ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତରେ ପ୍ରସ୍ତୁତ ହେଲା ବିଶ୍ୱର ଶସ୍ତା ରକ୍ତ ଶିକୁଳି ଔଷଧ, ବିଦେଶୀ ମେଡିସିନ୍‌ ଅପେକ୍ଷା ୯୯% କମ୍ ଦାମ୍‌

ନୂଆଦିଲ୍ଲୀ,୧୯/୦୩: ୨୦୪୭ ମସିହା ସୁଦ୍ଧା ଭାରତକୁ ରକ୍ତ ଶିକୁଳି (ସିକିଲ ସେଲ୍‌) ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ଘୋଷଣାକୁ ବଡ ବଳ ମିଳିଛି । ଏହି ରୋଗର  ନିରାକରଣ ପାଇଁ ଭାରତରେ ଏବେ ଔଷଧ ପ୍ରସ୍ତୁତ ହୋଇଛି । ତାହା ପୁଣି ବିଦେଶରେ ମିଳୁଥିବା ଔଷଧ  ଅପେକ୍ଷା ୯୯ ପ୍ରତିଶତ କମ୍‌ ଦାମରେ । ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ । କିନ୍ତୁ ବାସ୍ତବରେ ଭାରତରେ  ଫାର୍ମା କମ୍ପାନି ‘ଆକ୍ୟୁମ୍ସ ଡ୍ରଗ୍ସ ଆଣ୍ଡ ଫାର୍ମାସ୍ୟୁଟିକାଲ୍ସ’  ଏହି ଔଷଧ ପ୍ରସ୍ତୁତ କରିଛି । ଯାହାର ନାମ ରହିଛି  ‘ହାଇଡ୍ରକ୍ସିୟୁରିଆ’ । କମ୍ପାନି ବିଶ୍ୱର ସବୁଠୁ ଶସ୍ତା  ଏହି ଔଷଧର ମଧ୍ୟ ଶୁଭାରମ୍ଭ କରିଛି । 

ସୂଚନା ଅନୁସାରେ ପ୍ରତି ୧୦୦ ମିଲିଗ୍ରାମ ଏହି  ଔଷଧର ମୂଲ୍ୟ କମ୍ପାନି ମାତ୍ର ୬୦୦ ଟଙ୍କା ରଖିଛି ।  ବିଦେଶରେ ପ୍ରସ୍ତୁତ ହେଉଥିବା ଏହି ଧରଣର  ଔଷଧର ମୂଲ୍ୟ ରହିଛି ୭୭ ହଜାର ଟଙ୍କା । କମ୍ପାନି  ସରକାରଙ୍କୁ ୬୦୦ ଟଙ୍କାରେ ଏହି ଔଷଧ ଯୋଗାଇ  ଦେବ ବୋଲି କହିଛି । କିନ୍ତୁ ବଜାରକୁ କେବେ ଛାଡିବ  ଓ ବଜାରରେ ଏହାର ମୂଲ୍ୟ କେତେ ରହିବ ତାହା  କମ୍ପାନି ସ୍ପଷ୍ଟ କରିନାହିଁ । ଆହୁରି ଏକ ବଡକଥା ହେଉଛି ଆମେ ରହୁଥିବା ସାଧାରଣ ଘରେ ବା ସାଧାରଣ ତାପମାତ୍ରାରେ ଏହି ଔଷଧକୁ ରଖାଯାଇପାରିବ । କିନ୍ତୁ  ବାହାରୁ ଆସୁଥିବା ଔଷଧକୁ ୨-୮ ଡିଗ୍ରୀ ସେଲ୍‌ସିୟସ  ତାପମାତ୍ରାରେ ରଖିବାକୁ ପଡୁଥିଲା । ରକ୍ତ ଶିକୁଳି  ହେଉଛି ଏକ ପ୍ରକାର ବଂଶଗତ ରୋଗ । ଏହି ରୋଗ  ହେଲେ ଲୋହିତ ରକ୍ତ କୋଷକୁ ବିକୃତ ହେବା ସହ  କ୍ଷତିଗ୍ରସ୍ତ ହୋଇଥାଏ । ଯାହାଫଳରେ ଶରୀରକୁ  ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ଯୋଗାଣ ସମ୍ଭବ  ହୋଇପାରେ ନାହିଁ । ତେବେ ରୋଗୀ ‘ହାଇଡ୍ରକ୍ସିୟୁରିଆ’  ଔଷଧ ସେବନ କରିବା ଫଳରେ କ୍ଷତିଗ୍ରସ୍ତ ହୋଇଥିବା  ଲୋହିତ ରକ୍ତ କୋଷଗୁଡିକ ଠିକ୍‌ ହୋଇପାରିବ ।  ଏଥିସହ ଶରୀରକୁ ରକ୍ତ ସଂଚାଳନ ଠିକ୍‌ ଭାବେ  ହେବା ସହ ଅମ୍ଳଜାନ ସଂଚାଳନ ସ୍ୱାଭାବିକ ହେବ । ଏହାଫଳରେ ରୋଗୀମାନେ ଯନ୍ତ୍ରଣାରୁ ମୁକ୍ତି ପାଇବା  ସହ ହସ୍ପିଟାଲ ଯିବା ମଧ୍ୟ କମିଯିବ ବୋଲି ଔଷଧ  ପ୍ରସ୍ତୁତକାରୀ କମ୍ପାନି ପକ୍ଷରୁ ଦାବି କରାଯାଇଛି । 

