ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମ୍ୟାନୁଫାକ୍ଚରିଂ କ୍ଷେତ୍ରରେ ଅତ୍ୟଧିକ ଅଭିବୃଦ୍ଧି; ୧୬ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ପିଏମ୍‌ଆଇ

Image source: outlook business

ନୂଆଦିଲ୍ଲୀ,୦୨/୦୪: ଭାରତର ମ୍ୟାନୁଫାକ୍ଚରିଂ କ୍ଷେତ୍ରରେ ଅତ୍ୟଧିକ ଅଭିବୃଦ୍ଧି ରେକର୍ଡ ହୋଇଛି ଏବଂ ଦେଶର ପିଏମ୍‌ଆଇ ମାର୍ଚ୍ଚରେ ୧୬ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଫେବୃଆରୀ ତୁଳନାରେ, ମ୍ୟାନୁଫାକ୍ଚରିଂ ପିଏମ୍‌ଆଇ ୫୬.୯ ରୁ ୫୯.୧ କୁ ବୃଦ୍ଧି ପାଇଛି। ଏପରିସ୍ଥଳେ ଅର୍ଥନୀତି ଦୃଷ୍ଟିକୋଣରୁ ଏହାକୁ ବହୁତ ଭଲ ବୋଲି ବିବେଚନା କରାଯାଇପାରେ। ଏପ୍ରିଲ୍ ୨ ରେ ପ୍ରକାଶିତ ତଥ୍ୟରୁ ଜଣାପଡିଛି ଯେ ଦେଶରେ ମ୍ୟାନୁଫାକ୍ଚରିଂ ଗତିବିଧିରେ ଏକ ଅଭିବୃଦ୍ଧି ପଞ୍ଜିକରଣ କରିଚାଲିଛି।

୫୦ ଉପରେ ରହିଛି ଭାରତର ମ୍ୟାନୁଫାକ୍ଚରିଂ ପିଏମ୍‌ଆଇ:

ଭାରତର ଅର୍ଥନୈତିକ ପ୍ରଗତି ଦୃଷ୍ଟିରୁ ଏହି ସଂଖ୍ୟାଗୁଡିକ ଅତ୍ୟନ୍ତ ଉତ୍ସାହଜନକ, କାରଣ ଏହା କ୍ରମାଗତ ୩୩ ମାସ ଧରି ଦେଶର ମ୍ୟାନୁଫାକ୍ଚରିଂ ପିଏମ୍‌ଆଇ ୫୦ ଅଙ୍କ ଅତିକ୍ରମ କରିରହିଛି । ଫେବୃଆରୀ ୨୦୨୪ ରେ ପିଏମ୍‌ଆଇ ମ୍ୟାନୁଫାକ୍ଚରିଂ ୫୬.୯ ରେ ଥିଲା, ଯାହା ମାର୍ଚ୍ଚରେ ୫୯.୧ କୁ ବୃଦ୍ଧି ପାଇଛି। ତେବେ ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୨୧ ରେ ପିଏମ୍‌ଆଇର ଫ୍ଲାସ୍ ଆକଳନ ଠାରୁ ଏହି ସଂଖ୍ୟା ଦୁର୍ବଳ ଅଟେ। ଫ୍ଲାସ ଆକଳନ ଅନୁଯାୟୀ, ମାର୍ଚ୍ଚ ୨୦୨୪ ରେ ପିଏମ୍‌ଆଇ ୫୯.୨ ରହିବ ବୋଲି କୁହାଯାଇଥିଲା।

ଯଦି ମ୍ୟାନୁଫାକ୍ଚରିଂ ପିଏମ୍‌ଆଇ ୫୦ ରୁ ଅଧିକ ରହିଥାଏ, ଏହାର ଅର୍ଥ ମ୍ୟାନୁଫାକ୍ଚରିଂ ଗତିବିଧି ବା କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଯେତେବେଳେ କି ୫୦ ରୁ କମ୍ ସଂଖ୍ୟାଗୁଡିକୁ ସଂକୁଚିତ ଭାବରେ ଦେଖାଯାଏ। ମ୍ୟାନୁଫାକ୍ଚରିଂ ପିଏମ୍‌ଆଇ ତଥ୍ୟ ସର୍ବଦା ଜିଡିପି ତଥ୍ୟ ପୂର୍ବରୁ ପ୍ରକାଶିତ ହୁଏ। ଏହି ତଥ୍ୟ ମ୍ୟାନୁଫାକ୍ଚରିଂ କ୍ଷେତ୍ରରେ ନୂତନ ଚାକିରି ଏବଂ ବ୍ୟବସାୟିକ କାର୍ଯ୍ୟକଳାପ ବିଷୟରେ ପ୍ରକାଶ କରିଥାଏ। ପିଏମ୍‌ଆଇରେ ଉନ୍ନତି ଅର୍ଥନୀତି ପାଇଁ ଭଲ ବୋଲି ବିବେଚନା କରାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.