିଲା । ଏଭଳି ସ୍ଥିତିରେ ଭାରତକୁ ଚୀନ୍‌ର ଶସ୍ତା  ସ୍ମାର୍ଟଫୋନ୍‌ର ଡମ୍ପିଂ ୟାର୍ଡ କୁହାଯାଉଥିଲା ।  କିନ୍ତୁ ଗତ ଦଶକ ମଧ୍ୟରେ ୫ଜି ସ୍ମାର୍ଟଫୋନ୍‌  ନିର୍ମାଣରେ ଭାରତ ହାସଲ କରିଛି ବିଶାଳ  ସଫଳତା ।  

ଆରମ୍ଭରେ ବିଶେଷଜ୍ଞମାନେ କହୁଥିଲେ  ଯେ, ସ୍ମାର୍ଟଫୋନ୍‌ ନିର୍ମାଣ ଭାରତ ଦ୍ୱାରା  ସମ୍ଭବ ନୁହେଁ । ଚୀନ୍‌ ସହ ପ୍ରତିଯୋଗିତା  କରି ସ୍ମାର୍ଟଫୋନ୍‌ ଉତ୍ପାଦନ କରିବା ଏବଂ  ତାହାକୁ ଅନ୍ୟ ଦେଶଗୁଡ଼ିକୁ ରପ୍ତାନି କରିବା  ଭାରତ ପାଇଁ କଷ୍ଟକର ହେବ ବୋଲି  ଏମାନେ କହି ଆସୁଥିଲେ । କିନ୍ତୁ ଭାରତ  ତାହାକୁ ଭୁଲ ପ୍ରମାଣିତ କରିଛି ଏବଂ  ସ୍ମାର୍ଟଫୋନ୍‌ ଉତ୍ପାଦନରେ ଚୀନ୍‌କୁ ଏହା  ଦେଇଛି ତଗ୍‌ଡ଼ା ଝଟ୍‌କା । ଆମେରିକାକୁ  ପଛରେ ପକାଇ ଏହା ବିଶ୍ୱର ଦ୍ୱିତୀୟ ବୃହତ୍‌  ୫ଜି ସ୍ମାର୍ଟଫୋନ୍‌ ଉତ୍ପାଦନକାରୀ ପାଲଟିଛି ।  

କାଉଣ୍ଟରପଏଣ୍ଟ ରିସର୍ଚ୍ଚ ରିପୋର୍ଟ  ଅନୁସାରେ, ସମ୍ପ୍ରତି ୫ଜି ସ୍ମାର୍ଟଫୋନ୍‌  ଉତ୍ପାଦନରେ ଭାରତ ଆମେରିକାକୁ  ପାର୍‌ କରିଛି । ଅର୍ଥାତ୍‌ ଭାରତ ଆଜି  ଆମେରିକାଠାରୁ ଅଧିକ ସଂଖ୍ୟାରେ ୫ଜି  ସ୍ମାର୍ଟଫୋନ ଉତ୍ପାଦନ କରୁଛି । ଏହା  ଏବେ ବିଶ୍ୱର ଦ୍ୱିତୀୟ ବୃହତ୍‌ ସ୍ମାର୍ଟଫୋନ୍‌ ଉତ୍ପାଦନକାରୀ ପାଲଟିଛି । ଆପଲ, ସାଓମି,  ଓପୋ, ଭିଭୋ ଭଳି ବିଶ୍ୱର ଅଧିକାଂଶ  ନାମୀଦାମୀ ହ୍ୟାଣ୍ଡ୍‌ସେଟ୍‌ ବ୍ରାଣ୍ଡ ଭାରତରେ  ନିଜ ନିଜର ସ୍ମାର୍ଟଫୋନ୍‌ ଉତ୍ପାଦନ କରୁଛନ୍ତି । ଚୀନ୍‌ ବିଶ୍ୱର ସର୍ବବୃହତ୍‌ ୫ଜି  ସ୍ମାର୍ଟଫୋନ୍‌ ନିର୍ମାଣକାରୀ ଦେଶ । କିନ୍ତୁ  ବାର୍ଷିକ ଭିତ୍ତିରେ ୫ଜି ସ୍ମାର୍ଟଫୋନ୍‌  ସିପ୍‌ମେଣ୍ଟରେ ଭାରତ ସବୁଠୁ ଆଗରେ  ରହିଛି । ତେବେ ଏହା ନିଶ୍ଚିତ କହିହେବ  ଯେ, ଭାରତ ପାଇଁ ଚୀନ୍‌ ଏକ ଆହ୍ୱାନ । କିନ୍ତୁ ଭାରତରେ ୫ଜି ସ୍ମାର୍ଟଫୋନ୍‌  ଉତ୍ପାଦନର ଗତି ଯଦି ଦେଖାଯାଏ ତେବେ  ଚୀନ୍‌ର ଚିନ୍ତା ବଢ଼ିପାରେ । 

