ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜୁନ୍‌ରେ ଦେଶରେ ଦେଖାଦେବ ବଡ଼ ଧରଣ ଶକ୍ତି ସଙ୍କଟ, ୧୪ ବର୍ଷର ସବୁଠୁ ଉତ୍କଟ ସ୍ଥିତି ଉପୁଜିପାରେ

ନୂଆଦିଲ୍ଲୀ,୧୦/୦୫: ଜୁନ୍‌ ମାସରେ ଦେଶ ଏକ ବଡ଼ ଧରଣର ବିଜୁଳି ସଂକଟର ସାମ୍ନା କରିପାରେ । ଜଳ ବିଦ୍ୟୁତ ଉତ୍ପାଦନ ହ୍ରାସ ଯୋଗୁ ଦେଶ ୧୪ ବର୍ଷରେ ସବୁଠୁ ଉତ୍କଟ ବିଜୁଳି ସମସ୍ୟା ଦେଇ ଗତି କରିପାରେ ବୋଲି ସରକାର ଆଶଙ୍କା କରିଛନ୍ତି । କୌଣସି ଆଉଟେଜ ଯେଭଳି ନ ହୁଏ ସେ ଦିଗରେ ସରକାର ଏବେଠୁ କାର୍ଯ୍ୟପନ୍ଥା ଗ୍ରହଣ କଲେଣି । ୟୁନିଟ୍‌ଗୁଡ଼ିକର ମେଣ୍ଟେନାନ୍ସ ସାଙ୍ଗକୁ ଅଚଳ ୟୁନିଟଗୁଡ଼ିକୁ ପୁଣି ଥରେ ଚାଲୁ କରିବାକୁ ଏବେ ଜୋରଦାର ଉଦ୍ୟମ ହେଉଛି ।

ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ମାର୍ଚ୍ଚ ପୂର୍ବରୁ ଦେଶ ମଧ୍ୟରେ ୩.୬ ଗିଗାୱାଟ ନୂଆ ତାପଜ ବିଦ୍ୟୁତ କେନ୍ଦ୍ର କାର୍ଯ୍ୟକ୍ଷମ କରାଇବାକୁ ଲକ୍ଷ୍ୟ ରଖାଯାଇଥିଲା । ଏଥିରେ ବିଳମ୍ବ ହୋଇଥିବାରୁ ବିଜୁଳି ସମସ୍ୟା ରହିବ । ଜୁନରେ ପିକ୍‌ ବିଜୁଳି ଅଭାବ ୧୪ ଗିଗାୱାଟ ରହିବା ନେଇ ଆକଳନ କରାଯାଇଛି । ଏ ସମୟରେ ସାଧାରଣତଃ ସୌର ଶକ୍ତି ଉତ୍ପାଦନ ମଧ୍ୟ ପ୍ରଭାବିତ ସ୍ଥିତିରେ ରହିଥାଏ ବୋଲି କେନ୍ଦ୍ରୀୟ ବିଜୁଳି କର୍ତ୍ତୃପକ୍ଷ କହିଛନ୍ତି ।

ସ୍ଥିତି ଉପରେ ନଜର ରଖାଯାଇଛି । ସେହି ଅନୁସାରେ ଏବେ ଯୋଜନା ହାତକୁ ନିଆଯାଉଛି । ସରକାରୀ ତଥ୍ୟ ମୁତାବକ, ଜୁନ ବେଳକୁ ବିଜୁଳି ସ୍ଥିତି ୨୦୦୯-୧୦ ପରଠାରୁ ସବୁଠୁ ଖରାପ ରହିପାରେ । ମାର୍ଚ୍ଚ ଶେଷ ବେଳକୁ ଦେଶର ଜଳ ବିଦ୍ୟୁତ ଉତ୍ପାଦନ   ୪ ଦଶନ୍ଧିର ସୁବୁଠୁ ପ୍ରଭାବିତ ସ୍ଥିତିରେ ରହିଛି । ସେହିଭଳି ଅକ୍ଷୟ ଶକ୍ତି ଉତ୍ପାଦନ ମଧ୍ୟ ଫ୍ଲାଟ ରହିଛି । ଗତ ସପ୍ତାହରେ ଶକ୍ତି ମନ୍ତ୍ରୀ ଆର୍‌.କେ. ସିଂ ଏକ ଜରୁରୀ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ । 

