ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ଭାରତ-ପାକ୍‌ ହକି ଖେଳାଳିଙ୍କ ବନ୍ଧୁତାର ନିଆରା କାହାଣୀ: ବନ୍ଧୁତାକୁ ନିବିଡ଼ କଲା ଡିନର୍‌ ସେଟ୍‌- ବନାରସୀ ଶାଢ଼ି

ନୂଆଦିଲ୍ଲୀ ୧୨/୦୯: ଭାରତ-ପାକିସ୍ତାନ ମଧ୍ୟରେ ରାଜନୈତିକ  ଶତ୍ରୁତା ସତ୍ତେ୍ୱ ଦୁଇ ଦେଶର କ୍ରୀଡ଼ାବିତ୍‌ଙ୍କ  ମଧ୍ୟରେ ବନ୍ଧୁତ୍ୱର କାହାଣୀ ସର୍ବଦା  ଲୋକଙ୍କ ହୃଦୟ ତରଳାଇଛି । ଏ ପ୍ରକାର  କାହାଣୀ ସବୁ ସୀମା ଅତିକ୍ରମ କରିଛି ଏବଂ  କ୍ରୀଡ଼ା ପ୍ରତି ଭଲପାଇବା ଜରିଆରେ ଉଭୟ ଦେଶର କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ନିବିଡ଼ତାକୁ ମଜଭୁତ କରିଛି । ଏହି କ୍ରମରେ ଭାରତର  ପୂର୍ବତନ ଆକ୍ରାମକ ମିଡ୍‌ଫିଲ୍ଡର ବଲଜିତ  ସିଂହ ସୈନୀ ଓ ପାକିସ୍ତାନର ପୂର୍ବତନ  କ୍ୟାପ୍ଟେନ ୱାସିମ ଅହମଦଙ୍କ ନିଆରା ବନ୍ଧୁତ୍ୱର କାହାଣୀ ଏବେ ଚର୍ଚ୍ଚାକୁ ଆସିଛି । ଏହି କାହାଣୀ ଦୁଇ ଶତ୍ରୁ ଦେଶ ମଧ୍ୟରେ  ଥିବା ତିକ୍ତତା ଭିତରେ ମଜଭୁତ ସୀମାପାର  ବନ୍ଧୁତ୍ୱର ଏକ ବଳିଷ୍ଠ ଉଦାହରଣ । ମଜାଦାର କଥା ହେଉଛି ଏହି ଦୁଇ ଭାରତ- ପାକ୍‌ ଖେଳାଳିଙ୍କ ମଧ୍ୟରେ ବନ୍ଧୁତାର  ଶକ୍ତିଶାଳୀ ସେତୁ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ  ଭୂମିକା ନିର୍ବାହ କରିଥିଲା ପେଶାୱାର  ପ୍ରସିଦ୍ଧ କ୍ରକେରୀ ଓ ଭାରତର ପ୍ରସିଦ୍ଧ  ବନାରସୀ ଶାଢ଼ି । ଦୁଇ ଦେଶର ସମୃଦ୍ଧ  ସଂସ୍କୃତିର ସ୍ପର୍ଶ ଏହି ସମ୍ପର୍କକୁ ଆହୁରି  ମଜଭୁତ କରିଥିଲା । 

କ୍ୟାପ୍ଟେନ୍‌ ଭାବେ ପାକିସ୍ତାନ ପାଇଁ ସର୍ବାଧିକ  ମ୍ୟାଚ୍‌ ଖେଳିବାର ରେକର୍ଡ ହାସଲ  କରିଥିବା ଅହମଦ ଏବେ ଅଷ୍ଟ୍ରେଲିଆର  ମେଲବର୍ନରେ ରହୁଛନ୍ତି । ୨୦୧୫ ମସିହାରୁ  ସେ ସଦର୍ନ ୟୁନାଇଟେଡ୍‌ ହକି କ୍ଲବ୍‌  ସହିତ ଜଡ଼ିତ ଅଛନ୍ତି । ଖେଳାଳି ତଥା  ସହଯୋଗୀ କୋଚ୍‌ ଭାବେ ସେ ଟିମ୍‌କୁ  ପାକିସ୍ତାନୀ ଅନ୍ଦାଜ୍‌ରେ ସର୍ବୋତ୍କୃଷ୍ଟ ଜ୍ଞାନ  ପ୍ରଦାନ କରୁଛନ୍ତି । 

ଅନ୍ୟପକ୍ଷେ, ଭାରତର ଜୁନିୟର ମହିଳା  ଟିମ୍‌ର କୋଚ୍‌ ଭାବେ କାମ କରିଥିବା  ବଲଜିତ ସିଂହ ସୈନୀ ଭାରତ ଓ  ଆମେରିକା ମଧ୍ୟରେ ନିଜ ସମୟକୁ  ବାଣ୍ଟିଛନ୍ତି । ଏବେ ସେ ପରିବାର ସହ  ଆମେରିକାରେ ରହୁଛନ୍ତି । ଏକ ଗଣମାଧ୍ୟମ  ସହ ବାର୍ତ୍ତାଳାପରେ ସୈନୀ କହିଛନ୍ତି, ଅନ୍ତର୍ଜାତୀୟ ହକି ପିଚ୍‌ରେ ଆମର କଟ୍ଟର  ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ପାକିସ୍ତାନୀ ଏବଂ  ପିଚ୍‌ ବାହାରେ ଆମର ସବୁଠୁ ଭଲ ବନ୍ଧୁ  ବି ପାକିସ୍ତାନୀ।’ ମେଲବର୍ନରେ ରହୁଥିବା  ଅହମଦଙ୍କ ସହ ସାକ୍ଷାତକାର ପାଇଁ ଏକ  ଗଣମାଧ୍ୟମ ତାଙ୍କୁ କିଛି ବର୍ଷ ତଳେ ଫୋନ୍‌  କରିଥିଲା । ତାଙ୍କ ପ୍ରତିକ୍ରିୟା ଦୁଇ ବନ୍ଧୁଙ୍କ  ପୁରୁଣା ସ୍ମୃତିକୁ ଆହୁରି ତାଜା କରିଥିଲା ।  ଫୋନ୍‌ରେ ଗଣମାଧ୍ୟମକୁ ଅହମଦ  କହିଥିଲେ ‘ଆମ ଦୁହିଁଙ୍କ ବନ୍ଧୁତା ଅତି  ନିବିଡ଼ ।’ 