ଆକ୍ୟୁମ୍ସର ମୁଖ୍ୟାଳୟ ରାଜଧାନୀ ଦିଲ୍ଲୀରେ  ରହିଥିବା ବେଳେ କମ୍ପାନି ବିଭିନ୍ନ ପ୍ରକାର ଔଷଧର  ବିକଶିତ ଓ ପ୍ରସ୍ତୁତ କରୁଛି । ଦେଶର ପ୍ରମୁଖ ଔଷଧ ଉତ୍ପାଦନକାରୀ କମ୍ପାନି ସିପ୍‌ଲା, ଡାବର  ଇଣ୍ଡିଆ, ଡକ୍ଟର ରେଡ୍ଡୀସ୍‌ ଲାବରେଟୋରିଜ ଓ ସନ୍‌  ଫାର୍ମାସ୍ୟୁଟିକାଲ୍ସ ଭଳି ଆକ୍ୟୁମ୍ସ ମଧ୍ୟ ଏକ ପ୍ରମୁଖ  କମ୍ପାନି । କମ୍ପାନିର ଜଣେ ମୁଖପାତ୍ର କହିଛନ୍ତି କି ଏହି  ‘ହାଇଡ୍ରକ୍ସିୟୁରିଆ’ଔଷଧ ବିଭିନ୍ନ ବ୍ରାଣ୍ଡ୍‌ ନାମରେ ବିକ୍ରି  କରାଯିବ । କମ୍ପାନି ଏହାକୁ ସିଧାସଳଖ କିମ୍ବା ଅନ୍ୟ  ଔଷଧ ପ୍ରସ୍ତୁତକାରୀ କମ୍ପାନି ମାଧ୍ୟମରେ ବଜାରକୁ  ଛାଡିବ । ସୁଲଭ ମୂଲ୍ୟରେ ସାରା ଭାରତରେ ଯେଭଳି  ଏହି ଔଷଧର ବିକ୍ରିବଟା କରାଯିବ ସେଥିପ୍ରତି କମ୍ପାନି  ଯତ୍ନଶୀଳ ଅଛି । ବର୍ତ୍ତମାନ ଭାରତରେ ରକ୍ତ ଶିକୁଳି  ରୋଗର ଚିକିତ୍ସା ବ୍ୟୟବହୁଳ ରହିଛି । ଚିକିତ୍ସା ସୁବିଧା  ନ ପାଇ ରୋଗୀମାନେ ଯନ୍ତ୍ରଣା ଭୋଗ କରୁଛନ୍ତି ।  ମୃତ୍ୟୁହାର ମଧ୍ୟ ଅଧିକ ରହୁଛି । ବିଶେଷକରି ଏହି  ରୋଗ ଆଦିବାସୀ ବହୁଳ ଅଞ୍ଚଳରେ ଅଧିକ ମାତ୍ରାରେ  ଦେଖିବାକୁ ମିଳୁଛି । ତେବେ ଏତେ ଶସ୍ତା ଔଷଧ  ପ୍ରସ୍ତୁତ କରିଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ  ମାଣ୍ଡଭୀୟ ଆକ୍ୟୁମ୍ସ କମ୍ପାନିକୁ ଧନ୍ୟବାଦ ଜଣାଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.