ଜୁନ୍‌ରେ ବନ୍ଦ ପଡ଼ିଥିବା ଶକ୍ତି ୟୁନିଟଗୁଡିକୁ ପୁନଃରୁଦ୍ଧାର କରିବାକୁ ଏଥିରେ ନିଷ୍ପତ୍ତି ହୋଇଥିଲା । ଏହା ଦ୍ୱାରା ୫ ଗିଗାୱାଟ ତାପଜ ବିଦ୍ୟୁତ ୟୁନିଟ୍‌କୁ ଯୋଡ଼ାଯିବ ବୋଲି ୨ ଜଣ ଅଧିକାରୀ ବୈଠକ ଶେଷ ପରେ ସୂଚନା ଦେଇଛନ୍ତି । ଶକ୍ତି ଉତ୍ପାଦନ ବୃଦ୍ଧି ପାଇଁ ସବୁ ପ୍ରକାର ଯୋଜନା କରାଯାଉଛି । ଫଳରେ ଜୁନ୍‌ରେ ଶକ୍ତି ଚାହିଦାକୁ ପୂରଣ କରାଯାଇପାରିବ ।

ସୂଚନା ମୁତାବକ, ଜୁନରେ ରାତ୍ରକାଳୀନ ସର୍ବୋଚ୍ଚ ବିଜୁଳି ଚାହିଦା ୨୩୫ ଗିଗାୱାଟ ରହିପାରେ ବୋଲି ଗ୍ରୀଡ ଇଣ୍ଡିଆ ଆକଳନ କରିଛି । ବିଜୁଳି ଯୋଗାଣକୁ ନଜରରେ ରଖିଲେ ଦେଶ ମଧ୍ୟରେ ୧୮୭ ଗିଗାୱାଟ୍‌ ତାପଜ ବିଦ୍ୟୁତ ଉପଲବ୍ଧ । ସେହିଭଳି ଅକ୍ଷୟ ଶକ୍ତି ଉତ୍ସରୁ ଦେଶ ୩୪ ଗିଗାୱାଟ ଶକ୍ତି ପାଉଥିବା ସରକାରୀ ଡାଟାରୁ ଜଣାପଡିଛି । 

ଶକ୍ତି ଚାହିଦାକୁ ନଜରରେ ରଖି ଶକ୍ତି ମନ୍ତ୍ରଣାଳୟ ଗତ ମାସରେ ଗ୍ୟାସ ଭିତ୍ତିକ ଏବଂ ଆମଦାନି କୋଇଲା ଭିତ୍ତିକ ୟୁନିଟ୍‌ଗୁଡିକ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ଷମ କରାଇବା ନେଇ ନିଷ୍ପତ୍ତି ନେଇଛି । ଏହି ୟୁନିଟ୍‌ଗୁଡିକ ସମ୍ପୂର୍ଣ୍ଣ କ୍ଷମତାରେ ଚଳାଇବାକୁ ନିର୍ଦ୍ଦେଶ ରହିଛି । କୋଇଲା ବ୍ୟବହାର କମ୍‌ କରିବା ଉପରେ ସରକାର ଜୋର ଦେଉଛନ୍ତି । 

୨୦୭୦ ବେଳକୁ ନେଟ୍‌ ଜିରୋ ଲକ୍ଷ୍ୟ ହାସଲ ଦିଗରେ ପଦକ୍ଷେପ ଏବେ ସେତେଟା ଆଖିଦୃଶିଆ ନୁହେଁ । ଫଳରେ କୋଇଲା ପ୍ରଦୂଷଣ ସୃଷ୍ଟି କରୁଥିଲେ ମଧ୍ୟ ଶକ୍ତି ସଙ୍କଟକୁ ଏଡାଇବା ଲାଗି ସରକାର ବାଧ୍ୟ ହୋଇ ଏହାର ବ୍ୟବହାରକୁ ଅନୁମତି ଦେଉଛନ୍ତି । ଦେଶ ମଧ୍ୟରେ ନୂଆ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପନ କରିବା ଯୋଜନା ରହିଛି । 

ବିକଶିତ ଦେଶ କୋଇଲାଭିତ୍ତିକ ପ୍ଲାଣ୍ଟ ଗୁଡ଼ିକୁ ବିରୋଧ କରୁଛନ୍ତି । ତେବେ ଏଭଳି ଯୋଜନା କାର୍ଯ୍ୟକ୍ଷମ ହୋଇ ବିଜୁଳି ଉତ୍ପାଦନ ହେବାକୁ ଅନ୍ତତଃ ପକ୍ଷେ ୪ ବର୍ଷ ଯାଏ ସମୟ ଲାଗିଥାଏ । ଦେଶ ମଧ୍ୟରେ ଏବେ କାର୍ଯ୍ୟକ୍ଷମ ଥିବା କୋଇଲାଭିତ୍ତିକ ଏବଂ ସୌର ଶକ୍ତି ପ୍ଲାଣ୍ଟ ଗୁଡିକ ଦିନର ବିଜୁଳି ଚାହିଦା ପୂରଣ କରିବାକୁ ସକ୍ଷମ ହେଉଛନ୍ତି ବୋଲି ଅନ୍ୟ ଜଣେ ସରକାରୀ ଅଧିକାରୀ କହିଛନ୍ତି

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.