୧୯୯୮ ମସିହାରେ ୮ ମ୍ୟାଚ୍‌ବିଶିଷ୍ଟ ଶୃଙ୍ଖଳା  ଖେଳିବାକୁ ଭାରତୀୟ ଟିମ୍‌ ପାକିସ୍ତାନ ଗସ୍ତ  କରିଥିଲା, ଯାହା ଏକ ସ୍ମରଣୀୟ ସିରିଜ୍‌  ଥିଲା । ମାତ୍ର ଦୁଇ ବର୍ଷ ପୂର୍ବରୁ ହକିରେ  ପଦାର୍ପଣ କରିଥିବା ଅହମଦ ମିଡ୍‌ଫିଲ୍ଡରେ  ଜଣେ ପ୍ରମୁଖ ଖେଳାଳି ଭାବେ ନିଜକୁ  ପ୍ରତିଷ୍ଠିତ କରିଥିଲେ । ଅହମଦ କହିଥିଲେ  ‘ଦିଲିପ ତିର୍କୀ ଓ ସୈନୀ ମୋ ଭଳି ଯୁବ  ଖେଳାଳି ଥିଲେ । ଆମ ଟିମ୍‌ରେ ଶାହବାଜ୍‌  ସିନିୟର, ଜୁନିୟର ଓ ତାହିର ଜମିନ  ଥିଲେ । ପେଶାୱାର ଓ ରାୱଲପିଣ୍ଡିଠାରେ  ପ୍ରଥମ ଦୁଇଟି ମ୍ୟାଚ୍‌ ଆମେ ଜିତିଲୁ ।  ଲାହୋର ଓ କରାଚୀରେ ସେମାନେ ଆମକୁ ହରାଇଲେ । ଲୋକେ ଆମ ଉପରକୁ  ଟେକା ପଥର ଫିଙ୍ଗିଲେ । ପେଶାୱାରରେ  ସୈନୀ ଏକ ସ୍ମାରକୀ ସାଙ୍ଗରେ ନେବାକୁ  ଚାହୁଁଥିଲେ । ପାକିସ୍ତାନୀ କ୍ୟାମ୍ପ୍‌କୁ ଆସି  ସୈନୀ କହିଲେ ‘ମୁଁ ଏକ ଡିନର୍‌ ସେଟ୍‌  କିଣିବାକୁ ଚାହୁଁଛି । ପେଶାୱାରରେ ତାହା  ବେଶ ପ୍ରସିଦ୍ଧ ଥିଲା ।’ 

ତେବେ କାହାଣୀକୁ ଆହୁରି ଜୀବନ୍ତ କରି  ସୈନୀ ଗଣମାଧ୍ୟମକୁ କହିଲେ ‘ଅହମଦ  ନିଶ୍ଚିତ ଭାବେ ଆପଣଙ୍କୁ କହିନଥିବେ ଯେ  ଡିନର୍‌ ସେଟ୍‌ଟି ସେ ମୋତେ ଉପହାର  ଦେଇଥିଲେ । ଏହିଠାରୁ ଆମ ବନ୍ଧୁତା  ବଢ଼ିଲା । ସେବେଠୁ ଆମେ ପରସ୍ପର  ସମ୍ପର୍କରେ ଅଛୁ । କିଛି ବର୍ଷ ପରେ  ଅହମଦଙ୍କ ଭଉଣୀଙ୍କ ବିବାହ ହେଲା । ସେ  ମୋତେ ଫୋନ୍‌ କଲେ । ସେ ଭାରତୀୟ  ପାରମ୍ପରିକ ବନାରସୀ ଶାଢ଼ି ଖୋଜୁଥିଲେ । ପାକିସ୍ତାନରେ ମଧ୍ୟ ତାହା ବେଶ ପ୍ରସିଦ୍ଧିଲାଭ  କରିଛି । ସେତେବେଳେ ଆମ ଟିମ୍‌ର ସାଥୀ  ଖେଳାଳି ଥିଲେ ଅନୁରାଗ ରଘୁବଂଶୀ । ସେ ବନାରସ ବାସିନ୍ଦା । ବନାରସୀ ଶାଢ଼ି ପାଇଁ  ମୁଁ ତାଙ୍କ ପାଖରେ ପହଞ୍ଚିଲି । ଶାଢ଼ି କିଣି  ଅହମଦଙ୍କ ପାଖକୁ ପଠାଇଲି । ତା’ପରେ  ସେ ମୋତେ ଦେଖା କରିବାକୁ ଜଲନ୍ଧର  ଆସିଥିଲେ ।’

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.