ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

କ'ଣ ଚାହୁଁଛି ଚୀନ୍‌? କହିଲା,'ସୀମା ବିବାଦ ଅଲଗା ପ୍ରସଙ୍ଗ, ଦ୍ୱିପାକ୍ଷିକ ସମ୍ପର୍କ ତା' ସ୍ଥାନରେ'

ନୂଆଦିଲ୍ଲୀ,୨୬/୦୧: ଚୀନ୍ ପୁଣିଥରେ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ନରମ କରିବାକୁ ଦର୍ଶାଇଛି, କିନ୍ତୁ ସୀମା ବିବାଦ ଉପରେ କୌଣସି ମନ୍ତବ୍ୟ ଦେଇନାହିଁ। ଚୀନ୍ କହିଛି ଯେ ସୀମା ବିବାଦ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ନିଜ ନିଜ ସ୍ଥାନରେ ଅଛନ୍ତି। ଚୀନ୍‌ର ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ନିକଟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ସୀମା ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହୋଇପାରିବ ନାହିଁ। ଚୀନ୍ ଜୟଶଙ୍କରଙ୍କର ଏହି ବିବୃତ୍ତିରେ ଆପତ୍ତି ଜଣାଇ ସମ୍ପର୍କ ପୁନଃ ସ୍ଥାପିତ କରିବାକୁ ମଧ୍ୟ ସୂଚିତ କରିଛି।

ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ଭାରତ-ଚୀନ୍ ସୀମା ବିବାଦ ଇତିହାସରେ ତ୍ରୁଟିର ଏକ ଅଂଶ। ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ସମସ୍ତ ଆଦାନ-ପ୍ରଦାନରୁ ଏହି ବିବାଦର କୌଣସି ସମ୍ପର୍କ ନାହିଁ। ଚୀନ୍‌ର ମୁଖପାତ୍ର କହିଛନ୍ତି ଯେ, 'ସୀମା ବିବାଦକୁ ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ସହିତ ଯୋଡ଼ିବା ଠିକ୍ ହେବ ନାହିଁ। ତେବେ ଚୀନ୍‌ର ଏହି ବିବୃତ୍ତି ଏପରି ଆସିନାହିଁ, ଏହା ପଛରେ ଚୀନ୍‌ର ଏକ ନିଜସ୍ୱ ପୃଷ୍ଠଭୂମି ଥିବା ବୁଝାପଡ଼ୁଛି। ପ୍ରାୟ ଚାରି ବର୍ଷ ପରେ, ଚୀନ୍‌ର ଏହି ନରମ ଆଭିମୁଖ୍ୟ ଦେଖିବାକୁ ମିଳିଛି। ଏହା ଦ୍ବାରା ମଧ୍ୟ ପୁରୁଣା ପ୍ରତିବନ୍ଧକ ଶେଷ କରିବାର ଏକ ସଙ୍କେତ ବୋଲି ବୁଝାଯାଇପାରେ।

ସୀମା ବିବାଦ ଉପରେ ଜୋର୍‌ ଦେବା ଠିକ୍‌ ନୁହେଁ:

କିନ୍ତୁ ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ମାସିକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ସୀମା ସ୍ଥିତିକୁ ଗୁରୁତ୍ୱ ଦେବା ଠିକ୍ ନୁହେଁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ବିବୃତ୍ତିର କିଛି ସପ୍ତାହ ପରେ ଏହି ମନ୍ତବ୍ୟ ଆସିଛି ଯେଉଁଥିରେ ସେ କହିଥିଲେ ଯେ 'ଦୁଇ ଦେଶ ମଧ୍ୟରେ ସୀମା ବିବାଦ ବାଣିଜ୍ୟ ଏବଂ ଅର୍ଥନୀତି ଭଳି ବିଭିନ୍ନ ଦିଗରେ ଭାରତ-ଚୀନ୍ ସମ୍ପର୍କ ଉପରେ ପ୍ରଭାବ ପକାଇବ।' ମହାରାଷ୍ଟ୍ରର ନାଗପୁରରେ ଏକ ଟାଉନ ହଲ ବୈଠକରେ ଜୟଶଙ୍କର ଏହି ସୂଚନା ଦେଇଛନ୍ତି। 

ସୀମା ବିବାଦ ପର୍ଯ୍ୟନ୍ତ ସମ୍ପର୍କ ସ୍ୱାଭାବିକ ଅସମ୍ଭବ: ଏସ୍. ଜୟଶଙ୍କର

ଏହା ପରେ ମନ୍ତ୍ରୀ ଜୟଶଙ୍କର ପୁଣିଥରେ କହିଥିଲେ ଯେ ଯଦି ସୀମା ବିବାଦରେ କୌଣସି ଠୋସ୍ ସମାଧାନ ନ ମିଳେ ଏବଂ ସୈନ୍ୟବାହିନୀ ମୁହାଁମୁହିଁ ପରିସ୍ଥିତି ରହେ, ତେବେ ସମ୍ପର୍କ ସ୍ୱାଭାବିକ ହେବାର କୌଣସି ସମ୍ଭାବନା ନାହିଁ। ଏଥି ସହିତ ଜୟଶଙ୍କର ଏହା ମଧ୍ୟ କହିଛନ୍ତି ଯେ, 'ମୁଁ ମୋର ଚୀନ୍ ପ୍ରତିପକ୍ଷଙ୍କୁ ବୁଝାଇ ଦେଇଛି ଯେ, ଯଦି ଆପଣ ସୀମାରେ ସମାଧାନ ନକରନ୍ତି, ତେବେ ଅନ୍ୟ କୌଣସି ସମ୍ପର୍କ ସ୍ବାଭାବିକ ହେବ ବୋଲି ଚିନ୍ତା କରିବା ବନ୍ଦ କରିଦିଅନ୍ତୁ....ଏହା ଅସମ୍ଭବ।' 





News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.