ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଇରାନ ଓ ଇସ୍ରାଏଲକୁ ଯାତ୍ରା ବ୍ୟାନ୍‌ ନେଇ ବଡ଼ ନିଷ୍ପତ୍ତି, ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ : ଇରାନ ଓ ଇସ୍ରାଏଲର ଯାତ୍ରାରେ ଲଗାଯାଇ ଥିବା ପ୍ରତିବନ୍ଧକକୁ ଭାରତ ହଟେଇ ନେଇଛି। ହେଲେ ଲୋକଙ୍କୁ ଯାତ୍ରା ବେଳେ ସତର୍କ ରହିବା ଓ ଭାରତୀୟ ମିଶନର ସଂପର୍କରେ ରହିବାର ପରାମର୍ଶ ଦେଇଛି। କହି ରଖୁଛୁ କି, ଉଭୟ ଦେଶ ମଧ୍ୟରେ ସଂଘର୍ଷର ଆଶଙ୍କାକୁ ନଜରରେ ରଖି ଭାରତୀୟ ନାଗରିକଙ୍କ ପାଇଁ ସେଠାକୁ ଯିବାରେ ରୋକ୍‌ ଲଗା ଯାଇଥିଲା। ଇରାନ ଓ ଇସ୍ରାଏଲ ସମ୍ୱନ୍ଧରେ ଯାତ୍ରା ପରାମର୍ଶ ବିଷୟରେ ମିଡ଼ିଆର ପ୍ରଶ୍ନର ଜବାବ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜାୟସୱାଲ ଦେଇଛନ୍ତି। ସେ କହିଛନ୍ତି , ଆମେ କ୍ଷେତ୍ରର ସ୍ଥିତି ଉପରେ ଦୃଢ ଭାବେ ନଜର ରଖିଛୁ। ଆମେ ଏହା ବି ଦେଖିଛୁ କି , ଇରାନ ଓ ଇସ୍ରାଏଲ ଅନେକ ଦିନରୁ ନିଜର ବିମାନ କ୍ଷେତ୍ର ଖୋଲି ଦେଇଛନ୍ତି। ଆମେ ଭାରତୀୟ ନାଗରିକଙ୍କୁ ଏହି ସବୁ ଦେଶର ଯାତ୍ରା କରିବା ସମୟରେ ସତର୍କ ରହିବା ଓ ଭାରତୀୟ ଦୂତାବାସର ସଂପର୍କରେ ରହିବାର ପରାମର୍ଶ ଦେଉଛୁ। 

ଉଲ୍ଲେଖନୀୟ ଯେ, ୧୨ ଅପ୍ରେଲରେ ବିଦେଶ ମନ୍ତ୍ରଣାଳୟ ଭାରତୀୟ ନାଗରିକଙ୍କୁ ପରାମର୍ଶ ଜାରି କରି ଥିଲେ। ଏଥିରେ କୁହାଯାଇଛି କି ତତ୍କାଳୀନ ସ୍ଥିତିକୁ ଦେଖି ଇରାନ ଓ ଇସ୍ରାଏଲର ଯାତ୍ରା କରନ୍ତୁ ନାହିଁ ଏବଂ ଯେଉଁ ଲୋକ ସେଠାରେ ପୂର୍ବରୁ ଅଛନ୍ତି, ସେ ଅତ୍ୟଧିକ ସାବଧାନତା ଅବଲମ୍ୱନ କରନ୍ତୁ। ବିଦେଶ ମନ୍ତ୍ରଣାଳୟ କହିଥିଲେ , ଆମେ କ୍ଷେତ୍ରରେ ସ୍ଥିତି ଉପରେ ଦୃଢ ଭାବେ ନଜର ରଖିଛୁ। ଆମେ ଏହା ବି ଦେଖିଛୁ କି ଇରାନ ଓ ଇସ୍ରାଏଲ ଅନେକ ଦିନରୁ ନିଜର ବିମାନ କ୍ଷେତ୍ର ଖୋଲି ଦେଇଛି। ଆମେ ଭାରତୀୟ ନାଗରିକଙ୍କୁ ଏହି ଦେଶ ଗୁଡ଼ିକୁ ଯାତ୍ରା କରିବା ସମୟରେ ସତର୍କ ରହିବା ଓ ଭାରତୀୟ ଦୂତାବାସର ସଂପର୍କରେ ରହିବାକୁ ପରାମର୍ଶ ଦେଉଛୁ। 

ଅନ୍ୟପଟେ ଇରାନ, ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରୀ ଗ୍ରାଣ୍ଟ ଶାପ୍ସ ଓ ଅନ୍ୟ ସେନା ଅଧିକାରୀଙ୍କ ସହ ସେଠାର ୩ଟି କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛି। ଫିଲିସ୍ତିନ ବିରୋଧରେ ଇସ୍ରାଏଲର କର୍ଯ୍ୟାନୁଷ୍ଠାନର ସମର୍ଥନ କରିବା କାରଣରୁ ଏହ ଆକ୍ସନ ନିଆଯାଇଛି। ଇରାନୀ ବିଦେଶ ମନ୍ତ୍ରଣାଳୟ ଗୁରୁବାର ଏହି ସୂଚନା ଦେଇଛି। ଇରାନ ଯାହା ଉପରେ ପ୍ରତିବନ୍ଧର ଲଗାଇଛି ,ଏଥିରେ ଗ୍ରାଣ୍ଟ ଶାପ୍ସଙ୍କ ବ୍ୟତୀତ ବ୍ରିଟିଶ ସେନା ରଣନୀତିକ କମାଣ୍ଡର କମାଣ୍ଡର ଜେମ୍ସ ହୋକେନହଲ୍‌ ଓ ଜେନେରାଲ ଷ୍ଟାଫ୍‌ଙ୍କ ଉପ ପ୍ରମୁଖ ଶେରୋନ ନେସ୍ମିଥ ସାମିଲ ଅଛନ୍ତି। ଏହାସହ ଭୂମଧ୍ୟସାଗରୀୟ ଦ୍ୱୀପରେ ରୟାଲ ଏୟାର ଫୋର୍ସ ଅକ୍ରୋଟିରି ସୈନ୍ୟ ଏୟାରବେସ୍‌ , ସାଇପ୍ରସ୍‌ , ରାଫେଲ ବ୍ରିଟେନ କମ୍ପାନୀ , ପାର୍କର ମେଗିଟ କମ୍ପାନୀ ଓ ଏଲବିଟ୍‌  ସିଷ୍ଟମସ କମ୍ପାନୀ ମଧ୍ୟ ଏହି ତାଲିକାରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.