ପ୍ରମୂଖ ଖବର
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ଏହି ସବୁ ଦେଶକୁ ଚାକିରି ପାଇଁ ଯାଉଥିଲେ ସାବଧାନ ! ଆଡଭାଇଜରୀ ଜାରି କଲା ଦୂତାବାସ

ନୂଆଦିଲ୍ଲୀ : ବିଦେଶରେ ଚାକିରି କରିବାକୁ ଅନେକ ଭାରତୀୟଙ୍କର ସ୍ୱପ୍ନ ଥାଏ। କିନ୍ତୁ ଏହି ସ୍ୱପ୍ନକୁ ପୂରା କରିବା ଚକ୍କରରେ ଲୋକେ ଠକାମୀର ଶିକାର ହୋଇଥାନ୍ତି। ଏଥିପାଇଁ ଭାରତ ସରକାର ନିଜର ନାଗରିକଙ୍କ ପାଇଁ ପୁଣି ଥରେ ଆଡଭାଇଜରୀ ଜାରି କରିଛନ୍ତି। ଭାରତୀୟ ଦୂତାବାସ ଶୁକ୍ରବାର ଚାକିରି ପାଇଁ କମ୍ୱୋଡିଆ ଯାଉଥିବା ଲୋକଙ୍କୁ ଏକ ପରାମର୍ଶ ଜାରି କରିଛି।

ଦୂତାବାସ କହିଛି କି, ଭାରତୀୟ ନାଗରିକଙ୍କୁ କେବଳ ବିଦେଶ ମନ୍ତ୍ରଣାଳୟ (ଏମଇଏ) ଦ୍ୱାରା ଆପ୍ରୁଭ ଅଧିକୃତ ଏଜେଣ୍ଟର ମାଧ୍ୟମରେ ହିଁ ରୋଜଗାର ପାଇଁ ଦ୍ୱିତୀୟ ଦେଶ ଯିବା ଉଚିତ୍‌। ଆଡଭାଇଜରୀରେ ଠକାମୀର ଶିକାର ହେବାର ସମ୍ଭାବିତ ଚାକିରି ବିଷୟରେ ନିର୍ଦ୍ଦେଶ ଦିଆ ଯାଇଛି ଏବଂ ସାବଧାନ ରହିବାକୁ କୁହାଯାଉଛି। ଭାରତୀୟ ଦୂତାବାସ କହିଛି କି କମ୍ୱୋଡିଆରେ ଚାକିରି ଚାହୁଁଥିବା ବ୍ୟକ୍ତି ନୋମ ପେନହ (ରାଜଧାନୀ)ରେ ଭାରତୀୟ ଦୂତାବାସକୁ ସଂପର୍କ କରି ପାରିବେ।

ଏଥିରେ କୁହାଯାଇଛି କି, ଏମିତି ମାମଲା ସାମନାକୁ ଆସିଛି ଯେ, ଯେଉଁଥିରେ ଭାରତୀୟ ନାଗରକଙ୍କୁ ଥାଇଲ୍ୟାଣ୍ଡର ଲାଓସରେ ରୋଜଗାରର ଲୋଭ ଦିଆ ଯାଉଛି। ଦୂତାବାସ କହିଛି କି, ଏହି ଫେକ୍‌ ଚାକିରି ସବୁ ଲାଓସରେ ଗୋଲଡେନ ଟ୍ରାଏଙ୍ଗଲ ସ୍ପେଶାଲ ଇକୋନୋମିକ ଜୋନ୍‌ରେ କଲ୍‌ ସେଣ୍ଟର ଘୋଟାଲା ଓ କ୍ରିପ୍ଟୋ-କରେନ୍ସି ଠକାମୀରେ ସାମିଲ ସଦିଗ୍ଧ କମ୍ପାନୀ ଗୁଡ଼ିକ ଦ୍ୱାରା ଡିଜିଟଲ ସେଲ୍ସ ଆଣ୍ଡ ମାର୍କେଟିଂ ଏକଜିକ୍ୟୁଟିଭ୍ସ ବା କଷ୍ଟମର ସପୋର୍ଟ ସର୍ଭିସ୍‌ ପାଇଁ ରହିଛି। 

ଦୂତାବାସ ଆଡଭାଇଜରୀରେ କହିଛି, ସବୁ ଭାରତୀୟ ନାଗରିକ ଯିଏ କମ୍ୱୋଡିଆ ଓ ଦକ୍ଷିଣ ପୂର୍ବ ଏସିଆର କ୍ଷେତ୍ରକୁ ଚାକିରି ପାଇଁ ଯାଉଛନ୍ତି, ସେମାନଙ୍କୁ ପରାମର୍ଶ ଦିଆଯାଉଛି କି ଏହି କ୍ଷେତ୍ରରେ ଅନେକ ନକଲି ଏଜେଣ୍ଟ କାମ କରୁଛନ୍ତି, ଯିଏ ଭାରତରେ ଏଜେଣ୍ଟଙ୍କ ମିଶି ଲୋକଙ୍କ ଫ୍ରଡ୍‌ କମ୍ପାନୀରେ ଚାକିରି କରାଇ ଦେବାର ଲୋଭ ଦେଖାଉଛନ୍ତି। ସେମାନେ ବିଶେଷ ଭାବେ ସାଇବର ଅପରାଧରେ ସାମିଲ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.