ଚୀନ୍‌ରେ ୫ଜି  ସ୍ମାର୍ଟଫୋନ୍‌ ନିର୍ମାଣରେ ୧୪% ଅଭିବୃଦ୍ଧି  ଦେଖାଦେଇଥିବାବେଳେ ଭାରତରେ ଏହା  ୬୦% ହାରରେ ବଢୁଛି । ଭାରତର ଏ  ଅଭିବୃଦ୍ଧି ଆଗରେ ସବୁ ଦେଶ ପଛୁଆ ।  ଚୀନ୍‌ ଆଜି ବି ବିଶ୍ୱରେ ସବୁଠାରୁ ଅଧିକ  ପ୍ରାୟ ୩୨% ସ୍ମାର୍ଟଫୋନ ଉତ୍ପାଦନ କରୁଛି । ଭାରତ ଏ ତାଲିକାରେ ୧୩% ସହିତ ଦ୍ୱିତୀୟ  ସ୍ଥାନରେ ରହିଛି । ଆମେରିକାର ବଜାର  ଅଂଶ ଭାରତଠାରୁ ସାମାନ୍ୟ କମ୍‌ ୧୩%  ରହିଛି । ଜାପାନରେ ୫ଜି ସ୍ମାର୍ଟଫୋନ୍‌ର  ସିପ୍‌ମେଣ୍ଟ ୪% ରହିଛି । ୩% ଅଂଶ ସହିତ  ବ୍ରିଟେନ ତାଲିକାରେ ଚତୁର୍ଥ ସ୍ଥାନରେ  ରହିଛି । ଅବଶିଷ୍ଟ ଦେଶରଗୁଡ଼ିକର ମୋଟ  ଅଂଶଧନ ୩୪% ରହିଥିବା ଜଣାପଡ଼ିଛି ।

ପ୍ରକାଶଯୋଗ୍ୟ, ୫ଜି ହ୍ୟାଣ୍ଡ୍‌ସେଟ୍‌  ସିପ୍‌ମେଣ୍ଟରେ ଆପଲ ଗ୍ଲୋବାଲ ଲିଡର  ରହିଛି । ବିଶ୍ୱ ୫ଜି ସ୍ମାର୍ଟଫୋନ୍‌ ବଜାରରେ  ଏହାର ଅଂଶ ପ୍ରାୟ ୨୫% ରହିଛି । ଏହା  ପରେ ଦ୍ୱିତୀୟ ସ୍ଥାନରେ ରହିଛି ସାମ୍‌ସଙ୍ଗ୍‌ ।  ତୃତୀୟ ସ୍ଥାନରେ ସାଓମି ରହିଥିବା  ଜଣାପଡ଼ିଛି । ଭାରତରେ ମୋଟ ୧୦ଟି  ସ୍ମାର୍ଟଫୋନ୍‌ ବ୍ରାଣ୍ଡ ଦ୍ରୁତ ଗତିରେ ୫ଜି  ସ୍ୱାର୍ଟଫୋନ ଉତ୍ପାଦନ କରୁଛନ୍ତି ।  

ବରିଷ୍ଠ ବିଶେଷଜ୍ଞ ପ୍ରାଚୀର ସିଂହ  କୁହନ୍ତି, ଭାରତରେ ୫ଜି ନେଟ୍‌ୱର୍କର  ଉପଲବ୍ଧତା ସହ ୫ଜି ସ୍ମାଟଫୋନ୍‌ର  ଚାହିଦା ବଢ଼ିଛି । ଏ ବର୍ଷର ପ୍ରଥମ ୬  ମାସରେ ୫ଜି ହ୍ୟାଣ୍ଡ୍‌ସେଟ୍‌ ନିର୍ମାଣରେ  ଭାରତ ଆମେରିକାକୁ ଅତିକ୍ରମ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.