ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାଶ୍ମୀର ନେଇ ପାକିସ୍ତାନକୁ ସମର୍ଥନ କରୁଥିବା ତୁର୍କୀକୁ ଭାରତ ଦେଲା ଝଟକା , ଡିଲ୍‌ କଲା ରଦ୍ଦ

ନୂଆଦିଲ୍ଲୀ : କାଶ୍ମୀର ସମେତ ଅନେକ ମାମଲାରେ ପାକିସ୍ତାନ ଭଳି ଦେଶକୁ ସମର୍ଥନ କରୁଥିବା ତୁର୍କୀକୁ ଭାରତ କଡ଼ା ଶିକ୍ଷା ଦେଇଛି। ପ୍ରତିରକ୍ଷା ମନ୍ତ୍ରାଳୟ ଭାରତୀୟ ନୌସେନାର ଜାହାଜ ପାଇଁ କାମ କରୁଥିବା ତୁର୍କୀର କମ୍ପାନୀ ଗୁଡ଼ିକ ସହ ଚୁକ୍ତିକୁ ଶେଷ କରି ଦେଇଛି। ଏଥିରେ ତୁର୍କୀକୁ ବଡ଼ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି। ଜାହାଜର ଫିଲ୍ଟସ ( fleets)କୁ ଏବେ ସଂପୂର୍ଣ୍ଣ ରୂପେ ଭାରତରେ ହିଁ ତିଆରି କରାଯିବ ଏବଂ ଏହାର ଠିକା କାମ ହିନ୍ଦୁସ୍ତାନ ଶିପୟାର୍ଡ ଲିମିଟେଡ୍‌କୁ ଦିଆ ଯାଇଛି। 

୫ଟି ଫ୍ଲିଟ୍‌ ସପୋର୍ଟ ଜାହାଜ ମଧ୍ୟରୁ ପ୍ରଥମ ଷ୍ଟିମ୍‌ କଟିଂ ଉତ୍ସବ ପ୍ରତିରକ୍ଷା ସଚିବ ଗିରିଧର ଅରମାନେଙ୍କ ଉପସ୍ଥିତିରେ ବିଶାଖାପାଟନମ୍‌ରେ ଆୟୋଜିତ କରାଯାଇ ଥିଲା। ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତତ୍ତ୍ୱାବଧାନରେ ଥିବା ସୁରକ୍ଷା ମାମଲାର କ୍ୟାବିନେଟ୍‌ ସମିତି, ୫ଟି ବଡ଼ ଆକାରର ନୌସୈନିକ ଜାହାଜର ନିର୍ମାଣ ପାଇଁ ପାଖାପାଖି ୨୨,୦୦୦ କୋଟି ଟଙ୍କାର ଏଗ୍ରିମେଣ୍ଟକୁ ମଞ୍ଜୁରୀ ଦେଇଥିଲା।

ପ୍ରତିରକ୍ଷା ଅଧିକାରୀମାନେ ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇକୁ କହିଛନ୍ତି , ଏଚଏସଏଲ ଡିଜାଇନ ପରାମର୍ଶ ପାଇଁ ଏକ ତୁର୍କୀ ଫାର୍ମ ସହ ଚୁକ୍ତି କରି ଥିଲେ, କିନ୍ତୁ ସିସିଏସ ଦ୍ୱାରା ଅନୁବନ୍ଧକୁ ମଞ୍ଜୁରୀ ଦିଆଯିବା ପୂର୍ବରୁ ଏହାକୁ ରଦ୍ଦ କରିଦିଆ ଯାଇଥିଲା। ପ୍ରକଳ୍ପରୁ ତୁର୍କୀର କମ୍ପାନୀକୁ ହଟା ଯିବା ଏମିତି ଅନେକ ଉଦାହରଣର ପୃଷ୍ଠଭୂମିରେ ଆସିଛି , ଯେଉଁଠି ତୁର୍କୀ ବିଶ୍ୱସ୍ତରୀୟ ମଞ୍ଚରେ , ବିଶେଷକରି କାଶ୍ମୀରର ମାମଲାରେ , ଭାରତ ବିରୋଧି ଆଭିମୁଖ୍ୟ ଆପଣାଉଛି। ଏଚଏସଏଲ ଏବେ ଜାହାଜ ପାଇଁ ଡିଜାଇନର କାମ ନିଜେ କରୁଛି ଏବଂ ଡିଜାଇନ ପରାମର୍ଶ ପାଇଁ କୋଚ୍ଚି ସ୍ଥିତ ଏକ କମ୍ପାନୀର ସାହାଯ୍ୟ ନେଉଛି । ଅଧିକାରୀମାନେ କହିଛନ୍ତି କି କୋଚ୍ଚି ସ୍ଥିତ କମ୍ପାନୀ ଜାହାଜ ପ୍ରକଳ୍ପ ଉପରେ କୋଚିନ ଶିପୟାର୍ଡ ଲିମିଟେଡ୍‌ ଭଳି ଅନ୍ୟ ସରକାରୀ ଶିପୟାର୍ଡ ସହ ମଧ୍ୟ କାମ କରିଛି। 

ସୂଚନା ଯେ, କାଶ୍ମୀର ସମେତ ଅନେକ ମାମଲାରେ ତୁର୍କୀ ପାକିସ୍ତାନର ପକ୍ଷ ନେଇ ଚାଲିଛି। ତୁର୍କୀର ରାଷ୍ଟ୍ରପତି ପାକିସ୍ତାନରେ କାଶ୍ମୀର କଥା କହିଛନ୍ତି। ପାକିସ୍ତାନୀ ସଂସଦର ମିଳିତ ବୈଠକରେ ନିଜର ଭାଷଣରେ ଏର୍ଦୋଗନ ସାମ୍ୱିଧାନିକ ସ୍ୱତନ୍ତ୍ରତା ଓ କମ୍ୟୁନିକେସନ ଉପରେ ପ୍ରତିବନ୍ଧକୁ ହଟେଇବାକୁ ଟିପ୍ପଣୀରେ କହିଥିଲେ - ନିକଟବର୍ତ୍ତୀ ମାସ ଗୁଡ଼ିକରେ ଭାରତ ଦ୍ୱାରା ନିଆଯାଇ ଥିବା ପଦକ୍ଷେପରେ କାଶ୍ମୀରବାସୀଙ୍କ ସମସ୍ୟା ବଢି ଯାଇଛି। ଏହି ଦୃଷ୍ଟିକୋଣ , ଯାହା ବର୍ତ୍ତମାନ ସ୍ଥିତିକୁ ବଢାଇ ଥାଏ ଏବଂ କାଶ୍ମୀରୀ ଲୋକଙ୍କ ସ୍ୱତନ୍ତ୍ରତା ଓ ଅଧିକାରକୁ ରଦ୍ଦ କରି ଥାଏ, ଏଥିରେ କାହାକୁ ବି କୌଣସି ଫାଇଦା ହେବ ନାହିଁ। ତୁର୍କୀର ରାଷ୍ଟ୍ରପତିଙ୍କ ଏହି ବୟାନ ପରେ ଭାରତ ମଧ୍ୟ କଡ଼ା ଜବାବ ଦେଇଥିଲା। ନୂଆ ଦିଲ୍ଲୀ ସ୍ପଷ୍ଟ କରିଥିଲା କି ତୁର୍କୀକୁ ତଥ୍ୟର ଉଚିତ୍‌ ବୁଝାମଣାକୁ ବିକଶିତ କରିବା ଉଚିତ ଏବଂ ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବା ବନ୍ଦ କରିବା ଉଚିତ୍‌। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.