ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଖଲିସ୍ତାନୀ ଆତଙ୍କୀ ହତ୍ୟା ମାମଲାରେ ଭାରତ-କାନାଡା ମୁହାଁମୁହିଁ : କାନାଡା କୂଟନୀତିଜ୍ଞଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ, ଦିଆଗଲା ମାତ୍ର ୫ ଦିନର ସମୟ

ନୂଆଦିଲ୍ଲୀ,୧୯।୯: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜରର ହତ୍ୟା ମାମଲାରେ ଭାରତ-କାନାଡା ମୁହାଁମୁହିଁ ନିଜରର ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତିର ଅଭିଯୋଗ କରି କାନାଡା ସୋମବାର ଭାରତର ଏକ ସିନିୟର କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାର ନିର୍ଦେଶ ଦେଇଥିଲା। କାନାଡାର ଏହି କାର୍ଯ୍ୟାନୁଷ୍ଠାନର ଜବାବରେ ଭାରତ ମଧ୍ୟ କାନାଡାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ  ବହିଷ୍କାର କରିଦେଇଛି। ଭାରତରେ କାନାଡାର ହାଇ କମିଶନର ଥିବା କାମେରୁନ ମ୍ୟାକେଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମନ କରିଛି। କେବଳ ଏତିକି ନୁହେଁ ଭାରତ କାନାଡା ହାଇ କମିଶନରଙ୍କୁ କହିଛି ଯେ କାନାଡାର ରାଷ୍ଟ୍ରଦୂତ ପାଞ୍ଚ ଦିନ ମଧ୍ୟରେ ଭାରତ ଛାଡନ୍ତୁ।

ଅନ୍ୟପକ୍ଷେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ଦେଶର ସଂସଦରେ ଅଭିଯୋଗ କରିଛନ୍ତି ଯେ, ହରଦୀପ ସିଂହ ହତ୍ୟାରେ ଭାରତର ହାତ ଅଛି କି ନାହିଁ ତାହା ଅନୁସନ୍ଧାନ କରାଯାଉଛି । କାନାଡାରେ ଏହି ହତ୍ୟାକାଣ୍ଡରେ ଭାରତର ଭୂମିକା ରହିପାରେ। ଏହି କାରଣରୁ ଭାରତର କୂଟନୀତିଜ୍ଞଙ୍କୁ କାନାଡାରୁ ବହିଷ୍କାର କରାଯାଇଛି। ଜୁନ୍ ୧୮ରେ ହରଦୀପ ସିଂହକୁ ଗୁଳି କରି ହତ୍ୟା କରାଯାଇଥିଲା। ସେ ଭାରତରେ ଖାଲିସ୍ତାନୀ କାର୍ଯ୍ୟକଳାପରେ ଜଡିତ ଥିଲା। ଜଷ୍ଟିନ ଟ୍ରୁଡୋ ସଂସଦରେ କହିଛନ୍ତି, ଗତ ସପ୍ତାହରେ ଜି -୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ବୈଠକରେ ସେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି। 

ଟ୍ରୁଡୋଙ୍କ କହିବା ଅନୁଯାୟୀ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଛନ୍ତି କାନାଡା ମାଟିରେ ଭାରତ ସରକାରଙ୍କ କୌଣସି ପ୍ରକାର ହସ୍ତକ୍ଷେପକୁ ବରଦାସ୍ତ କରାଯାଇ ନାହିଁ। ଏହି ଘଟଣାର ତଦନ୍ତରେ ସହଯୋଗ କରିବାକୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ନିବେଦନ କରିଛନ୍ତି।ରିପୋର୍ଟ ଅନୁସାରେ, ଭାରତ ସରକାରଙ୍କ ପକ୍ଷରୁ ମଙ୍ଗଳବାର ସକାଳେ କାନାଡାର ଉଚ୍ଚାୟୁକ୍ତଙ୍କୁ ଜବାବ ତଲବ କରାଯାଇଛି। ଭାରତରେ ଥିବା କାନାଡା କୂଟନୀତିଜ୍ଞ ଆଗାମୀ ୫ ଦିନ ଭିତରେ ଦେଶ ଛାଡିବା ପାଇଁ କୁହାଯାଇଛି। ମୋଦି ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନ ଭାରତର ଆଭ୍ୟନ୍ତରୀଣ ମାମଲାରେ କାନାଡାର ରାଷ୍ଟ୍ରଦୂତଙ୍କ ହସ୍ତକ୍ଷେପ ଓ ଭାରତର ବିରୋଧି ଗତିବିଧିରେ ସମ୍ପୃକ୍ତି ଥିବାର ଅଭିଯୋଗରେ ନିଆଯାଇଛି।

 

 

Justin Trudeau
pm narendra modi
PrameyaOdia

Copyright © 2022 - Summa Real Media Private Limited. All Rights Reserved.